Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଖୁ ଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ
ଜାତୀୟ ଖବର

ଆଖୁ ଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ

December 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଖୁ ଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ପ୍ରସ୍ତାବକୁ କ୍ୟାବିନେଟର ସବୁଜ ସଂକେତ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଦେଶର ଆଖୁଚାଷୀଙ୍କ ପାଇଁ ୩,୫୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ପ୍ରସ୍ତାବକୁ ସବୁଜ ସଂକେତ ମିଳିଛି। ଏହା ଫଳରେ ୫ କୋଟିରୁ ଅଧିକ ଆଖୁଚାଷୀ ଓ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ ୫ ଲକ୍ଷ ଚିନିକଳ ଶ୍ରମିକ ଉପକୃତ ହେବେ। ସେମାନଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ଏହି ଅର୍ଥରାଶି ପଠାଯିବ।

ଏବେ ଦେଶରେ ପ୍ରାୟ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ବ୍ୟକ୍ତି ରହିଛନ୍ତି। ଏହାଛଡା ଦେଶର ଚିନିକଳ ଓ ଅନୁସାରୀ ଶିଳ୍ପରେ ପ୍ରାୟ ୫ ଲକ୍ଷ ଶ୍ରମିକ କାର‌୍ୟ୍ୟରତ। ସେମାନଙ୍କର ଜୀବନଜୀବିକା ଚିନି ଶିଳ୍ପ ଉପରେ ନିର୍ଭର କରେ।
ଚାଷୀମାନେ ଚିନିକଳକୁ ନିଜର ଆଖୁ ବିକି ଦେଇସାରିଲା ପରେ ଏବେ ନିଜର ପ୍ରାପ୍ୟ ପାଉନାହାନ୍ତି; କାରଣ ଚିନିକଳ ମାଲିକଙ୍କ ପାଖରେ ବଳକା ଚିନି ମହଜୁଦ ରହିଛି। ଫଳରେ ଉତ୍ପାଦିତ ଆଖୁ ପେଷା ଯାଇପାରୁନାହିଁ ଏବଂ ଚାଷୀ ପ୍ରାପ୍ୟ ନ ପାଇ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସରକାର ବଳକା ଚିନିର ସୁପରିଚାଳନା ନିମନ୍ତେ ଏକ ବ୍ୟବସ୍ଥା କରିଛନ୍ତି; ଯାହା ଫଳରେ ଆଖୁଚାଷୀ ଓ ଚିନିକଳ ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇପାରିବେ ।

ଏଥିପାଇଁ ସରକାର ବିଭିନ୍ନ ଚିନିକଳରେ ମହଜୁଦ ଥିବା ୩,୫୦୦ କୋଟି ଟଙ୍କାର ୬୦ ଲକ୍ଷ ମେଟ୍ରିକ ଟନ ଚିନି ବିଦେଶକୁ ରପ୍ତାନୀ କରିବେ । ରପ୍ତାନୀରୁ ଯେଉଁ ଅର୍ଥ ମିଳିବ ତାହାକୁ ସିଧାସଳଖ ଚିନିକଳ ମାଲିକଙ୍କ ପକ୍ଷରୁ ଚାଷୀଙ୍କ ବ୍ୟାଙ୍କଖାତାରେ ସିଧାସଳଖ ଜମା କରାଯିବ। ଚାଷୀ ଓ ଶ୍ରମିକଙ୍କୁ ସେମାନଙ୍କ ଦେୟ ଦେଇସାରିବା ପରେ ଯେଉଁ ଅର୍ଥ ବଳିବ ତାହାକୁ ଚିନିକଳ ମାଲିକଙ୍କୁ ଦିଆଯିବ ।

ସରକାର ଏହି କାର୍ଯ୍ୟଟିକୁ ଏକ ରିଆତି ବ୍ୟବସ୍ଥା ଭଳି ପରିଚାଳନା କରିବାର ଲକ୍ଷ୍ୟ ରଖିଛନ୍ତି। ଯେଉଁ ୬୦ ଲକ୍ଷ ମେଟ୍ରିକ ଟନ ଚିନି ରପ୍ତାନୀ କରାଯିବ ତାହାର ସଂଗ୍ରହ, ପ୍ରକ୍ରିୟାକରଣ, ମୂଲ୍ୟ ନିର୍ଦ୍ଧାରଣ, ପରିବହନ ଏବଂ ରପ୍ତାନୀଜନିତ ଖର୍ଚ୍ଚ ଉପରେ ସରକାର ସବ୍ସିଡି ପ୍ରଦାନ କରିବେ । ଏହି ବ୍ୟବସ୍ଥାଟି କେବଳ ୨୦୨୦-୨୧ ଆଖୁ ଋତୁ ପାଇଁ ଲାଗୁ ହେବ।

ଏହି ନିଷ୍ପତ୍ତି ଫଳରେ ୫ କୋଟି ଆଖୁଚାଷୀ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ଲୋକ ଏବଂ ବିଭିନ୍ନ ଚିନିକଳ ଓ ଅନୁସାରୀ ଶିଳ୍ପରେ କାମ କରୁଥିବା ପ୍ରାୟ ୫ ଲକ୍ଷ ଶ୍ରମିକ ଉପକୃତ ହେବେ ବୋଲି ଆଶା କରାଯାଉଛି।

ଆଖୁ ଚାଷୀ କ୍ୟାବିନେଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

ଆଜି ଫେବୃୟାରୀ ୩ ତାରିଖ ମଙ୍ଗଳବାରରେ ଆପଣଙ୍କ ଭାଗ୍ୟରେ କଣ ଅଛି ଜାଣିବା ପାଇଁ ପଢନ୍ତୁ

February 3, 2026

ଭାରତ ଉପରେ ଶୁଳ୍କ ହ୍ରାସ କଲା ଆମେରିକା: ମୋଦିଙ୍କ ସହ ଫୋନ୍ କଲ୍ ପରେ ଟ୍ରମ୍ପଙ୍କ ବଡ ଘୋଷଣା

February 2, 2026

ବଜେଟରେ ରେଳ ବିକାଶ ପାଇଁ ଏଥର ଓଡିଶାକୁ ମିଳିଲା କେତେ ? କହିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

February 2, 2026
Latest News

ଯନ୍ତ୍ରପାତି, ଟୁଲକିଟ୍ ଏବଂ ମାର୍ଜିନ୍ ମନି ସବସିଡି ବଣ୍ଟନ କଲେ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗର ଅଧ୍ୟକ୍ଷ

February 3, 2026

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୯୭ କୋଟିରୁ ଊର୍ଦ୍ଧ୍ୱ ସୁଧ ଫେରସ୍ତ କଲେ ଉପମୁଖ୍ୟମନ୍ତ୍ରୀ

February 3, 2026

ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

February 3, 2026

ୱାର୍ମ-ଅପ୍ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବଡ଼ ବିଜୟ: ଆମେରିକାକୁ ୩୮ ରନ୍‌ରେ ପରାସ୍ତ କଲା ଭାରତ

February 3, 2026

‘ପୂର୍ବୋଦୟ ମିଶନ’ରେ ଓଡ଼ିଶାର ପ୍ରଗତି ପଥକୁ ପ୍ରଶସ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

February 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.