ଏକ ଭିନ୍ନ ଢଙ୍ଗରେ ଖ୍ରୀଷ୍ଟମାସ ଅଭିନନ୍ଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Dec 25, 2022, 12:22 pm IST
Christmas Massage of Naveen Patnaik

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ। ସେଥିପାଇଁ ଏହି ଦିନକୁ ଖ୍ରୀଷ୍ଟମାସ ଭାବେ ପାଳନ କରାଯାଏ। ଆଜି ସାରା ବିଶ୍ବରେ ଏହି ପର୍ବକୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଛି। ବିଭିନ୍ନ ମହଲରୁ ଶୁଭେଚ୍ଛା ଆଦାନପ୍ରଦାନ ଚାଲିଛି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ପବିତ୍ର ଖ୍ରୀଷ୍ଟମାସ ଉପଲକ୍ଷେ ନବୀନ ଅଭିନନ୍ଦନ ଦେବା ସହିତ ପୁରୁଷ ହକି ବିଶ୍ବ କପର ମଧ୍ୟ ପ୍ରସାର କରାଇଛନ୍ତି। ସେ ଏକ ଭିଡିଓ ଜାରୀ କରିଛନ୍ତି। ଯେଉଁଥିରେ ସାଣ୍ଟା କ୍ଲଜ ଏକ ହକି ଷ୍ଟିକ ଧରି ବଲରେ ଖେଳୁଛି। ପାଖରେ ରହିଛି ଖ୍ରୀଷ୍ଟମାସ ଟ୍ରି। ହକି ବିଶ୍ବକପ ଖ୍ରୀଷ୍ଟମାସ ଅଭିନନ୍ଦନ ବୋଲି ଉଲ୍ଲେଖ କରିଛନ୍ତି।

Related posts