Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବଦଳିବ କି ସମୀକରଣ!: କଂଗ୍ରେସକୁ ତେରଚ୍ଛା ବାଣ ମାରିଲା ଶିବସେନା
ଜାତୀୟ ଖବର

ବଦଳିବ କି ସମୀକରଣ!: କଂଗ୍ରେସକୁ ତେରଚ୍ଛା ବାଣ ମାରିଲା ଶିବସେନା

December 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ସବୁକିଛି ଠିକ୍‌ଠାକ୍‌ ନଥିବା ପରି ଲାଗୁଛି। ମହାରାଷ୍ଟ୍ରରେ ମହାବିକାଶ ଅଘାଡି ଦଳ ଶାସନ କ୍ଷମତାରେ ରହିଛି। ଶିବସେନା, ଏନ୍‌ସିପି ଓ କଂଗ୍ରେସ ମେଣ୍ଟ କରି ମହା ବିକାଶ ଅଘାଡି ଦଳ ଗଠନ କରି ଶାସନ କରୁଛନ୍ତି। ତିନି ଦଳର ଏହି ସରକାରରେ ଏବେ ସବୁକିଛି ଠିକ୍‌ ନଥିବା ପରି ଲାଗୁଛି। ଶିବସେନା ଏନ୍‌ସିପି ମୁଖ୍ୟ ଶରଦ୍‌ ପାଓ୍ବାରଙ୍କୁ ହୃଦୟଖୋଲି ପ୍ରଶଂସା କରୁଥିବାବେଳେ ଈଶାରା ଈଶାରାରେ କଂଗ୍ରେସକୁ ଟାର୍ଗେଟ୍‌ କରୁଛି। ଶିବସେନାର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କୁ କଡା ସମାଲୋଚନା କରିଥିବାବେଳେ କଂଗ୍ରେସକୁ ତେରେଚ୍ଛା ବାଣ ମାରିଛି।  କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାର ଦାୟିତ୍ବହୀନ ରହିଥିବାବେଳେ ଦୁର୍ବଳ ରହିଛନ୍ତି ବିରୋଧୀ ବୋଲି ସାମ୍ନା ପତ୍ରିକାରେ ଉଲ୍ଲେଖ କରାଯାଇଛି।

ସାମ୍‌ନାରେ ବିନା ନାମରେ ଅନ୍ୟ ଦଳଗୁଡିକୁ ମଧ୍ୟ ଟାର୍ଗେଟ୍‌ କରାଯାଇଛି। ଲୋକତନ୍ତ୍ରର ଅଧୋପତନ ଆରମ୍ଭ ହୋଇଛି। ଏଥିପାଇଁ ବିଜେପି କିମ୍ବା ମୋଦି-ଶାହା ସରକାର ଦାୟୀ ନୁହଁନ୍ତି, ବରଂ ବିରୋଧୀ ଦଳ ସବୁଠୁ ଅଧିକ ଦାୟୀ ବୋଲି କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ସରକାରକୁ ଦୋଷ  ନ ଦେଇ ବିରୋଧୀ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି।

ଏବେ ୟୁପିଏ୍‌ର ଅବସ୍ଥା ଏନ୍‌ଜିଓ ପରି ହୋଇଛି। କଂଗ୍ରେସର ନେତୃତ୍ବରେ ୟୁପିଏ କେବଳ ନାମକୁ ମାତ୍ର ରାଜନୈତିକ ସଙ୍ଗଠନ ଭାବେ ରହିଛି। ଏବେ ୟୁପିଏର ଅବସ୍ଥା ଏନ୍‌ଜିଓ ପରି ହୋଇଛି। ୟୁପିଏର ସହଯୋଗୀ ଦଳ କୃଷକଙ୍କ ଅସନ୍ତୋଷକୁ ଗମ୍ଭୀର ସହକାରେ ଗ୍ରହଣ କରୁଛି। ସେହିପରି ସାମ୍ନାରେ ଶରଦ ପାଓ୍ବାରଙ୍କୁ ଭୁରି ଭୁରି ପ୍ରଶଂସା କରାଯାଇଛି। ଶରଦ ପାଓ୍ବାର ଏକ ସ୍ବତନ୍ତ୍ର ବ୍ୟକ୍ତିତ୍ବ । ରାଷ୍ଟ୍ରୀୟ ସ୍ତରରେ ତାଙ୍କ ବ୍ୟକ୍ତିତ୍ବ  ଅନୁଭବର ଲାଭ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅନ୍ୟ ଦଳମାନେ ମଧ୍ୟ ନେଇଥା’ନ୍ତି। ସେହିପରି କଂଗ୍ରେସର ଭବିଷ୍ୟତକୁ ନେଇ ସମେସ୍ତ ଚିନ୍ତିତ ବୋଲି ସାମ୍ନାରେ ଉଲ୍ଲେଖ ହୋଇଛି। କେବଳ ଶରଦପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିକୁ ଛାଡି ଦେଲେ ୟୁପିଏର ଅନ୍ୟ କୌଣସି ସହଯୋଗୀ ଦଳରେ କିଛି ହଲ୍‌ଚଲ୍‌ ହିଁ ଦେଖାଯାଉ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ ହୋଇଛି।

