Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବିନା ଲିଜ୍ ରେ ରାହାମା ହରିପୁର ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ: ପ୍ରଶାସନ ସ୍ଥାଣୁ
ଆଞ୍ଚଳିକ

ବିନା ଲିଜ୍ ରେ ରାହାମା ହରିପୁର ଘାଟରୁ ଦୈନିକ ଶହ ଶହ ଟ୍ରିପ୍ ବାଲି ଚୋରାଚାଲାଣ: ପ୍ରଶାସନ ସ୍ଥାଣୁ

January 13, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନସ୍ଥ ରାହାମା ହରିପୁର ମହାନଦୀ ଘାଟ ପ୍ରଶାସନ ପକ୍ଷରୁ ଲିଜ୍ ହୋଇନଥିବା ବେଳେ ସେଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେବା ସହ ସ୍ଥାନୀୟ ପ୍ରଶାସନର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଏମିତିକି ଦିନ ହେଉ ଅବା ରାତି ସର୍ବ ସମ୍ମୁଖରେ ଦୈନିକ ଶତାଧିକ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନିରବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ରାହାମା ବଜାର ନିକଟସ୍ଥ ହରିପୁର ଜଙ୍ଗଲ ବାଟଦେଇ ମହାନଦୀରୁ ଦିର୍ଘଦିନ ହେବ ଦୈନିକ ଶହଶହ ଟ୍ରିପ୍ ବାଲି ଟ୍ରାକ୍ଟରରେ ଚୋରା ଚାଲାଣ ହେବା ଯୋଗୁଁ ସରକାରଙ୍କ ବିପୁଳ ରାଜସ୍ବ ହାନି ହେଉଥିବା ବେଳେ ସ୍ଥାନୀୟ ପ୍ରଶାସନ କ’ଣ ପାଇଁ ହାତବନ୍ଧି ବସିଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ ଉକ୍ତ ସ୍ଥାନରୁ ବାଲି ଚୋରା ଚାଲାଣ କରିବା ପାଇଁ ଟ୍ରାକ୍ଟର ମାଲିକ ମାନଙ୍କ ଠାରୁ ସେହି ଗାଁର କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଦିନକୁ ୪ହଜାର ଟଙ୍କା ଲେଖାଏଁ ଚାନ୍ଦା ନେଉଥିବା ଶୁଣିବାକୁ ମିଳୁଛି। ଏମିତିକି ଭୋର ୪ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାନଦୀର ଏହି ଘାଟରୁ ବାହାରକୁ ବାଲି ଚୋରା ଚାଲାଣ ହେବା ସହିତ ଉକ୍ତ ଗାଁ ମଝିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶହଶହ ଟ୍ରିପ୍ ବାଲି ବେଆଇନ୍ ବିକ୍ରୟ ପାଇଁ ଷ୍ଟକ୍ ରଖାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏପରିକି ସ୍ଥାନୀୟ ପ୍ରଶାସନର କିଛି ଅସାଧୁ କର୍ମଚାରୀଙ୍କୁ ଉକ୍ତ ବାଲି ମାଫିଆମାନେ କରାୟତ କରି ତାଙ୍କ ଠାରୁ ଅଭୟ ବର ପାଇଥିବାରୁ ନିର୍ଭୟରେ ଏଠାରୁ ଦୈନିକ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଏନେଇ ଉକ୍ତ ତହସିଲ୍ ଅଧିନସ୍ଥ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି। ସରକାରଙ୍କ ବିପୁଳ ରାଜସ୍ବ ହାନିକୁ ଦୃଷ୍ଟିରେ ରଖି ଉକ୍ତ ସ୍ଥାନରୁ ହେଉଥିବା ଚୋରା ବାଲି ଚାଲାଣକୁ ଯଥାଶୀଘ୍ର ବନ୍ଦ କରାଯିବା ସହ ଚୋରା ଚାଲାଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସାଧାରଣରେ ଦାବୀ ହେଉଛି।

ଜଗତସିଂହପୁର ଜିଲ୍ଲା ରାହାମା
Share. Facebook Twitter LinkedIn Email WhatsApp Copy Link

Related Posts

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026
Latest News

ଛାତ୍ର ସଂସଦ ନିର୍ବାନୀ ହିଂସା: ଆମିଷ ଭୋଜି ବାରଣକୁ କେନ୍ଦ୍ର କରି ଗଣ୍ଡଗୋଳ

October 11, 2026

ଡ. ମନସୁଖ ମାଣ୍ଡଭିୟଙ୍କ ନେତୃତ୍ୱରେ ଯୁବପିଢ଼ିଙ୍କ ଫିଟନେସ୍ ଅଭିଯାନ

October 11, 2026

ବୁଡ଼ିଗଲା ବୋଟ୍‌, ୧୦୯ ମୃତ

October 11, 2026

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବନ୍ଦେମାତରମ୍ ଶିବିର ୨୦୨୬ ଉଦଘାଟନୀ ସମାରୋହ

October 11, 2026

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ରେ ନେଇପାରେ ଲଘୁଚାପ ରୂପ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.