Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଟମାଟରେ ସୁଦର୍ଶନ ନିର୍ମାଣ କଲେ ସାଣ୍ଟ କ୍ଲଜ, ଲାଗିଲା ଦେଢ ଟନ ଟମାଟ

ଗୋପାଳପୁର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଖ୍ରୀଷ୍ଟମାସ ଉପଲକ୍ଷେ ନିର୍ମାଣ କରିଛନ୍ତି ସାଣ୍ଟ କ୍ଲଜ। ପ୍ରତିବର୍ଷ ସେ ଏହି ଖ୍ରୀଷ୍ଟମାସରେ କିଛି ନୂଆ କରି ରେକର୍ଡ କରିଥାନ୍ତି। ଏଥରେ ସେ ମଧ୍ୟ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଲା ସୁଦର୍ଶନ ଏଥର ବାଲୁକା ସାଣ୍ଟା କ୍ଲଜରେ ସ୍ଥାପନ କରିଛନ୍ତି ଟମାଟ।

ଗୋପାଳପୁର ବେଳାଭୂମିରେ ସେ ନିର୍ମାଣ କରିଛନ୍ତି ବାଲୁକା ଟମାଟ କଳା। ସେ ଏହି କଳା ନିର୍ମାଣ ପାଇଁ ବ୍ୟବହାର କରିଛନ୍ତି ଦେଢ ଟନ ଟମାଟ। ସେ ପ୍ରଥମେ ବାଲିରେ ସାଣ୍ଟା କ୍ଲଜ କରିବା ପରେ ସେଥିରେ ନାଲି ପୋଷାକ ପାଇଁ ଟମାଟକୁ ସ୍ଥାପନ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି।

ପ୍ରାୟ 60 ଫୁଟ ଲମ୍ବା ଏବଂ 27 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳା ନିର୍ମାଣ ପାଇଁ ସୁଦର୍ଶନଙ୍କ ସହିତ ତାଙ୍କର ଛାତ୍ରଛାତ୍ରୀ ସାହାଯ୍ୟ କରିଥିଲେ।

Categories
Christmas22 ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଖ୍ରୀଷ୍ଟମାସ ଉପଲକ୍ଷେ ଉଡ୍ର ର ନିଆରା କାର୍ଯ୍ୟକ୍ରମ “ବଡିଦିନ ବଡସ୍ୱପ୍ନ”

ଭୁବନେଶ୍ୱର : ବଡଦିନ ଅବସରରେ “ଉଡ୍ର” ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ “ବଡଦିନ ବଡ ସ୍ୱପ୍ନ” ଏକ ନିଆରା କାର୍ଯ୍ୟକ୍ରମ ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଓଡିଶା ବଧିର ଆସୋସିଏସନ୍‍ ଠାରେ ଆୟୋଜନ କରାଯାଇଥିଲା । “ଉଡ୍ର” ଚାରିଟେବୁଲ୍‍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

ସେଠାରେ ମ୍ୟାଜିକ୍‍ସିଆନ୍‍ ଜେ.କେ. ସାହୁଙ୍କ “ମାୟାଜାଲ” ମ୍ୟାଜିକ୍‍ ସୋ ଦେଖାଇଥିଲେ । ଓଡିଶା ବଧିର ଆସୋସିଏସନ୍‍ର ସମସ୍ତ ପିଲା ଏବଂ ସଭ୍ୟ/ସଭ୍ୟାମାନେ ମ୍ୟାଜିକ୍‍ ସୋ’ର ଭରପୁର ମଜା ନେବା ସହିତ ଖୁସି ମନାଇଥିଲେ । ବଡଦିନରେ ବଡ ସ୍ୱପ୍ନ ମଧ୍ୟ ଦେଖିଥିଲେ । ଓଡିଆ ସିନେଜଗତର କଳାକାର ମାନଙ୍କୁ ପାଖରେ ପାଇ ଖୁସି ହୋଇଥିଲେ ।

