Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ କୁକୁଡ଼ାଖଣ୍ଡି ବିଇଓ ଅଫିସ୍ ଘେରାଉ
ଆଜିର ଖବର

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ କୁକୁଡ଼ାଖଣ୍ଡି ବିଇଓ ଅଫିସ୍ ଘେରାଉ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କୁମ୍ଭଝରି, ବାଉଁସିଆପଲ୍ଲୀ, ଲୋଚାପଡ଼ା, ବେଲପଡ଼ା, ନୁଣିଘରା, କୁଣ୍ଡରିଗୁଡ଼ା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମେତ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସ୍କୁଲ, ରାଜ୍ୟର ୧୪୩୭୯ଟି, ଗଂଜାମ ଜିଲ୍ଲାର ୪୩୩ଟି ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୁଦ୍ଧରେ ଅଲ୍ ଇଣ୍ଡିଆ ଡ଼ିଏସ୍‌ଓ ଗଂଜାମ ଜିଲ୍ଲା କମିଟି ନେତୃତ୍ୱରେ ଉପରୋକ୍ତ ସ୍କୁଲଗୁଡ଼ିକର ସୁରକ୍ଷା କମିଟି ତରଫରୁ ବିକ୍ଷୋଭ ଅନୁଷ୍ଠିତ ହେବା ସହ ବିଇଓ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ସୂଚନଯୋଗ୍ୟ ସରକାରଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତିରେ କମ୍ ପିଲା ଥିବା ସ୍କୁଲଗୁଡ଼ିକ ବନ୍ଦ କରାଯାଉଛି। ରାଜ୍ୟ ସରକାର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷାକୁ ନ ସଜାଡ଼ି ପ୍ରାୟ ସମସ୍ତ ସରକାରୀ ସ୍କୁଲ ବନ୍ଦ କରି ସ୍କୁଲ ଶିକ୍ଷାକୁ ସଂପୂର୍ଣ୍ଣ ଘରୋଇକରଣ କରିବାର ରାସ୍ତାରେ ଅଗ୍ରସର ହେଉଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ସରକାର କ୍ରମାଗତ ଭାବେ ସରକାରୀ ସ୍କୁଲଗୁଡ଼ିକୁ ଅବହେଳା କରି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହିତ କରିବା ହେତୁ ଆଜି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା କମିଛି। ୫ଟି ଶ୍ରେଣୀକୁ କେବଳ ଗୋଟିଏ ଶିକ୍ଷକ, ବିଦ୍ୟାଳୟ କୋଠା ଜରାଜୀର୍ଣ୍ଣ, ଖେଳପଡ଼ିଆ, ଲାଇବ୍ରେରୀ ଅଭାବ ଆଦି ବହୁ ସମସ୍ୟା ରହିଛି।

ସ୍କୁଲ ବବ୍ଦ ହେବା ଯୋଗୁଁ ଗରିବ ପିଲା ଘରୋଇ ସ୍କୁଲର ମୋଟା ଫି ଦେଇ ପଢ଼ିପାରିବ ନାହିଁ ଏବଂ ସ୍କଲପଢ଼ାରେ ଡ଼ୋରି ବନ୍ଧା ହେବ। ତେଣୁ କୁକୁଡ଼ାଖଣ୍ଡି ବ୍ଲକ୍‌ର ୨୨ଟି ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତି ବାତିଲ କରିବା ସହ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିବା ପାଇଁ ସଂଗଠନ ପକ୍ଷରୁ ଦୃଢ଼ ଦାବି କରାଯାଇଛି। ଆଜିର କାର୍ଯ୍ୟକ୍ରମରେ ଡ଼ିଏସ୍‌ଓ ଓଡ଼ିଶା ରାଜ୍ୟ ଉପସଭାପତି ସୋମନାଥ ବେହେରା, ଗଂଜାମ ଜିଲ୍ଲା କମିଟି ସଭାପତି ଶିବାନୀ ଶଙ୍କର ମିଶ୍ର, ସଂପାଦକ ନିମାଇଁ ଚରଣ ସାହୁ ସମେତ ନାରାୟଣ ସାହୁ, ପପୁନ ସାହୁ, କାମରାଜୁ ପାତ୍ର, ଶୁଭସ୍ମିତା ପାଣିଗ୍ରାହୀଙ୍କ ସହ ସ୍କୁଲ ପରିଚାଳନା କମିଟିର ସଦସ୍ୟ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

କୁକୁଡାଖଣ୍ଡି ସ୍କୁଲ ବନ୍ଦ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026
Latest News

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର: ଅତିରିକ୍ତ ମହାନିର୍ଦ୍ଦେଶକ

August 5, 2026

ଡିପଫେକ୍ ଏବଂ ଶିଶୁ ଯୌନ ନିର୍ଯାତନା ବିଷୟବସ୍ତୁ ମାମଲା: କ୍ଷମା ମାଗିଲେ ମାର୍କ ଜୁକରବର୍ଗ

August 5, 2026

ବିପଦରେ ଅଗରକରଙ୍କ ଚାକିରି: ରୋହିତ ଶର୍ମା ଏହାର କାରଣ

August 5, 2026

ଇ-୨୦ ଡିପଫେକ୍ ମାମଲା: ନୀତିନ ଗଡକରୀଙ୍କ ସପକ୍ଷରେ ରାୟ ଦେଲେ ହାଇକୋର୍ଟ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.