କରୋନା ପଜିଟିଭ୍‌ ହେଲେ ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଅଭିନେତା

Published: Dec 29, 2020, 11:29 am IST

ନୂଆଦିଲ୍ଲୀ : ଲୋକପ୍ରିୟ ଅଭିନେତା ରାମଚରଣ ତେଜା କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ଏହି ସମ୍ପର୍କରେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ରାମ ଚରଣ । କରୋନା ପଜିଟିଭ୍ ହେବା ପରେ, ସେ ନିଜକୁ କ୍ୱାରେଣ୍ଟାଇନ୍ କରିଛନ୍ତି । ଏହାସହିତ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି ରାମଚରଣ ।

ଚିରଞ୍ଜିବୀଙ୍କ ସୁପୁତ୍ର ରାମଚରଣ 2007 ମସିହାରେ ପୁରୀ ଜଗନ୍ନାଥଙ୍କ ଫିଲ୍ମ ’ଚିରୁଥା’ରୁ ଅଭିନୟ କ୍ୟାରିଅର ଆରମ୍ଭକରିଥିଲେ । ପରବର୍ତ୍ତୀ ସମୟରେ ଏସ୍‌.ଏସ୍. ରାଜାମୌଲୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘ମଗଧୀରା’ରେ କାଜଲ୍‌ଙ୍କ ବିପକ୍ଷରେ ଆସିଥିଲେ । କେବଳ ଦକ୍ଷିଣ ଭାରତୀୟ ଫିଲ୍ମ ନୁହେଁ ବଲିଉଡ୍‌ ଫିଲ୍ମ ‘ଜଞ୍ଜିର୍‌’ରେ ମଧ୍ୟ ନଜର ଆସିଛନ୍ତି ରାମଚରଣ । ‘ରାଚ୍ଚା,’ ନାୟକ’, ‘ୟେବୁଡୁ’, ’ଗୋବିନ୍ଦୁ ଆନ୍ଦିଚଭଦ୍‌ଲେ’, ’ବ୍ରୁଶ୍‌ଲି’, ’ଧ୍ରୁବା’, ‘ରଙ୍ଗସ୍ଥଳମ୍‌’, ‘ବିନୟ ବିଧେୟ  ରାମ’ ଆଦି ଫିଲ୍ମରେ ଅଭିନୟ କରି ବେଶ୍‌ ଲୋକପ୍ରିୟ ହୋଇଛନ୍ତି ।

Related posts