Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନାଲକୋ ସଂପ୍ରସାରଣ ପାଇଁ ନିବେଶ ହେବ ୩୦ ହଜାର କୋଟି ଟଙ୍କା
ଜାତୀୟ ଖବର

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନାଲକୋ ସଂପ୍ରସାରଣ ପାଇଁ ନିବେଶ ହେବ ୩୦ ହଜାର କୋଟି ଟଙ୍କା

January 7, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ନାଲକୋ ସଂପ୍ରସାରଣ ପାଇଁ ନିବେଶ ହେବ ୩୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‍କୋ ଆଗାମୀ ୨୦୨୭-୨୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାର ସଂପ୍ରସାରଣ ଓ ବିବିଧାୟନ ଯୋଜନାରେ ପ୍ରାୟ ୩୦ ହଜାର କୋଟି ଟଙ୍କା ନିବେଶ କରିବ । ଗୁରୁବାର ଭୁବନେଶ୍ୱରଠାରେ ନାଲକୋର ୪୧ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଜୋଶୀ ଏହା କହିଛନ୍ତି ।

ପ୍ରସ୍ତାବିତ ପୁଞ୍ଜି ନିବେଶ ସଂକ୍ରାନ୍ତରେ ସେ କହିଛନ୍ତି ଯେ ଏହି ୩୦ ହଜାର କୋଟି ଟଙ୍କା ମଧ୍ୟରୁ ୭ ହଜାର କୋଟିରୁ ଅଧିକ ଟଙ୍କା ପଞ୍ଚମ ଷ୍ଟ୍ରିମ ରିଫାଇନାରୀ, ପଟ୍ଟାଙ୍ଗୀ ବକ୍ସାଇଟ ଖଣିର ବିକାଶ, ସାଉଥ ବ୍ଳକ ଓ ଉତ୍କଳ ଡି ଏବଂ ଇ କୋଇଲା ଖଣିରୁ କୋଇଲା ଉତ୍ତୋଳନ ତଥା ପରିବହନ କାର୍ଯ୍ୟ ଆଦି ପାଇଁ ଖର୍ଚ୍ଚ ହେବ । ଅବଶିଷ୍ଟ ୨୨ ହଜାର କୋଟି ଟଙ୍କା ସ୍ମେଲଟର ପ୍ଲାଣ୍ଟ, କ୍ୟାପଟିଭ ପାୱାର ପ୍ଲାଣ୍ଟର ସଂପ୍ରସାରଣ କ୍ଷେତ୍ରରେ ଖର୍ଚ୍ଚ କରାଯିବ ।

ଏହି ସଂପ୍ରସାରଣ କାର୍ଯ୍ୟରେ ଅନୁଗୁଳ ସ୍ମେଲଟର ପ୍ଲାଣ୍ଟ ଅନ୍ତର୍ଭୁକ୍ତ । ଏଥିରେ ୧୪୦୦ ମେଗାୱାଟ ଶକ୍ତି ସଂପନ୍ନ କ୍ୟାପ୍‍ଟିଭ ପାୱାର ପ୍ଲାଣ୍ଟ ନିର୍ମାଣ ସହିତ ଏହାର ଫିଡର ବ୍ୟବସ୍ଥା କରାଯିବ। ମନ୍ତ୍ରୀ ଶ୍ରୀ ଜୋଶୀ କହିଛନ୍ତି ଯେ ନାଲ୍‍କୋ ଭବିଷ୍ୟତ ପାଇଁ ଏକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ଯୋଜନା ପ୍ରସ୍ତୁତ କରିଛି। ଉତ୍ପାଦନ ବୃଦ୍ଧି କରିବା ସହ ଉତ୍ତମାନର ଆଲୁମିନା ଓ ଆଲୁମିନିୟମ ଯୋଗାଇ ନାଲ୍‍କୋ ଏ କ୍ଷେତ୍ରରେ ନୂଆ ଉପଲ୍‍ବଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଆଲୁମିନିୟମର ଉତ୍ପାଦନ ବୃଦ୍ଧି ସହିତ ଏହି ଗୁରୁତ୍ୱପୂର୍ଣ୍ଣ ଧାତୁର ବ୍ୟବହାରକୁ ବଢାଇବା ପାଇଁ ମଧ୍ୟ କଂପାନୀ ଯତ୍ନଶୀଳ । ଏହାଦ୍ୱାରା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି।

