ଗଞ୍ଜାମ ଜିଲ୍ଲପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ

Published: Sep 3, 2020, 9:03 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ବେଗୁନିଆପଡ଼ା ବ୍ଳକ ଗସ୍ତ। ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ କୋଭିଡ୍ ମୁକାବିଲାର ସମୀକ୍ଷା କଲେ ଜିଲ୍ଲାପାଳ। ବର୍ତ୍ତମାନ ବି କରୋନା ମହାମାରୀର ବିପତ୍ତି ଟଳିନାହିଁ ତେବେ ଏଥିପାଇଁ କୋଭିଡ୍ ନିୟମକୁ କଡାକଡି କରିବା ସହ ଦୋକାନୀଙ୍କୁ ପଞ୍ଚସୂତ୍ରୀ ନିୟମ ମାନିବାକୁ ବାଧ୍ୟ କରାଯିବା ନେଇ ଏକ ବ୍ଯାପକ ସଚେତନତା ଉପରେ ଗୁରୁତ୍ଵାରୋପ କଲେ ଜିଲ୍ଲାପାଳ।ମାସ୍କ ହେଉଛି କରୋନାକୁ ଜିତିବାର ମୁଖ୍ୟ ଅସ୍ତ୍ର। ତେଣୁ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରନ୍ତୁ ଏବଂ ସାମାଜିକ ଦୂରତ୍ୱ ଅବଲମ୍ବନ କରନ୍ତୁ ବୋଲି କହିଥିଲେ ଜିଲ୍ଲାପାଳ।

ଏଥିସହ ସାର କଳା ବଜାରୀ ହେଉଥିବା ନେଇ ଉପସ୍ଥିତ ପଞ୍ଚାୟତ ପ୍ରତିନିଧି ମାନେ ଜିଲ୍ଲପାଳଙ୍କୁ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ ସାରର କଳାବଜାରୀ ହେଉଥିଲ ଏହାଉପରେ ପଦକ୍ଷେପ ନେବାପାଇଁ। ଚାଷୀଙ୍କ ପାଇଁ ସାରର ଅଭାବ ରହିବ ନାହିଁ ବୋଲି କହିଥିଲେ ଜିଲ୍ଲାପାଳ। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ତହସିଲଦାର ପ୍ରଭାତ କୁମାର ପରିଡା, ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଉପାଧ୍ୟକ୍ଷ ଭ୍ରମର ଭୂୟାଁ, ଜିଲ୍ଲାପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ପୂର୍ବତନ ଜିଲ୍ଲାପରିଷଦ ତ୍ରିନାଥ ଭୁଆଁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Related posts