ବରିଷ୍ଠ ନେତା ଦାମୋଦର ରାଉତ କିପରି ପାଳନ କଲେ ତାଙ୍କର ଜନ୍ମଦିନ

Published: Dec 15, 2022, 7:10 am IST

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ, ସାଲିସ୍‌ବିହୀନ ରାଜନେତା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଡା. ଦାମୋଦର ରାଉତଙ୍କ ୮୧ତମ ଜନ୍ମ ଦିବସ ମଙ୍ଗଳବାର ଦିନ ସକାଳେ ପାଳନ ହୋଇଛି। ଫରେଷ୍ଟ ପାର୍କସ୍ଥିତ ନିଜ ସରକାରୀ ବାସଭବନରେ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ଡା. ରାଉତଙ୍କର ଜନ୍ମ ଦିବସ ବନ୍ଧୁ, ସହୋଦର, ସହକର୍ମୀ ଓ ରାଜନେତାମାନଙ୍କ ଗହଣରେ ପାଳିତ ହୋଇଯାଇଛି।

ବନ୍ଧୁମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ଡା. ରାଉତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ନିରାଡ଼ମ୍ବର ଓ ସୁସ୍ଥ ଜୀବନ କାମନା କରିଥିଲେ । ଏହି ଅବସରରେ କେକ୍ କଟାଯିବା ସହ ମିଠା ଓ ପିଠା ଉପସ୍ଥିତ ଶୁଭେଚ୍ଛୁ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏଥିସହ ଡା. ରାଉତଙ୍କ କର୍ମମୟ ଜୀବନ ଉପରେ ଏକ ପୁସ୍ତକ ‘ଦାମୋଦର’ ପ୍ରକାଶ ପାଇଥିଲା।

ଏହି ଜନ୍ମୋତ୍ସବ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଦେବାଶିଷ ନାୟକ, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଦୋଷ ପଟ୍ଟନାୟକ, ସିନେ ସାମ୍ବାଦିକ ଦିଲ୍ଲୀପ ହାଲି, ମାଧବ ବେହୁରା, ପ୍ରଦ୍ୟୁମ୍ନ ଶତପଥୀ, କିଟ୍ ପକ୍ଷରୁ ରବି ବିଶ୍ୱାଳ, ହାସ୍ୟାଭିନେତା ହାଡୁ, ଅବସରପ୍ରାପ୍ତ ପ୍ରଶାସକ ରବି ଦାସ, ବେଣୁଧର ହରିଚନ୍ଦନ, ଯୁବନେତା ତନ୍ମୟ ସ୍ୱାଇଁ, କୃଷ୍ଣଚନ୍ଦ୍ର ସ୍ୱାଇଁ, ପୁତ୍ର ତଥା ବିଧାୟକ ସମ୍ବିତ ରାଉତରାୟ, ବୋହୂ ଗୀତାଞ୍ଜଳି ରାଉତରାୟ, ଦୁଇଝିଅ ପ୍ରୀତିନନ୍ଦା ରାଉତରାୟ ଓ ଲୋପାମୁଦ୍ରା ରାଉତରାୟଙ୍କ ସମେତ ବହୁ ସାମାଜିକ କର୍ମୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଉନ୍ନତି ଫାଉଣ୍ଡେସନର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହି ଡା. ରାଉତଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ ।

Related posts