
ଭାରତୀୟ ଜନତା ପାର୍ଟି ତରଫରୁ ଗୁଜୁରାଟର ଚାରି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ରବିବାର ଦିନ ୧୩ତମ ସୂଚି ଜାରି କରି ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ନିର୍ବାଚନ ସମିତି ପ୍ରଭାରୀ ଜେ.ପି. ନଡ୍ଡା ଆଜି ୪ଟି ଲୋକସଭା ପ୍ରାର୍ଥୀଙ୍କ ସହ ଗୋଟିଏ ବିଧାନସଭା ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ଭାରତ ସିଂହ ଡାବିଙ୍କୁ ପାଟନ, ମିତେଶ ଭାଇ ପଟେଲଙ୍କୁ ଆଣନ୍ଦ, ରାଜେଶ ଭାଇ ଚୁଡାମ୍ସାଙ୍କୁ ଜୁନାଗଡ଼, ଗୀତା ବେନ୍ ରାଠ୍ବାଙ୍କୁ ଛୋଟା ଉଦୟପୁରର ପ୍ରାର୍ଥୀ ଘୋଷଣା କରିଛନ୍ତି। ଜସ୍ଭାଇ ବରାଡ଼ଙ୍କୁ ତଲାଲା ବିଧାନସଭା ଆସନରୁ ପ୍ରାର୍ଥୀ ଟିକେଟ ଦିଆଯାଇଛି।