ବ୍ରହ୍ମପୁର ସ୍କେଟିଂ ଏକାଡେମୀ ତରଫରୁ ଫିଟ ଇଣ୍ଡିଆ ସଚେତନତା କାର୍ଯ୍ୟକ୍ରମ

Published: Oct 2, 2020, 3:33 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର : ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଭାପୁର ବଜାର ମିଲିଟାରୀ ଲାଇନ ଠାରେ ଗଞ୍ଜାମ ଜିଲ୍ଲା କ୍ରୀଡ଼ା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ସାହୁଙ୍କ ପୌରହିତରେ ଚାଲି ଆସୁଥିବା ଏହି ଫିଟ ଇଣ୍ଡିଆ ସଚେତନ କାର୍ଯ୍ୟକ୍ରମ ବ୍ରହ୍ମପୁର ସ୍କେଟିଂ ଏକାଡେମୀର ଗିନିଜ ୱାର୍ଲଡ଼ ରେକର୍ଡରେ ସ୍ଥାନ ପାଇଥିବା ଛାତ୍ରୀଛାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ର ସହଭାଗିତାରେ ଗତ ଅଗଷ୍ଟ ୧୫ତାରିଖରୁ ଚାଲିଆସୁଅଛି ।

କରୋନା ଭଳି ମହାମାରୀ ଦାଉରୁ ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରତ୍ୟେହ ଯୋଗ ବ୍ୟାୟାମ ଓ ସ୍କେଟିଂ ଦ୍ୱାରା ନିଜକୁ ସୁସ୍ଥ ରଖାଯାଇ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଯାଇପାରିବ । ପ୍ରତ୍ୟେକ ଜୀବ ପାଇଁ ଏକ ସୁସ୍ଥ ଶରୀରର ଆବଶ୍ୟକତା ରହିଛି ବୋଲି ଏକାଡେମୀର ଭାଗଣେଇଥିବା ୨୮ଜଣ ଛାତ୍ରୀଛାତ୍ର ଏକ ଶୋଭାଯାତ୍ରା ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ସମାଜସେବୀ କାହ୍ନୁ ଚରଣ ପାତ୍ର କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରୀଛାତ୍ର ମାନଙ୍କୁ ଉତ୍ସଛାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏକାଡେମୀର  କୋଚ୍ ବିଭୁତି ଭୂଷଣ ଜେନା ସଂଯୋଜନା କରିଥିବା ବେଳେ ଟି ଅନୀଲ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମନୋଜ ସେନାପତି, ବାବୁପାତ୍ର, ଚନ୍ଦନ ମାଝୀ, ଚିନ୍ମୟ ପାତ୍ର, ଲିସା ପୃଷ୍ଟି, ସୁକାନ୍ତ ମହାରଣା , ଏମ ରାମନୁଜ ପାତ୍ର ଓ ପବିତ୍ର ପାତ୍ର ସହଯୋଗ କରିଥିଲେ ।

Related posts