Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଅନ୍ତିମ ଟେଷ୍ଟ: ପ୍ରଥମ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ୨୭୪/୫
ଅନ୍ତରାଷ୍ଟ୍ରୀୟ

ଅନ୍ତିମ ଟେଷ୍ଟ: ପ୍ରଥମ ଦିନ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ୨୭୪/୫

January 15, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରିସବେନ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୨୭୪ ରନ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ ୧୦୮ ରନର ଶତକୀୟ ପାଳି ଖେଳିଛନ୍ତି।

ପୂର୍ବରୁ ଅଷ୍ଟ୍ରେଲିଆର ପ୍ରାରମ୍ଭିକ ଯୋଡି ଡ଼େଭିଡ ୱାର୍ନର ଏବଂ ମାର୍କସ ହ୍ୟାରିସ ବ୍ୟାଟିଂରେ ବିଫଳ ହୋଇଥିଲେ ମଧ୍ୟ ମାର୍ନସ ଲାବୁସେନ ଓ ଷ୍ଟିଭ ସ୍ମିଥ ଖେଳକୁ ଆଗକୁ ବଢାଇଥିଲେ। କିନ୍ତୁ ସ୍ମିଥ ମାତ୍ର ୩୬ ରନରେ ୱାସିଙ୍ଗଟନ ସୁନ୍ଦରଙ୍କ ବଲରେ ଆଉଟ ହୋଇ ଅଷ୍ଟ୍ରେଲିଆର ସମସ୍ୟା ବଢାଇଥିଲେ। ସ୍ମିଥଙ୍କ ପରେ ମାଥ୍ଵୀ ୱାଡ଼େ ବ୍ୟାଟିଂ କରିବାକୁ ଆସିଥିଲେ। ଲାବୁସେନ ଏବଂ ୱାଡେଙ୍କ ଯୋଡି ଚା’ ପାନ ବିରତି ପର୍ଯ୍ୟନ୍ତ ଖେଳି ଦଳର ସ୍ଥିତିକୁ ମଜବୁଜ କରିଥିଲେ।

କିନ୍ତୁ ବିରତି ପରେ ୱାଡେ ଟି ନଟରାଜନଙ୍କ ବଲରେ ଆଉଟ ହୋଇଯାଇଥିଲେ ଏବଂ ତାପରେ ଲାବୁସେନ ମଧ୍ୟ ନଟରାଜନଙ୍କ ବଲରେ ଆଉଟ ହୋଇ ପ୍ୟାଭିଲିଆନ ଫେରିଥିଲେ। ଏହାପରେ କ୍ୟାମେରନ ଗ୍ରୀନ ଏବଂ ଟିମ ପେନଙ୍କ ଯୋଡି ଦିନର ଶେଷ ପର୍ଯ୍ୟନ୍ତ ଖେଳି ଦଳର ସ୍କୋରକୁ ୨୭୪ ରନରେ ପହଞ୍ଚାଇଥିଲେ। ଭାରତ ପାଇଁ ଆଜି ଦୁଇଜଣ ବୋଲର ପଦାର୍ପଣ କରିଥିଲେ। ଦ୍ରୁତ ବୋଲର ଟି ନଟରାଜନ ଏବଂ ୱାସିଙ୍ଗଟନ ସୁନ୍ଦର ଆଜିର ମ୍ୟାଚରେ ପଦାର୍ପଣ କରିଥିଲେ। ନଟରାଜନ ୨ ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ୱାସିଙ୍ଗଟନ ସୁନ୍ଦର ଏବଂ ଶ୍ରାଦ୍ଧୁଳ ଠାକୁର ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଅନ୍ତିମ ଟେଷ୍ଟ ବ୍ରିସବେନ ଭାରତ-ଅଷ୍ଟ୍ରେଲିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026
Latest News

ଅନୁଗୋଳ କଣିହାଁ NTPC ପାୱାର ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଗୁରୁତର

August 22, 2026

୨୫ଟି ବୈଷୟିକ ଓ ଅଣବୈଷୟିକ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର ଭିତରେ ଏମଓୟୁ ସ୍ୱାକ୍ଷର

August 22, 2026

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.