ଆସୁଛି ନୂଆ ଆଇନ୍‌ : ଏଣିକି ବାପା-ମା’ ବି ସନ୍ତାନକୁ ବାଡେଇ ପାରିବେ ନାହିଁ

Published: Dec 12, 2020, 6:23 pm IST

ନୂଆଦିଲ୍ଲୀ : ଭାରତ ସମେତ କିଛି ଦେଶରେ ମାତା ପିତା ବା ଶିକ୍ଷକମାନେ ଶିଶୁଙ୍କୁ ସୁଧାରିବା ପାଇଁ ମାଡର ସାହାଯ୍ୟ ନେଇଥା’ନ୍ତି। କିନ୍ତୁ ମେକ୍ସିକୋରେ ଏବେ ଭୁଲ୍‌ରେ ବି ମାତା ପିତାମାନେ ମଧ୍ୟ ସେମାନଙ୍କର ସନ୍ତାନକୁ ମାଡ ମାରିପାରିବେ ନାହିଁ । ଯଦି ଏମିତି କରନ୍ତି ତେବେ ଏଥିପାଇଁ ସେମାନଙ୍କୁ ଜରିମାନା ଦେବାକୁ ପଡିବ ।

ମେକ୍ସିକୋର ସଂସଦ ଶିଶୁଙ୍କୁ ମାଡ ଦେବା ଉପରେ ରୋକ୍‌ ଲଗାଇବା ନେଇ ଏକ ନୂତନ ଆଇନ୍‌କୁ ସର୍ବସମ୍ମତି କ୍ରମେ ମଞ୍ଜୁରୀ ଦେଇଛନ୍ତି। ଏହି ଆଇନ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯାଇଛି । ଏପରିକି ଏହି ଆଇନ୍‌ ଅନୁସାରେ ଶିଶୁଙ୍କୁ ପେଲିବା, ଟାଣିବା ବା  କାନ କିମ୍ବା ବାଳ ମୋଡିବା, ଚିମୁଟିବା ଆଦିକୁ ମଧ୍ୟ ବେଆଇନ୍‌ ଘୋଷିତ କରାଯାଇଛି ।

ମେକ୍ସିକୋ ସଂସଦର ତଳ ସଦନ ମାତା-ପିତା ତଥା ଶିଶୁର ଅଭିଭାବକ ତଥା ଶିକ୍ଷକଙ୍କ ଦ୍ବାରା ଦିଆଯାଉଥିବା ସମସ୍ତ ପ୍ରକାରର ଶାରିରୀକ ଦଣ୍ଡ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏକ ନୂତନ ଆଇନ୍‌କୁ ମଞ୍ଜୁରୀ ଦେଇଛି ।  ଗୁରୁବାର ଦିନ ସଂସଦରେ କଂଗ୍ରେସ କହିଛି ଯେ, ଏକ ବର୍ଷରୁ 14 ବର୍ଷର 63 ପ୍ରତିଶତ ଶିଶୁ ଶାରିରୀକ ଦଣ୍ଡର ଶିକାର ହେଉଛନ୍ତି । ଶିଶୁମାନଙ୍କୁ ଶାରିରୀକ ଦଣ୍ଡରୁ ରକ୍ଷା କରିବା ପାଇଁ ଏହି ନୂତନ ଆଇନ୍‌ ଆଣୁଛି ମେକ୍ସିକୋ । ଏହି ଆଇନ୍‌ଟି ୟୁଏନ୍‌ ଚିଲିଡ୍ରେନ୍‌ ଫଡ୍‌ର 2017ର ରିପୋର୍ଟ ଅନୁସାରେ ଏହି ଆଇନ୍‌ଟି ପ୍ରସ୍ତୁତ କରାଯାଇଛି ।  ଏହି ରିପୋର୍ଟରେ କୁହାଯାଇଛି ଯେ, ଦୁନିଆର ଦୁଇରୁ ଚାରି ବର୍ଷର 30 କୋଟି ଶିଶୁ ନିଜ କେୟାରଟେକର ଦ୍ବାରା ମାନସିକ ଓ ଶାରିରୀକ ଦୁଇ ପ୍ରକାରର ହିଂସାର ସାମ୍‌ନା କରିଥାଏ ।

ୟୁଏନ୍‌ ମଧ୍ୟ ଶିଶୁଙ୍କର ଦଣ୍ଡ ସମ୍ବନ୍ଧୀୟ କେତୋଟି ରିପୋର୍ଟ ଜାରି କରିଛନ୍ତି । ଏହି ରିପୋର୍ଟ ଅନୁସାରେ ସାରା ଦୁନିଆରେ ଶିଶୁଙ୍କ ସହ ଅଭିଭାବକ, କେୟାରଟେକରମାନେ ସେମାନଙ୍କ ଦେଖାରେଖା କରିବା ସମୟରେ ଦୁର୍ବ୍ୟବହାର କରିଥା’ନ୍ତି । (ଏଜେନ୍ସି)

Related posts