ଭୁବନେଶ୍ୱର: ବିଦାୟୀ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ନିଜ ପରିବାର ସହିତ ଓଡ଼ିଶାରୁ ବିଦାୟ ନେଇଛନ୍ତି। ଏଠାରେ ତାଙ୍କର କାର୍ଯ୍ୟକାଳ ଥିଲା ପ୍ରାୟ ଏକ ବର୍ଷ ୯ ମାସ। ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ସମୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ, ରାଜ୍ୟପାଳଙ୍କ ସଚିବ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଅକ୍ଟୋବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଦାୟୀ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ। ଡ. ହରିବାବୁ କମ୍ଭମ୍ପାଟି ଓଡ଼ିଶା ପୂର୍ବରୁ ମିଜୋରାମରେ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ୨୦୨୪ରୁ ଏଯାବତ୍ ଓଡ଼ିଶାର ରାଜ୍ୟପାଳ ରହିଥିଲେ। ଅନ୍ୟପକ୍ଷରେ ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ୧୮ ତାରିଖ ପୂର୍ବାହ୍ନ ୧୧ଟାରେ ଲୋକ ଭବନରେ ରାଜ୍ୟପାଳ ଭାବେ ଶପଥ ନେବେ।


