Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ଵାମି ଅଟକ
ଅପରାଧ

ବାଣପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ଵାମି ଅଟକ

January 22, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନ୍.ଏ.ସିରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ମହିଳା ଜଣଙ୍କ ବାଣପୁର ଏନ୍.ଏ.ସି ଅନ୍ତର୍ଗତ ବଜାର ସାହିର ଗୀତାଞ୍ଜଳି ପ୍ରଧାନ ବୋଲି ଜଣାପଡିଛି। ମୃତକ ମହିଳା ଜଣଙ୍କୁ ତାଙ୍କ ସ୍ଵାମୀ ବାଡେଇ ମାରିଦେଇଥିବା ଅଭିଯୋଗ ହୋଇଛି।

ଘଟଣା ରୁ ପ୍ରକାଶ ଯେ, ବାଣପୁର ବଜାର ସାହିରେ ଭଡା ସୁତ୍ରରେ ରହୁଥିବା ଯୋଗୀ ପାତ୍ରଙ୍କ ପୁଅ ମିଟୁ ପାତ୍ର ଗତ ଦୁଇ ବର୍ଷ ତଳେ ଗୀତାଞ୍ଜଳିଙ୍କୁ ବିବାହ କରିଥିଲେ। ଗୀତାଞ୍ଜଳିଙ୍କ ଏହା ଦ୍ଵିତୀୟ ବିବାହ ଥିବାବେଳେ ପୂର୍ବରୁ ତାଙ୍କର ୩ଟି ଝିଅ ଅଛନ୍ତି ଏବଂ ପ୍ରଥମ ସ୍ୱାମୀଙ୍କ ଦେହାନ୍ତ ହୋଇଯାଇଛି। ୩ ଟି ଝିଅ ମଧ୍ୟରୁ ୨ଜଣ ସ୍ଥାନୀୟ ନେହେରୁ ସେବା ସଂଘରେ ରହୁଥିବା ବେଳେ ସାନଝିଅ ତା ମାଉସୀ ପାଖରେ ରହୁଥାଏ।

ଗୀତାଞ୍ଜଳିଙ୍କ ଭଉଣୀ ଓ ଝିଅଙ୍କ ଅଭିଯୋଗ ଅନୁଯାୟୀ, ମିଟୁ ପାତ୍ର ଅନେକ ଥର ଗୀତାଞ୍ଜଳିଙ୍କୁ ମାରଧର କରୁଥିଲେ। ସବୁଦିନ ଭଳି ଆଜି ମଧ୍ୟ ସେ ଗୀତାଞ୍ଜଳିଙ୍କୁ ମାରିଥିଲେ। ଯେଉଁଥିରେ ଗୀତାଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍ନ ୧୦ ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ସେମାନେ ଶୁଣିବାକୁ ପାଇଥିଲେ।

ବାଣପୁର ପୋଲିସ ଏହାକୁ ଗମ୍ଭୀରତାର ସହ ନେଇ ତତ୍ପରତା ସହକାରେ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ ଆଇ ପ୍ରସନ୍ନ ଜେନା ଓ ଅନ୍ୟ ଅଧିକାରୀ ମାନେ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ବାଣପୁର ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ମିଟୁ ପାତ୍ରଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଅଭାବନୀୟ ଘଟଣା ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026
Latest News

ଏବିଭିପିର ଜାତୀୟ କାର୍ଯ୍ୟନିର୍ବାହୀ ପରିଷଦର ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର

May 28, 2026

ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିବା ବୁବୁନ ସାହୁଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

May 28, 2026

ଲୋକ ଭବନରେ ଇସ୍ତଫା ପ୍ରଦାନ କଲେ ସିଦ୍ଧରମୈୟା: ଡିକେ ଶିବକୁମାର ହେବେ ନୂତନ ମୁଖ୍ୟମନ୍ତ୍ରୀ

May 28, 2026

ବାଳିକା ବିଦ୍ୟାଳୟରେ ଭୟଙ୍କର ଅଗ୍ନିକାଣ୍ଡ: ୧୬ ଛାତ୍ରୀଙ୍କ ମୃତ୍ୟୁ, ୫୦ ରୁ ଅଧିକ ଆହତ

May 28, 2026

NEET ପେପର ଲିକ୍ ରୋକିବା ପାଇଁ ବଡ଼ ପଦକ୍ଷେପ: ସେନାକୁ ଦିଆଯିବ କି ପ୍ରଶ୍ନପତ୍ର?

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.