ଖ୍ରୀଷ୍ଟମାସ ପାଇଁ ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଦେଶବାସୀଙ୍କୁ କଣ କହିଲେ ଜାଣନ୍ତୁ

Published: Dec 24, 2020, 10:56 pm IST

ନୂଆଦିଲ୍ଲୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖ୍ରୀଷ୍ଟମାସ ଅବସରରେ ସମସ୍ତ ନାଗରିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, “ଖ୍ରୀଷ୍ଟମାସର ଶୁଭ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ବିଶେଷ କରି ଆମର ଖ୍ରୀଷ୍ଟିଆନ ଭାଇ ଓ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।

ଖ୍ରୀଷ୍ଟମାସ ହେଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନକୁ ଆନନ୍ଦର ସହ ପାଳନ କରିବାର ପର୍ବ । ଏହି ପର୍ବ ସମସ୍ତଙ୍କ ଜୀବନରେ ଶାନ୍ତି, ଶୁଭେଚ୍ଛା ଏବଂ କରୁଣାରେ ଭରି ଦେଇଥାଏ । ଏହି ପର୍ବ ଅନ୍ୟମାନଙ୍କ ପ୍ରତି ପ୍ରେମ ଏବଂ ଦୟା ଭାବ ପୋଷଣ କରିବାକୁ ପ୍ରେରଣା ପ୍ରଦାନ କରିଥାଏ ।

ମୁଁ ଆଶା କରୁଛି ଯେ ଏହି ପର୍ବ ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବ । ଆସନ୍ତୁ ଏହି ପବିତ୍ର ପର୍ବରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କରୁଣା ଏବଂ ମାନବିକତାର ଶିକ୍ଷାକୁ ପୁନର୍ବାର ଗ୍ରହଣ କରିବା ଏବଂ ଆମ ଦେଶ ତଥା ସମାଜର କଲ୍ୟାଣ ପାଇଁ ନିଜକୁ ସମର୍ପଣ କରିବା” ।

Related posts