ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବାଲୁକା ଶାନ୍ତା କ୍ଲଜ

Published: Dec 24, 2022, 11:21 pm IST
Christmas

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଚଳିତ ଖ୍ରୀଷ୍ଟମାସ ଉପଲକ୍ଷେ ଶାନ୍ତା କ୍ଲଜ ର ବାଲୁକା କଳା ନିର୍ମାଣ କରିଛନ୍ତି। ପୁରୀର ସ୍ୱର୍ଣିଭ ବେଳାଭୂମିରେ ଏହି ବାଲୁକା ଶାନ୍ତା କ୍ଲଜ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। ଏହା ନିର୍ମାଣ କରି ସେ ସାରା ବିଶ୍ୱ କୁ ଶାନ୍ତି ର ବାର୍ତ୍ତା ପ୍ରଚାର ଏବଂ ପ୍ରସାର କରିବା ସହିତ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନର ବାର୍ତ୍ତା ଦେଉଥିବାର ଦୃଶ୍ୟ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି।

ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ଏଥର ବିଭିନ୍ନ ସଚେତନତା ଭିର୍ତ୍ତିକ ଆନ୍ତର୍ଜାତିକମାନ ର ବାଲୁକା କଳାମାନ କରାଯାଇଛି। ସର୍ବସାଧାରଣ ଏହି ସ୍ୟାଣ୍ଡ ଆର୍ଟ ପାର୍କ ରେ ଥିବା ବାଲୁକା କଳା କୁ ଉପଭୋଗ କରୁଛନ୍ତି।

Related posts