ଶ୍ରୀ ଜୋଶୀ କହିଛନ୍ତି ଯେ କେନ୍ଦ୍ର ସରକାର ଖଣିଜ ସମୃଦ୍ଧ ଓଡ଼ିଶାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ଦେଶରେ ଖଣିଜ ପଦାର୍ଥର ଉତ୍ତୋଳନ ଓ ଉତ୍ପାଦନ ଯେପରି ବ୍ୟାହତ ନ ହୁଏ ସେଥିପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର କେତେକ ଆଇନକୁ ସଂଶୋଧନ କରିବେ । ଏହା ଫଳରେ ଖଣିଜ ପଦାର୍ଥର ଉତ୍ତୋଳନ ସୁଗମ ଓ ସୁନିଶ୍ଚିତ ହୋଇପାରିବ । ଆହୁରି ମଧ୍ୟ ଖଣିଗୁଡିକର ନିଲାମରେ ଉପର ଠାଉରିଆ ନିଲାମଧାରୀମାନେ ଯେପରି ଅଂଶଗ୍ରହଣ କରି ନ ପାରନ୍ତି ସେଥିପାଇଁ ମଧ୍ୟ ପଦକ୍ଷେପ ନିଆଯିବ ଓ ସେମାନଙ୍କୁ ଏଥିରୁ ବାଦ ଦିଆଯିବ ।

ସେ କହିଛନ୍ତି ଯେ ଓଡ଼ିଶାରେ ସ୍ୱତନ୍ତ୍ରଭାବେ ଲୁହାପଥର ଉତ୍ତୋଳନକୁ ତ୍ୱରାନ୍ୱିତ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଦୁଇଟି ଖଣିକୁ ଓଡ଼ିଶା ଖଣିଜ ନିଗମକୁ ଦେବା ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହାଛଡା ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମକୁ ମଧ୍ୟ ଆଉ ଏକ ଖଣି ଦେବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ ବା ଓଏମ୍‍ଇସିଏଲ୍‍ ଏବଂ ଖଣିଜ ଉତ୍ତୋଳନ ନିଗମ ଲିମିଟେଡ ବା ଏମ୍‍ଇସିଏଲ୍‍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ତଦନୁସାରେ ଓଏମ୍‍ଇସିଏଲ୍‍ ପାଇଁ ଏମ୍‍ଇସିଏଲ୍‍ ଖଣିଜ ଉତ୍ତୋଳନ କରିବ । ଏହାଦ୍ୱାରା ରାଜ୍ୟରେ ଥିବା ଖଣିଜ ସଂପଦର ଉତ୍ତୋଳନ ଓ ବିନିଯୋଗ ଦକ୍ଷତା ବଢିବ। ଏହା ମଧ୍ୟ ଖଣିଜ ପଦାର୍ଥର ସର୍ଭେ ଓ ଖନନରେ ସହାୟକ ହେବ ବୋଲି ଶ୍ରୀ ଜୋଶୀ କହିଛନ୍ତି ।

ସେ କହିଛନ୍ତି ଯେ ଆହୁରି ମଧ୍ୟ ଓଡ଼ିଶାରେ ମିନେରାଲ ବ୍ଲକ ବା ଖଣିଗୁଡିକର ନିଲାମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଏ କ୍ଷେତ୍ରରେ ଥିବା କେତେକ ନୀତିନିୟମକୁ କୋହଳ କରିବାକୁ ଚିନ୍ତା କରାଯାଉଛି। ସେ କହିଛନ୍ତି ଯେ ଏମ୍‍ଏମ୍‍ଡିଆର ୨୦୧୫ ଆଇନରେ ସଂଶୋଧନ କରାଯାଇ ଖଣି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଖଣିଗୁଡିକର ଆବଣ୍ଟନ ପାଇଁ ନୂଆ ନିଲାମ ବ୍ୟବସ୍ଥା କରାଯାଇଥିଲା।

