ବାହାରିଲା ଇଲେଟ୍ରିକ ଟ୍ରାକ୍ଟର “ଟାଇଗର ଇଲେକ୍ଟ୍ରିକ୍”, ଜାଣନ୍ତୁ ଏହାର ମୂଲ୍ୟ କେତେ, କଣ ରହିଛି ସ୍ବତନ୍ତ୍ର

Published: Dec 27, 2020, 6:30 am IST

ନୂଆଦିଲ୍ଲୀ, ଭାରତର ପ୍ରତିଷ୍ଠିତ ଟ୍ରାକ୍ଟର ନିର୍ମାତା ସୋନାଲିକା ଖୁବ ଶିଘ୍ର ଭାରତୀୟ ବଜାରକୁ ଆଣୁଛି ପ୍ରଥମ ଇଲେଟ୍ରିକ ଟ୍ରାକ୍ଟର। ଯାହାର ନାମ ରହିଛି “ଟାଇଗର ଇଲେକ୍ଟ୍ରିକ୍”। ଭାରତରେ ସୋନାଲିକା କଂପାନୀ ଏହି ଧରଣର ଟ୍ରାକ୍ଟର ଆଣିବା ପାଇଁ ସମସ୍ତ ପ୍ରସ୍ତୁତି କରିସାରିଛି। ଏହି ଟ୍ରାକ୍ଟର 11 କିଲୋୱାଟ ଇନଡକ୍ସନ୍ ମୋଟର ଏବଂ ଏକ IP67 ଅନୁରୂପ 25.5 kWH ଲିଥିୟମ୍ ଆୟନ ବ୍ୟାଟେରୀ ରହିଛି।  ଏହି ଇ-ଟ୍ରାକ୍ଟର ଘଣ୍ଟାକୁ 24.93 କିଲୋମିଟର ପର୍ଯ୍ୟନ୍ତ  ଗତି କରିବ।

ନିୟମିତ ହୋମ ଚାର୍ଜିଂ ସକେଟ୍ ବ୍ୟବହାର କରି ଏବଂ ଦ୍ରୁତ ଚାର୍ଜିଂ ସିଷ୍ଟମ ବ୍ୟବହାର କରି ମାତ୍ର 4 ଘଣ୍ଟା ମଧ୍ୟରେ ଏହା ସମ୍ପୂର୍ଣ୍ଣ ଚାର୍ଜ ହୋଇପାରିବ। ଗୋଟିଏ ଚାର୍ଜରେ 2 ଟନ୍ ଟ୍ରଲି ସହିତ କାର୍ଯ୍ୟ କରିବା ବେଳେ ଏହା 8 ଘଣ୍ଟା ଚାଲିପାରେ। ଟାଇଗର ଇଲେକ୍ଟ୍ରିକ୍ ଅପରେସନ୍ ନିୟମିତ ଟ୍ରାକ୍ଟର ପରି କରାଯାଇଛି। ଫଳରେ ଚାଷୀମାନେ ସାଧାରଣ ଟ୍ରାକ୍ଟର ପରି ଏହାକୁ ଚଳାଇ ପାରିବେ।

ଏହି ଟ୍ରାକ୍ଟରର ମୂଲ୍ୟ ମଧ୍ୟ ସାଧାରଣ ଟ୍ରାକ୍ଟରଠାରୁ କମ୍ ରଖାଯାଇଛି। ସାଧାରଣ ଟ୍ରାକ୍ଟର ବଜାର ମୂଲ୍ୟ ପ୍ରାୟ 3 ରୁ 10 ଲକ୍ଷ ଟଙ୍କା ପଡୁଥିବା ବେଳେ ଏହାର ମୂଲ୍ୟ ରହିଛି ମାତ୍ର 6 ଲକ୍ଷ ଟଙ୍କା। ଏହାଦ୍ବାରା ଏହି ଟ୍ରାକ୍ଟର ଭାରତୀୟ ବଜାରରେ ଏକ ହଲଚଲ କରିଦେବ। ଏହା ବଜାରକୁ ଆସିବା ପରେ ଏହା ଚାହିଦା ବେଶୀ ବୃଦ୍ଧି ପାଇବ ବୋଲି ବଜାର ବିଶେଷଜ୍ଞମାନେ ଆଶା କରିଛନ୍ତି।

Related posts