Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜନେତାରୁ ରାଜ୍ୟପାଳ, ଏକ ସୁଦୀର୍ଘ ଯାତ୍ରାର ନାୟକ : ବିଶ୍ବଭୂଷଣ ହରିଚନ୍ଦନ
ବିଶେଷ ଖବର

ରାଜନେତାରୁ ରାଜ୍ୟପାଳ, ଏକ ସୁଦୀର୍ଘ ଯାତ୍ରାର ନାୟକ : ବିଶ୍ବଭୂଷଣ ହରିଚନ୍ଦନ

July 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ୮୫ ବର୍ଷୀୟ ଶ୍ରୀ ହରିଚନ୍ଦନ ବିଜେପିର ଜଣେ ବରିଷ୍ଠ ନେତା ଓ ଦୀର୍ଘବର୍ଷ ଧରି ଜନସଙ୍ଘ, ଜନତା ଦଳ ଓ ବିଜେପି ସହ ଜଡ଼ିତ ରହିଛନ୍ତି । ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ଜନ୍ମିତ ଶ୍ରୀ ହରିଚନ୍ଦନ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ସାମିଲ ହୋଇଥିଲେ । ୧୯୭୭ ମସିହାରେ  ଜନତା ପାର୍ଟି ଗଠନ ହେବା ପର୍ଯ୍ୟନ୍ତ ସେ ଜନସଂଘର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ ସେ ଜରୁରୀ କାଳୀନ ପରିସ୍ଥିତିକୁ ବିରୋଧ କରି  ମିସା ଆଇନରେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ । ସେ ୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ ୮ ବର୍ଷ ଧରି  ବିଜେପିର ରାଜ୍ୟ ସଭାପତି ରହିଥିଲେ । ପରେ ସେ ବିଜେପି ଛାଡ଼ି ଜନତା ପାର୍ଟିରେ ସାମିଲ ହୋଇଥିଲେ ମଧ୍ୟ ପୁଣିଥରେ ୧୯୯୬ ଏପ୍ରିଲ ମାସରେ ବିଜେପିକୁ ଫେରିଥିଲେ।  ବିଜୁ ପଟ୍ଟନାୟକଙ୍କ ସରକାରରେ ଶ୍ରୀ ହରିଚନ୍ଦନ  ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ । ସେ ଚିଲିକା ଏବଂ ଭୁବନେଶ୍ୱରରୁ ପାଞ୍ଚ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇଥର ଜନତା ଦଳରୁ ଏବଂ ତିନି ଥର ବିଜେପିରୁ ନିର୍ବାଚିତ ହୋଇଛନ୍ତି। ଏହି ବରିଷ୍ଠ ବିଜେପି ନେତା ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ନବୀନ ପଟ୍ଟନାୟକ ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ। ସେ ରାଜସ୍ୱ, ଆଇନ, ଶିଳ୍ପ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି।

ରାଜନୀତି ବ୍ୟତୀତ ସାହିତ୍ୟରେ ବେଶ୍‌ ରୁଚି ରଖିଛନ୍ତି ଶ୍ରୀ ହରିଚନ୍ଦନ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ରହିଛି ‘ମାତୃଭାଷା’, ‘ଶେଷ ଝଲକ୍‌’, ‘ରାଣା ପ୍ରତାପ’, ‘ଅସ୍ତଶିଖା’ ଓ ‘ମାନସୀ’ ପ୍ରମୁଖ । ଲେଖାଲେଖିରେ ରୁଚି ରଖିଥିବା ବିଶ୍ୱଭୂଷଣ ପାଇକ ଆନ୍ଦୋଳନର ୨୦୦ ବର୍ଷ ପୂର୍ତ୍ତି ପାଳନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ କିଛି ଦିନ ତଳେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ତାଙ୍କ ଆତ୍ମଜୀବନୀ ‘ସଂଗ୍ରାମ ସରି ନାହିଁ’ ଅର୍ପଣ କରିଥିଲେ। ଜଣେ ଦକ୍ଷ ଓଡ଼ିଆ ରାଜନେତା ହିସାବରେ ବିଶ୍ବଭୂଷଣ ଓଡ଼ିଆ ରାଜନୀତି ନୁହେଁ ବରଂ ଓଡ଼ିଶାର ସମାଜ ଜୀବନରେ  ବେଶ୍‌ ପରିଚିତ। ରାଜନେତାରୁ କ୍ୟାରିଅର ଆରମ୍ଭ କରିଥିବା ବିଶ୍ବଭୂଷଣ ବର୍ତ୍ତମାନ ସମ୍ମାନଜନକ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ଜଣେ ରାଜନେତାରୁ ରାଜ୍ୟପାଳ ହେବାର ଯାତ୍ରାରେ ଆମେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦଳ ମତ ନିର୍ବିଶେଷରେ ସେ ତାଙ୍କ ଦାୟିତ୍ବକୁ ସୂଚାରୁ ରୂପେ ତୁଲାଇବା ନେଇ ଆଶା ପ୍ରକଟ କରୁଛୁ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନ ସମ୍ପର୍କରେ ସୂଚନା ଦେଲେ ରେଳ ମନ୍ତ୍ରୀ

July 30, 2026

ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବେ ଟ୍ରମ୍ଫ?: ଚିନ୍ତା ବଢାଇଲା ଆମେରିକାର ନୂତନ ବିଲ୍

July 29, 2026

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ଵାରା “ଆମ ରାଷ୍ଟ୍ରପତି: ଆମ ଗୌରବ” ପୁସ୍ତକ ଲୋକାର୍ପିତ

July 29, 2026

ଭୋପାଳରେ ଜେନ-ଜେଡ୍ ଚାଷୀଙ୍କ ପ୍ରତିବାଦ!: ମୁଖ୍ୟମନ୍ତ୍ରୀଙ୍କ ଗୃହ ଅଭିମୁଖେ ପଦଯାତ୍ରା

July 29, 2026
Latest News

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ

July 30, 2026

ପୁରୀ ଏସପିଙ୍କ ନିର୍ଦ୍ଧେଶରେ ୮୦ କିମିର ଗ୍ରୀନ କରିଡର: ବଞ୍ଚିଲା ଶିଶୁର ଜୀବନ

July 30, 2026

ହତ୍ୟା ଅଭିଯୁକ୍ତ ମାଇଁ ଓ ଭଣଜାକୁ ଆଜୀବନ କାରାଦଣ୍ଡ

July 30, 2026

ଚୟନକର୍ତ୍ତାଙ୍କ ଉପରେ ବର୍ଷିଲେ ଇରଫାନ ପଠାନ: ଟିମ୍ ଇଣ୍ଡିଆର ଚୟନ ଉପରେ ଉଠାଇଲେ ପ୍ରଶ୍ନ

July 30, 2026

ୱାଇଲ୍ଡ ଓଡ଼ିଶା ଫାଉଣ୍ଡେସନ ପକ୍ଷରୁ ‘ବାଘ ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ଆୟୋଜିତ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.