ଏହି ନୂଆ ନୀତି ଓ ବିଧିବ୍ୟବସ୍ଥା କାର୍ଯ୍ୟକାରୀ ହେବା ବେଳକୁ ଦେଶର ୪୬ଟି ଖଣିର ଲିଜ୍‍ ମିଆଦ ୨୦୨୦ ମାର୍ଚ୍ଚ ସୁଦ୍ଧା ଶେଷ ହୋଇଯାଇଥିଲା । ସେଥିମଧ୍ୟରେ ସର୍ବାଧିକ ଖଣି ଓଡ଼ିଶାରେ ରହିଛି । ତେଣୁ ଏହି ଖଣିଜ ଉତ୍ପାଦନ ପ୍ରକ୍ରିୟାକୁ ଅବ୍ୟାହତ ରଖିବା ପାଇଁ କେନ୍ଦ୍ର ସରକାର ଏହି ନୂଆ ସଂଶୋଧିତ ଖଣି ଆଇନ ୨୦୨୦କୁ ଏକ ଅଧ୍ୟାଦେଶ ମାଧ୍ୟମରେ ଆଣିଥିଲେ।

ଜାନୁୟାରୀ ୨୦୨୦ରେ ଜାରି ହୋଇଥିବା ଏହି ଅଧ୍ୟାଦେଶ ଅନୁସାରେ ରାଜ୍ୟ ସରକାରମାନେ ନିଜ ରାଜ୍ୟରେ ଥିବା ଖଣିଗୁଡିକର ନିଲାମ ପାଇଁ ଆଗୁଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଏହା ଫଳରେ ପ୍ରଚଳିତ ଲିଜ୍‍ ଅବଧି ଶେଷ ହେବା ପୂର୍ବରୁ ନୂଆ ଲିଜ୍‍ଧାରୀଙ୍କ ସଂପର୍କରେ ରାଜ୍ୟ ସରକାରମାନଙ୍କୁ ନିଷ୍ପତ୍ତି ନେବାକୁ ପଡିବ।

ଦ୍ୱିତୀୟତଃ ଆହୁରି ମଧ୍ୟ ନିଷ୍ପତ୍ତି ହୋଇଥିଲା ଯେ ଖଣିର ନୂଆ ଲିଜ୍‍ଧାରୀଙ୍କୁ ସ୍ୱୟଂକ୍ରିୟଭାବେ ଅନୁମୋଦନ ଓ କ୍ଲିୟରାନ୍ସ ଦୁଇ ବର୍ଷ ପାଇଁ ହସ୍ତାନ୍ତରିତ କରାଯିବ। ଯେଉଁଦିନଠାରୁ ନୂଆ ଲିଜ୍‍ଧାରୀ ଅନୁମତି ପାଇବେ ସେହିଦିନଠାରୁ ଦୁଇବର୍ଷ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ନୂଆ ମାଲିକ ଆବେଦନ କରି ନୂତନ କ୍ଲିୟରାନ୍ସ ଆଦେଶ ପାଇ ପାରିବେ। ଏହି ପ୍ରକ୍ରିୟା ଫଳରେ ନୂଆ ମାଲିକମାନେ ଝାମେଲାମୁକ୍ତ ଭାବେ ଖଣି କାର୍ଯ୍ୟ କରିବାକୁ ସଫଳ ହୋଇଛନ୍ତି।

ଶ୍ରୀ ଜୋଶୀ କହିଛନ୍ତି ଯେ ନାଲ୍‍କୋ ଓଡ଼ିଶା ସରକାରଙ୍କ ସହଯୋଗରେ ଅନୁଗୁଳଠାରେ ଏକ ବିଶ୍ୱସ୍ତରୀୟ ଆଲୁମିନିୟମ ପାର୍କ ପ୍ରତିଷ୍ଠା କରୁଛି। ଏହା ସ୍ମେଲଟର ପ୍ଲାଣ୍ଟଠାରୁ ଅଳ୍ପ ଦୂରରେ ଅବସ୍ଥିତ । ଅନୁସାରୀ ଶିଳ୍ପସଂସ୍ଥା ଓ ନିକଟବର୍ତ୍ତୀ ଛୋଟ ଛୋଟ ଉଦ୍ୟୋଗକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯାଇଛି । ଏହା ଫଳରେ ସେହି ଅଞ୍ଚଳରେ ନିଯୁକ୍ତି ସୁବିଧା ବଢିବ ଏବଂ ସ୍ଥାନୀୟ ଉଦ୍ୟୋଗ ଲାଭବାନ ହୋଇପାରିବେ ।

