Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ମଣିଜଙ୍ଗା ନୋଡାଲ୍ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ
ଆଞ୍ଚଳିକ

ମଣିଜଙ୍ଗା ନୋଡାଲ୍ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ

September 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଜଙ୍ଗା ନୋଡାଲ ହାଇସ୍କୁଲରେ ଗୁରୁ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଚାରି ଦଶନ୍ଧି ଧରି ଶିକ୍ଷକତା କରିଆସୁଥିବା ଦୁଇ କୃତି ଶିକ୍ଷକଙ୍କୁ ଅବସରକାଳିନ ଭବ୍ୟ ସମ୍ବର୍ଦ୍ଧନା କରାଯାଇଛି।ମଣିଜଙ୍ଗା ନୋଡାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶାରଦା ପ୍ରସନ୍ନ ଜେନା ଓ ସହକାରୀ ଶିକ୍ଷକ ଶ୍ରୀନାଥ ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କରୋନା କଟକଣାକୁ ପାଳନ ପୂର୍ବକ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିକ୍ଷୟତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଦାସ ସଭାପତିତ୍ୱ କରିଥିବା ବେଳେ ଶିକ୍ଷକ ଆଲୋକ ମହାପାତ୍ର ସଭା ପରିଚାଳନା କରିଥିଲେ। ସମ୍ବର୍ଦ୍ଧନା ଉତ୍ସବରେ ତିର୍ତ୍ତୋଲ ବ୍ଲକ ଏବିଓ ଅନନ୍ତ କିଶୋର ଭୂୟାଁ,ପ୍ରସନ୍ନ କୁମାର କର,ତିର୍ତ୍ତୋଲ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ,ଶିକ୍ଷକସଂଘ ଓଷ୍ଟାର ଜଗତସିଂହପୁର ଜିଲ୍ଲା ସମ୍ପାଦକ ନାରାୟଣ ବାରିକ ସମେତ ବସନ୍ତ କୁମାର ଦାସ, ସୁବାଷ ଚନ୍ଦ୍ର ଦାସ, ସୁଶୀଲ କୂଅଁର ,ଅନିଲ ଜେନା ପ୍ରମୁଖ ଓଷ୍ଟାର କର୍ମକର୍ତ୍ତା ଯୋଗଦେଇଥିଲେ।

ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଫକୀର ଚରଣ ସ୍ୱାଇଁ,କୋଷାଧ୍ୟକ୍ଷ ବିଷ୍ଣୁ ସ୍ୱାଇଁ, କୁଳମଣି ସାହୁ ପ୍ରମୁଖ କର୍ମକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ,ଅଭିଭାବକ ଯୋଗଦେଇ ଦୁଇ କୃତି ଶିକ୍ଷକଙ୍କର ଗୁଣଗାନ କରିବା ସହ ଉପଢୌକନ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବିଦୁଲତା ସ୍ୱାଇଁ, ସଂଧ୍ୟା ଦାସ,କନକଲତା ସାହୁ,ସବିତା ମାଣିକ, ରଞ୍ଜନ ସାହୁ,ବିଜୟଲକ୍ଷ୍ମୀ ସ୍ୱାଇଁ, ଯୋଗମାୟା ବର୍ଦ୍ଧନ,ତୃପ୍ତିମୟୀ ସାହୁ,ଝାଟୁ ବାରିକ ଓ ପୁରସ୍ତମ ଦାସ ପ୍ରମୁଖ ଦୁଇ ବିଦାୟୀ ଶିକ୍ଷକଙ୍କୁ ବିଦାୟୀ ସଂଗୀତ ଗାନ କରି ଉପଢୌକନ,ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ଉଭୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ।ଆଖପାଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷକ ସଂଘର ନେତାମାନେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କର ଉଚ୍ଚ ପ୍ରଶଂସା କରିଥିଲେ।

ମଣିଜଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026

୨୦୨୬ ଆଇପିଏଲ: ଏହି ଦଳକୁ ମିଳିଲା ୨୪ ବର୍ଷୀୟ ଅଧିନାୟକ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

March 16, 2026

ଶରୀରରେ ଭିଟାମିନ୍ ଡି ଅଭାବ କେତେ ବିପଦପୂର୍ଣ୍ଣ ଏବଂ ଏହା କେଉଁ ରୋଗ ସୃଷ୍ଟି କରେ?

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.