କେକ୍‍ କାଟି ବଡଦିନ ପାଳନ କରିବା ସହିତ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ଶୁଭ ମନାସୀ ଥିଲେ ଏବଂ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟ ଅନେକ ସମୟରେ ଏହିପରି ସମାଜର ମୁଖ୍ୟସ୍ରୋତରେ ଯେଉଁମାନେ ନାହାଁନ୍ତି, ସମାଜରେ ଅବହେଳିତ ହୋଇ ରହିଥିବା ପିଲାମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ ଅନେକ ପର୍ବପର୍ବାଣୀରେ ଭିନ୍ନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିଥାଏ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକନେତା ଶ୍ରୀଯୁକ୍ତ ମାୟାଧର ନାୟକ ଯୋଗଦେଇଥିଲେ । ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ପରାମର୍ଶଦାତା ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଓଡିଆ ସିନେଜଗତର ଅଭିନେତା ସମରେଶ ରାଉତରାୟ, ଅଭିନେତ୍ରୀ ପୁନମ୍‍ ମିଶ୍ର, ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ସଂପାଦିକା ଶୁଭ୍ରାଜ୍ୟୋତି ଦାସନାୟକ, ଶୁଭଶ୍ରୀ ମଙ୍ଗରାଜ, ବିଶ୍ୱଜିତ୍‍ ପଣ୍ଡା, ବୈଷ୍ଣବ ଭୋଳ, ସତ୍ୟ ସୁମନ୍‍, ଅସିତ୍‍ ସାହୁ, ପବନ ପାତ୍ରୋ, କିଶୋର ଦାସ, ଭାଗ୍ୟଧର ସାମଲ ଏବଂ ‘ଉଡ୍ର’ ଚାରିଟେବୁଲ୍‍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଏକ ଭିନ୍ନ ଢଙ୍ଗରେ ଖ୍ରୀଷ୍ଟମାସ ଅଭିନନ୍ଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ। ସେଥିପାଇଁ ଏହି ଦିନକୁ ଖ୍ରୀଷ୍ଟମାସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ବରେ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି। ବିଭିନ୍ନ ମହଲରୁ ଶୁଭେଚ୍ଛା ଆଦାନପ୍ରଦାନ ଚାଲିଛି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ପବିତ୍ର ଖ୍ରୀଷ୍ଟମାସ ଉପଲକ୍ଷେ ନବୀନ ଅଭିନନ୍ଦନ ଦେବା ସହିତ ପୁରୁଷ ହକି ବିଶ୍ବ କପର ମଧ୍ୟ ପ୍ରସାର କରାଇଛନ୍ତି। ସେ ଏକ ଭିଡିଓ ଜାରୀ କରିଛନ୍ତି। ଯେଉଁଥିରେ ସାଣ୍ଟା କ୍ଲଜ ଏକ ହକି ଷ୍ଟିକ ଧରି ବଲରେ ଖେଳୁଛି। ପାଖରେ ରହିଛି ଖ୍ରୀଷ୍ଟମାସ ଟ୍ରି। ହକି ବିଶ୍ବକପ ଖ୍ରୀଷ୍ଟମାସ ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି।

Categories
Christmas22 ଆଜିର ଖବର ଜାତୀୟ ଖବର

ଖ୍ରୀଷ୍ଟମାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଖ୍ରୀଷ୍ଟମାସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉତ୍ତମ ଭାବନାକୁ ମଧ୍ୟ ମନେ ପକାଇଛନ୍ତି।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ମେରୀ ଖ୍ରୀଷ୍ଟମାସ ! ଏହି ବିଶେଷ ଦିନ ଆମ ସମାଜରେ ସୌହାର୍ଦ୍ଦ୍ୟ ଏବଂ ଆନନ୍ଦକୁ ଆହୁରି ଆଗକୁ ବଢାଉ। ଆମେ ପ୍ରଭୁ ଖ୍ରୀଷ୍ଟଙ୍କ ଉତ୍ତମ ଚିନ୍ତାଧାରା ଏବଂ ସମାଜର ସେବା ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିଛି।”

