ଟମାଟରେ ସୁଦର୍ଶନ ନିର୍ମାଣ କଲେ ସାଣ୍ଟ କ୍ଲଜ, ଲାଗିଲା ଦେଢ ଟନ ଟମାଟ

Published: Dec 26, 2022, 11:19 am IST
Sudarshan Patnaik

ଗୋପାଳପୁର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଖ୍ରୀଷ୍ଟମାସ ଉପଲକ୍ଷେ ନିର୍ମାଣ କରିଛନ୍ତି ସାଣ୍ଟ କ୍ଲଜ। ପ୍ରତିବର୍ଷ ସେ ଏହି ଖ୍ରୀଷ୍ଟମାସରେ କିଛି ନୂଆ କରି ରେକର୍ଡ କରିଥାନ୍ତି। ଏଥରେ ସେ ମଧ୍ୟ ଏକ ନୂଆ ରେକର୍ଡ କରିବାକୁ ଯାଉଛନ୍ତି। ତାହା ହେଲା ସୁଦର୍ଶନ ଏଥର ବାଲୁକା ସାଣ୍ଟା କ୍ଲଜରେ ସ୍ଥାପନ କରିଛନ୍ତି ଟମାଟ।

ଗୋପାଳପୁର ବେଳାଭୂମିରେ ସେ ନିର୍ମାଣ କରିଛନ୍ତି ବାଲୁକା ଟମାଟ କଳା। ସେ ଏହି କଳା ନିର୍ମାଣ ପାଇଁ ବ୍ୟବହାର କରିଛନ୍ତି ଦେଢ ଟନ ଟମାଟ। ସେ ପ୍ରଥମେ ବାଲିରେ ସାଣ୍ଟା କ୍ଲଜ କରିବା ପରେ ସେଥିରେ ନାଲି ପୋଷାକ ପାଇଁ ଟମାଟକୁ ସ୍ଥାପନ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି।

ପ୍ରାୟ 60 ଫୁଟ ଲମ୍ବା ଏବଂ 27 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳା ନିର୍ମାଣ ପାଇଁ ସୁଦର୍ଶନଙ୍କ ସହିତ ତାଙ୍କର ଛାତ୍ରଛାତ୍ରୀ ସାହାଯ୍ୟ କରିଥିଲେ।

Related posts