କୋରାପୁଟ, ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ କୋରାପୁଟରେ ପାଳିତ ହୋଇଛି। ଏହି ସମାରୋହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିସହିତ ଏକ ସମ୍ମିଳିତ ପାରଡରେ ଅଭିବାଦନ ଗ୍ରହଣ କରଥିଲେ।
ଏହି ପାରଡରେ ଜିଲ୍ଲା ପୋଲିସ ତରଫରୁ ଆୟୋଜିତ କରାଯାଇଥିଲା। ମନ୍ତ୍ରୀ ପତାକା ଉତ୍ତୋଳନ କରିବା ପାଇଁ ଗତକାଲି କୋରାପୁଟ ଗସ୍ତ କରିଥିଲେ। ସେଠାରେ ଜିଲ୍ଲା ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ଏହି ଗଣତନ୍ତ୍ର ଉତ୍ସବରେ ଚିତାକର୍ଷକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।