Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁରେ ଦୁର୍ଘଟଣା: ଝିଅ ବାହାଘରର ଗୁଆ ନିମନ୍ତ୍ରଣ ପାଇଁ ଯାଉଥିବା ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ
ଆଜିର ଖବର

ବାଲୁଗାଁରେ ଦୁର୍ଘଟଣା: ଝିଅ ବାହାଘରର ଗୁଆ ନିମନ୍ତ୍ରଣ ପାଇଁ ଯାଉଥିବା ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ

February 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ନିଜ ଝିଅ ବାହାଘରର ଗୁଆ ନିମନ୍ତ୍ରଣ ପାଇଁ ଯାଉଥିବା ଜଣେ ପ୍ରଧାନଶିକ୍ଷକଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଇଂଜନପୁର ନିକଟସ୍ଥ ଗୋବିନ୍ଦ ନଗରଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରାଣ ହରାଇଥିବା ପ୍ରଧାନ ଶିକ୍ଷକ ଜଣକ ହେଲେ ହରିପୁର ଶାସନ ଗ୍ରାମର ଗଙ୍ଗା ମାର୍ଥୀ(୫୬)। ସେ ଫୁଲବାଣୀ ଜିଲ୍ଲାର ଏକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ।

ସୂଚନା ଅନୁଯାୟୀ, ଗଙ୍ଗାଙ୍କ ଝିଅ ବାହାଘର ଆସନ୍ତା ମଙ୍ଗଳବାର ଦିନ ଥିଲା। ସେହି ପରିପ୍ରେକ୍ଷୀରେ ଗଙ୍ଗା ନିଜ ସହଯୋଗୀଙ୍କ ସହ ଏକ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଗୁଆ ଦେବାପାଇଁ ଖଲିକୋଟ ଯାଇଥିଲେ। ତେବେ ଫେରିଲା ବେଳକୁ ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର (ଓଆର୦୨ବି ଏଲ୨୮୯୨) ଦ୍ରୁତ ଗତିରେ ଆସି ଇଂଜନପୁର ନିକଟସ୍ଥ ଗୋବିନ୍ଦ ନଗର ଠାରେ ତାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା ଫଳରେ ଗଙ୍ଗା ଏବଂ ତାଙ୍କ ସହଯୋଗୀ ବାଇକରୁ ଛିଟିକି ତଳେ ପଡିଯାଇଥିଲେ।

ଖବର ପାଇ ସଙ୍ଗେ ସଙ୍ଗେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ସଦଳବଳେ ଦୁର୍ଘଟଣାସ୍ଥଳରେ ପହଁଚି ଉଭୟ ଗୁରୁତର ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ତେବେ ମେଡିକାଲରେ ପହଞ୍ଚିଲା ପରେ ଡାକ୍ତର ଗଙ୍ଗାଙ୍କୁ ମୃତ ଘୋଷଣା କରିଥିଲେ।

ଅପରପକ୍ଷରେ ଗଙ୍ଗାଙ୍କ ସହଯୋଗୀଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଅଛି। ତେବେ ଘଟଣାସ୍ଥଳରୁ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ସ୍ଥଳେ ବାଲୁଗାଁ ପୋଲିସ ଟ୍ରାକ୍ଟର ଜବତ କରି ଚାଳକଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି।

ଅନ୍ୟ ପକ୍ଷରେ ଗଙ୍ଗାଙ୍କ ପରିବାର ବର୍ଗ ବର୍ତ୍ତମାନ ବାଲୁଗାଁ ମେଡ଼ିକାଲରେ ଆସି ପହଂଚିବାସ୍ଥଳେ ମେଡିକାଲ ପରିସରରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପୋଲିସ ଗଙ୍ଗାଙ୍କ ପରିବାରକୁ ତାଙ୍କ ଶବ ହସ୍ତାନ୍ତର କରିବ ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁଠାରୁ ବଡ଼ ଫିଫା ବିଶ୍ୱକପ୍ ବିଜୟ ରେକର୍ଡ କଲା ଆମେରିକା: ପାରାଗୁଏକୁ ପରାସ୍ତ କରି ରଚିଲା ଇତିହାସ

June 13, 2026

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026
Latest News

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

June 13, 2026

ସବୁଠାରୁ ବଡ଼ ଫିଫା ବିଶ୍ୱକପ୍ ବିଜୟ ରେକର୍ଡ କଲା ଆମେରିକା: ପାରାଗୁଏକୁ ପରାସ୍ତ କରି ରଚିଲା ଇତିହାସ

June 13, 2026

ଆସାମରେ ବଡ଼ ଦୁର୍ଘଟଣା: ଭାରତୀୟ ବାୟୁସେନାର AN-32 ବିମାନ ଦୁର୍ଘଟଣାଗ୍ରସ୍ତ

June 13, 2026

ଆଜି ଭାରତ-ଆଫଗାନିସ୍ତାନ ପ୍ରଥମ ଦିନିକିଆ: କିଏ ନେବେ କୋହଲିଙ୍କ ସ୍ଥାନ?

June 13, 2026

ହାଇୱାକୁ ପିଟିଲା ବିଏମଡବ୍ଲୁ କାର,୨ ମୃତ

June 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.