ଜାତୀୟ ଆଲୁମିନିୟମ କଂପାନୀ ନାଲ୍‍କୋ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନରେ ଏକ ରାଷ୍ଟ୍ରାୟତ୍ତ ଉପକ୍ରମଭାବେ କାର୍ଯ୍ୟ କରୁଛି । ଏହା ଭାରତ ସରକାରଙ୍କ ଏକ ନବରତ୍ନ ମାନ୍ୟତାପ୍ରାପ୍ତ କଂପାନୀ। ଏହା ଏସିଆର ସର୍ବବୃହତ୍‍ ସମନ୍ୱିତ ବକ୍ସାଇଟ-ଆଲୁମିନା- ଆଲୁମିନିୟମ-ବିଜୁଳି କମ୍ପେ୍ଲକ୍ସ। ଦେଶର ବକ୍ସାଇଟ ଉତ୍ପାଦନରେ ନାଲ୍‍କୋର ଅବଦାନ ୩୨ ଶତାଂଶ । ସେହିଭଳି ଭାରତର ମୋଟ ଆଲୁମିନା ଉତ୍ପାଦନର ୩୩ ଭାଗ ଏବଂ ଆଲୁମିନିୟମ ଉତ୍ପାଦନର ୧୨ ଶତାଂଶ ନାଲ୍‍କୋ ଦ୍ୱାରା ହୋଇଥାଏ।

ସ୍ୱଳ୍ପ ମୂଲ୍ୟରେ ଆଲୁମିନା ଏବଂ ବକ୍ସାଇଟ ଉତ୍ପାଦନ କ୍ଷେତ୍ରରେ ନାଲ୍‍କୋ ବିଶ୍ୱର ୧ ନମ୍ବର କଂପାନୀଭାବେ ମାନ୍ୟତା ପାଇଛି । ପୃଥିବୀର ୧୫ରୁ ଅଧିକ ଦେଶରେ ନାଲ୍‍କୋର କାରବାର ରହିଛି । ଦେଶର ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ ସିପିଏସ୍‍ସି କ୍ଷେତ୍ରରେ ନାଲ୍‍କୋ ସର୍ବାଗ୍ରେ ଅଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଓ ଅନୁଗୁଳ ଜିଲାରେ ନାଲ୍‍କୋର ପ୍ଲାଣ୍ଟ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025

ଦୀକ୍ଷା ୨.୦’ ସମେତ ବିଭିନ୍ନ ଶିକ୍ଷାଗତ ପଦକ୍ଷେପ ଉଦଘାଟନ ଏବଂ ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 1, 2025

ଇଗ୍ନୋର ନାମଲେଖା ସମୟ ବୃଦ୍ଧି ପାଇଲା, ଜାଣନ୍ତୁ କେତେ ତାରିଖ

September 1, 2025
Latest News

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତ୍ତି

September 1, 2025

କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚକୁ ନେଇ ବ୍ୟାପକ ପ୍ରସ୍ତୁତି

September 1, 2025

ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ବିଜେଡି ପକ୍ଷରୁ ସ୍ମାରକପତ୍ର ପ୍ରଦାନ

September 1, 2025

ପୁରୀ–ବାଙ୍ଗିରିପୋସି–ପୁରୀ ଏକ୍ସପ୍ରେସରେ ବଢିଲା ସିଟ୍ ସଂଖ୍ୟା, ମିଳିବ ଅଧିକ ସୁବିଧା

September 1, 2025

କଂଗ୍ରେସ ଆରମ୍ଭ କଲା ସଙ୍ଗଠନ ସୃଜନ ଅଭିଯାନ, ବଛାହେବେ ନୂତନ ଜିଲ୍ଲା ସଭାପତି

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.