Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଶାଳିଆ ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ  ଅନୁଷ୍ଠିତ : ଗଠିତ ହେଲା ଉପଦେଷ୍ଟା ମଣ୍ଡଳୀ
ଆଞ୍ଚଳିକ

ବାଣପୁରରେ ଶାଳିଆ ପ୍ରେସ କ୍ଲବର ସାଙ୍ଗଠନିକ ବୈଠକ  ଅନୁଷ୍ଠିତ : ଗଠିତ ହେଲା ଉପଦେଷ୍ଟା ମଣ୍ଡଳୀ

November 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର : କରୋନା କଟକଣାକୁ ପାଳନ କରି  ଗୁରବାର ପୁର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା  ବାଣପୁର ସ୍ଥିତ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠରେ ଶାଳିଆ ପ୍ରେସ୍ କ୍ଲବର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବଦିକ ସୁରକ୍ଷା ତଥା ନିରପେକ୍ଷ ସମ୍ବାଦ ପରିବେଷଣ ଲକ୍ଷରେ ଅନୁଷ୍ଠିତ ସଭାରେ ଶାଳିଆ ପ୍ରେସ୍ କ୍ଲବ୍ ସଭାପତି ଅଜିତ୍ କୁମାର ସାହୁଙ୍କ ପୌରହିତ୍ୟରେ ମୂଖ୍ୟ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର, ମୁଖ୍ୟ ବକ୍ତା ବାଣପୁର ଓକିଲ ସଂଘର ସମ୍ପାଦକ ଜଗନ୍ନାଥ ଭୋଳ, ସମ୍ମାନିତ ଅତିଥି ଭାବେ ୟୁଜିଏ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭରତ ଚନ୍ଦ୍ର ବେହେରା, ଡି ଡି ନ୍ୟୁଜ୍ ଜିଲ୍ଲା ପ୍ରତିନିଧି ଶୁଭ୍ର ରଞ୍ଜନ ଦାସ୍, କୋଷାଧ୍ୟକ୍ଷ ପ୍ରଦୀପ ବେହେରା, ବାଣପୁର ଓକିଲ ବାର୍ ଆସୋସିଏସନ୍ ର ସକ୍ରିୟ ସଦସ୍ୟ ପିଙ୍କୁ ପଟ୍ଟନାୟକ, ସମାଜସେବୀ ପ୍ରସାଦ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକତାର ଭୁମିକା କୁ ନେଇ ଆଜିର ସମାଜରେ ନାନାଦି କୁପ୍ରଚାର ଚାଲିଥିବାବେଳେ ଜଣେ କର୍ତ୍ତବ୍ୟରତ ତଥା ନିରପେକ୍ଷ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର କର୍ତ୍ତବ୍ୟ। ତତ୍ ସହିତ ସମାଜକୁ ସୁଧାର ଆଣିବା ଏବଂ ଦୁର୍ନିତୀର ପର୍ଦ୍ଦାଫାସ୍ କରିବା ଗାଣମାଧ୍ୟମର ଭୁମିକା ବୋଲି ଶ୍ରୀ ଭୋଳ ମତ ପୋଷଣ କରିଥିଲେ। ବନ୍ଧୁକ ମୁନର ଗୁଳି ଠାରୁ କଲମ ମୁନର ତାକତ୍ ଢେର୍ ଅଧିକ ଏବଂ ଜନ ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବ ସହ ପ୍ରତିଟି କୋଣ ଅନୁକୋଣକୁ ତଥ୍ୟ ଭିତିକ ସମ୍ବାଦ ପରିବେଷଣ ହିଁ ପ୍ରକୁତ ସାମ୍ବାଦିକର ମୁଳ ଲକ୍ଷ ବୋଲି ଶ୍ରୀ ମିଶ୍ର ଉପସ୍ଥାପନ କରିଥଲେ। ଜଣେ ସାମ୍ବାଦିକ ନିର୍ଭୀକ, ନିରପେକ୍ଷ ଓ ନିଃସ୍ୱାର୍ଥପର ଭାବରେ କର୍ତ୍ତବ୍ୟ କରିବା ସହିତ ସାମ୍ବାଦିକର ସ୍ୱର ଜନତାର ସ୍ୱର ହେବା ଉଚିତ୍ ବୋଲି ପ୍ରସାଦ ପ୍ରଧାନ ମତ ରଖିଥିଲେ।ପରିବେଷଣ କରି  କେବଳ ଯେ ସମ୍ବାଦ ପରିବେଷଣ କରିବା ସାମ୍ବାଦିକର କର୍ତ୍ତବ୍ୟ ନୁହେଁ ବରଂ ପ୍ରତିଟି ମୁହୁର୍ତ୍ତ୍ବ ରେ ଜନସାଧାରଣଙ୍କୁ ସଚେତନ କରାଇବା ଏବଂ ପ୍ରତିଟି ସୁଖ ଦୁଃଖର ସାଥି ହୋଇ ସହାନୂଭୁତି କରିପାରିଲେ ସମାଜରେ ଜଣେ ସୁପ୍ରତିଷ୍ଠିତ ହୋଇପାରିବ ବୋଲି ଯୁବ ସମ୍ବାଦିକ ଶ୍ରୀ ସାହୁ ମତ ପୋଷଣ କରିଥିଲେ। ସଭାଶେଷରେ ଶାଳିଆ ପ୍ରେସ କ୍ଲବ ର ଉପଦେଷ୍ଟା ମଣ୍ଡଳୀ ଘୋଷଣା କରାଯିବାସହ ସେମାନଙ୍କୁ ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା l