Categories
Christmas22 ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ବାଲୁକା ଶାନ୍ତା କ୍ଲଜ

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଚଳିତ ଖ୍ରୀଷ୍ଟମାସ ଉପଲକ୍ଷେ ଶାନ୍ତା କ୍ଲଜ ର ବାଲୁକା କଳା ନିର୍ମାଣ କରିଛନ୍ତି। ପୁରୀର ସ୍ୱର୍ଣିଭ ବେଳାଭୂମିରେ ଏହି ବାଲୁକା ଶାନ୍ତା କ୍ଲଜ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି। ଏହା ନିର୍ମାଣ କରି ସେ ସାରା ବିଶ୍ୱ କୁ ଶାନ୍ତି ର ବାର୍ତ୍ତା ପ୍ରଚାର ଏବଂ ପ୍ରସାର କରିବା ସହିତ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନର ବାର୍ତ୍ତା ଦେଉଥିବାର ଦୃଶ୍ୟ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି।

ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କ ରେ ଏଥର ବିଭିନ୍ନ ସଚେତନତା ଭିର୍ତ୍ତିକ ଆନ୍ତର୍ଜାତିକମାନ ର ବାଲୁକା କଳାମାନ କରାଯାଇଛି। ସର୍ବସାଧାରଣ ଏହି ସ୍ୟାଣ୍ଡ ଆର୍ଟ ପାର୍କ ରେ ଥିବା ବାଲୁକା କଳା କୁ ଉପଭୋଗ କରୁଛନ୍ତି।

Categories
Christmas22 ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

Christmas ଆସିଲା, ଏଥିରେ ଥିବା ଶୁଭେଚ୍ଛା ବାର୍ତ୍ତାକୁ କପି କରି ବନ୍ଧୁଙ୍କ ନିକଟକୁ ପଠାନ୍ତୁ

ଭୁବନେଶ୍ବର: ଡିସେମ୍ବର 25 ତାରିଖରେ ହେଉଛି ଖ୍ରୀଷ୍ଟମାସ। ଏହି ଦିନ ପ୍ରଭୃ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିଲେ। ଏହି ପର୍ବଟି ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କର ଏକ ବଡ ପର୍ବ। ତେବେ ଏହିଦିନ ସବୁ ଧର୍ମର ଲୋକେ ନିଜର ବନ୍ଧୁଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି।

ତେବେ ଜାଣନ୍ତୁ ଏହି ପବିତ୍ର ଦିବସରେ ନିଜ ବନ୍ଧୁଙ୍କୁ କିପରି ଇଂରାଜୀରେ ଭଲ ଶୁଭେଚ୍ଛା ବାର୍ତ୍ତା ଦେବେ

1. Merry Christmas & Happy New Year. May God bless you all with good health and lots of positivity in life.

2. Hope you have a wonderful Christmas eve with your loved ones and start the new year with positive thoughts. Merry Christmas and a prosperous new year.

3. Merry Christmas and Happy New Year to you and your family. May everyone in your family enjoy and be joyous at this time of year. God bless you.

4. Merry Christmas & Happy New Year. Hope the magic of the season stays with you forever.

5. May the closeness of friends, the comfort of home, and the unity of our nation, renew your spirits this festive season. Merry Christmas and happy new year (5 Ways To Have A Fun And Fabulous New Year\’s Eve At Home) to your family.

6. May the holiness and value of the Christmas and new year festivals transform your life. Wish you a Merry Christmas and a Happy New Year in advance.

7. May you shine brightly with love and blessings for all time. Wishing you a very merry Christmas and a happy new year!

8. May this Christmas and New Year, you receive all that your heart desires and have the best time of your life.

9. May the Christmas season bring you pleasure, love, and laughter in your house and in your heart. Wishing you a merry Christmas and a prosperous new year in 2023.

