ଭୁବନେଶ୍ବର, ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି ପ୍ରଫେସର ଅର୍କ କୁମାର ଦାସ ମହାପାତ୍ର। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏ ନେଇ ରାଜଭବନ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମହାପାତ୍ର ବର୍ତ୍ତମାନ ସମ୍ବଲପୁର ବିଶ୍ବବିଦ୍ୟାଳୟର ବିଜିନେସ ଅଡମିନଷ୍ଟ୍ରେସନର ପ୍ରଫେସର ଅଛନ୍ତି। ସେ ଯେଉଁଦିନଠାରୁ ଦାୟିତ୍ବ ଗ୍ରହଣ କରିବେ ସେହି ଦିନଠାରେ ତିିନି ବର୍ଷ ପାଇଁ ଏହି ପଦବୀରେ ରହିବେ।