ବର୍ତ୍ତମାନ ସମୟରେ ବିରୋଧୀ ଦଳଙ୍କ ପାଇଁ ସର୍ବମାନ୍ୟ ନେତୃତ୍ବର ଆବଶ୍ୟକତା ରହିଛି। ରାହୁଲ୍‌ଙ୍କ ନେତୃତ୍ବ ନେବାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ହସ୍ତାନ୍ତର କରାଯିବା ଉଚିତ ବୋଲି ‘ସାମନା’ରେ ଉଲ୍ଲେଖ କରାଯାଇଛି।

ସେହିପରି ତୃଣମୂଳ କଂଗ୍ରେସ, ଶିବସେନା, ଅକାଳୀ ଦଳ, ମାୟାବତୀଙ୍କ ବସ୍‌ପା, ଅଖିଳେଶ ଯାଦବ, ଜଗନଙ୍କ ଓ୍ବାଇଏସ୍‌ଆର କଂଗ୍ରେସ, ତେଲେଙ୍ଗାନାରେ ଚନ୍ଦ୍ରଶେଖର ରାଓ, ଓଡ଼ିଶାରେ ନବୀନ ପଟ୍ଟନାୟକ ଓ କର୍ଣ୍ଣାଟକରେ କୁମାରସ୍ବାମୀଙ୍କ ପରି କିଛି ଦଳ ଓ ନେତା ବିଜେପି ବିରୋଧରେ ରହିଛନ୍ତି। ମାତ୍ର କଂଗ୍ରେସ ନେତୃତ୍ବାଧୀନ ୟୁପିଏରେ ସାମିଲ୍‌ ହେଉନାହାନ୍ତି। ଯେପର୍ଯ୍ୟନ୍ତ ଭାଜପା ବିରୋଧୀ ୟୁପିଏରେ ସାମିଲ୍‌ ହେବେ ନାହିଁ ବିରୋଧୀଙ୍କ ବାଣ ସରକାରଙ୍କୁ ଭେଦ କରିପାରିବ ନାହିଁ ବୋଲି ସାମ୍ନାରେ ଉଲ୍ଲେଖ ରହିଛି।

ରାଜ୍ୟରେ ଉଦ୍ଧବ ସରକାର ଉଭୟ ଏନ୍‌ସିପି ଓ କଂଗ୍ରେସ ସହାୟତାରେ ଶାସନ ଚଳାଇଥିବାବେଳେ ସାମ୍ନାରେ ଏନ୍‌ସିପିର ମୁଖ୍ୟ ଶରଦ ପାଓ୍ବାରଙ୍କୁ ପ୍ରଶଂସାରେ ପୋତୁଥିବାବେଳେ କଂଗ୍ରେସକୁ ଟାର୍ଗେଟ୍‌ କରିଛି। ଅପରପକ୍ଷରେ ଏହି ପ୍ରସଙ୍ଗକୁ ଦେଖିଲେ ଶିବସେନାର ନିଜ ମନୋଭାବ ବଦଳାଉଥିବାର ଭଳି ଲାଗୁଛି। ତେବେ ମହାରାଷ୍ଟ୍ରରେ ମେଣ୍ଟ ସରକାରର ସମୀକରଣରେ ଏହା କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।  (ଏଜେନ୍ସି)

ଏନ୍‌ସିପି କଂଗ୍ରେସ ଶିବସେନା
Share. Facebook Twitter LinkedIn Email WhatsApp Copy Link

Related Posts

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ଜୁଲାଇ ୩ ରେ ଆରମ୍ଭ ହେବ ଅମରନାଥ ଯାତ୍ରା: ଜାଣନ୍ତୁ ପଞ୍ଜୀକରଣ ପକ୍ରିୟା

June 27, 2026
Latest News

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

June 28, 2026

ସିନେକ୍ରିଟିକ୍‌ ର ମନୋଜ୍ଞ ସଂଗୀତ ସନ୍ଧ୍ୟା-ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ

June 28, 2026

ହଠାତ୍ ବିଦେଶ ଯିବାକୁ ପଡ଼ିଲେ କଣ କରିବେ? ମାତ୍ର ୧ରୁ ୩ ଦିନରେ ପାଇପାରିବେ ପାସପୋର୍ଟ, ଜାଣନ୍ତୁ ପ୍ରକ୍ରିୟା

June 28, 2026

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.