ମଇଁଷି ଚରାଉଥିବା ବେଳେ ଘଡଘଡି ନେଲା ଜୀବନ

Published: Oct 5, 2020, 11:00 pm IST

ରମେଶ ମହାନ୍ତି

ଜଗତସିଂହପୁର : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ ଆଜି ଦିନ ପାଖାପାଖି ୧୨ଟା ବେଳେ ଦାଇଁଲୋ ଗ୍ରାମର ଭରତ କୁମାର ଷଣ୍ଢ (୫୫) ନିକଟସ୍ଥ ଦାମୋଦରପାଟଣା ଗାଁ ପାଖରେ ଥିବା ଏକ ଘାସ ପଡିଆରେ ମଇଁଷି ଚରାଉଥିବା ବେଳେ ହଠାତ୍ ଏକ ଘଡଘଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। ଯଥାଶୀଘ୍ର ତାଙ୍କୁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Related posts