ଅନୁଷ୍ଠିତ ସଭାକୁ ସମ୍ପାଦକ ମନୋରଞ୍ଜନ ବେହେରା ପରିଚାଳନା କରିଥିବାବେଳେ ଶାଳିଆ ପ୍ରେସ୍ କ୍ଲବ୍ ର ସମସ୍ତ ସଭ୍ୟ ଉପସ୍ଥିତ ରହି ରଙ୍କନାଥ ଦେବ ଏବଂ ମା ଭଗବତୀଙ୍କ ପ୍ରାଙ୍ଗଣକୁ ପରିଷ୍କାର ପରିଛନ୍ନ କରିବା ସହ ସ୍ଥାନୀୟ ବାସୀଙ୍କୁ ପ୍ଲାଷ୍ଟିକ, ପଲଥିନି ବ୍ୟବହାର ନ କରିବା ଏବଂ ବର୍ଯ୍ୟବସ୍ତୁକୁ ନିର୍ଦ୍ଧିଷ୍ଟ ଡଷ୍ଟବିନ୍ ବ୍ୟବାହାର କରିବା ପାଇଁ ଅବଗତ କରାଇଥିଲେ। ଏଥି ସହ ଅସହାୟ ବୃଦ୍ଧା ଏବଂ ମାନସିକ ବିକାର ଗ୍ରସ୍ତ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ବାଲୁଗାଁ: ସାମ୍ବାଦିକଙ୍କ ମାତୃ ବିୟୋଗ

March 12, 2026

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026
Latest News

ଏମିତି କାହାଣି କେବେ ଶୁଣିନି

March 24, 2026

ଏପ୍ରିଲ ୧ରୁ ମହଙ୍ଗା ହୋଇପାରେ ବିମାନ ଯାତ୍ରା: ଭଡ଼ା ବୃଦ୍ଧି କରିବାକୁ ଯାଉଛନ୍ତି ବିମାନ କମ୍ପାନୀ!

March 24, 2026

ହିମାଚଳ ପ୍ରଦେଶ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

March 24, 2026

ବାୟୁସେନାର ବିମାନ ଦୁର୍ଘଟଣାଗ୍ରସ୍ତ: ୧୧୦ ସୈନିକ କରୁଥିଲେ ଯାତ୍ରା

March 24, 2026

ବାଧାମୁକ୍ତ ଜାହାଜ ଚଳାଚଳ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.