10. Wishing you a merry Christmas and a happy new year in advance that is filled with good friends, great opportunities, and wonderful experiences.

Categories
Christmas22 ଆଜିର ଖବର ଜାତୀୟ ଖବର

ଖ୍ରୀଷ୍ଟମାସ ପୂର୍ବରୁ କେକ କାଟି ଉତ୍ସବ ପାଳନ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Christmas: ଆଉ ଅଳ୍ପଦିନ ପରେ ସାରା ପୃଥିବୀରେ ପାଳନ ହେବ ଖ୍ରୀଷ୍ଟମାସ। ଏହି ପର୍ବ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କର ଏକ ବଡ ପର୍ବ। ଏହି ଦିନକୁ ସବୁ ଖ୍ରୀଷ୍ଟିଆନମାନେ ଅପେକ୍ଷା କରି ରହିଥାନ୍ତି। ତେବେ ଏହି ପବିତ୍ର ଦିନର ପୂର୍ବରୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେକ କାଟି ଖ୍ରୀଷ୍ଟମାସ ପାଳନ କରିଛନ୍ତି।

ମମତା ସିଲୋଙ୍ଗରେ ଏକ ହୋଟେଲ ପକ୍ଷରୁ ଆୟୋଜିତ କେକ କଟା ଉତ୍ସବରେ ଯୋଗ ଦେଇଥିଲେ। ସେଠାରେ ପିଲାମାନଙ୍କ ଗହଣରେ କେକ କାଟି ଉତ୍ସବ ପାଳନ କରିଥିଲେ। ଏହି ଉପଲକ୍ଷେ ସେ ବିଶ୍ବବାସୀଙ୍କ ପାଇଁ ଶାନ୍ତିର ବାର୍ତ୍ତା ମଧ୍ୟ ପ୍ରଦାନ କରିଛନ୍ତି।

ମମତା ପିଲାମାନଙ୍କ ଦ୍ବାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଏହି ଉପଲକ୍ଷେ ସେ ଏକ ଖ୍ରୀଷ୍ଟମାନ ଟ୍ରି ସ୍ଥାପନ କରିବା ସହିତ ପିଲାମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଡିସେମ୍ବର 21 ତାରିଖରେ ଆମ ସରକାର ଏକ ଖ୍ରୀଷ୍ଟମାସ ପାଳନ ଉତ୍ସବର ଆୟୋଜନ କରୁଛି।

Categories
ଭିଡ଼ିଓ

Nita and Isha Ambani celebrate Christmas with kids || ୪୦୦୦ପିଲାଙ୍କ ସହ ବଡଦିନ ପାଳନ କଲେ ନୀତା ଅମ୍ବାନି ଓ ଇଶା

Categories
ଭିଡ଼ିଓ

Akshay wishes fans Merry Christmas with new poster || ଗୁଡ୍ନ୍ୟୁଜର ପୋଷ୍ଟର ଅକ୍ଷୟଙ୍କ ଖ୍ରୀଷ୍ଟମାସ ଶୁଭକାମନା

Categories
ଫଟୋ ଖବର

କଲିକତାର ଏକ ଚର୍ଚ୍ଚର ମଧ୍ୟରାତ୍ର ପ୍ରାର୍ଥନାରେ ଶ୍ରଦ୍ଧାଳୁ

Kolkata: People attend a midnight mass in Kolkata church on Christmas, on Dec 25, 2019. (Photo: Kuntal Chakrabarty/IANS)

Categories
ଫଟୋ ଖବର

ମୁମ୍ବାଇର ଅଣ ବିକଶିତ ପିଲାଙ୍କ ସହିତ ଏକ୍ସ ମାସ ମନାଉଛନ୍ତି ସୋନାକ୍ଷୀ ସିହ୍ନା

Mumbai: Actress Sonakshi Sinha celebrates Christmas with underprivileged kids in Mumbai on Dec 21, 2019. (Photo: IANS)