Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ନିଯୁକ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ଏଥର ସହଜ ହେବ ପରୀକ୍ଷା
ଜାତୀୟ ଖବର

ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ନିଯୁକ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ଏଥର ସହଜ ହେବ ପରୀକ୍ଷା

February 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ନିଯୁକ୍ତିରେ ରାଜ୍ୟ ସରକାର କଲେ ବଡ ପରିବର୍ତ୍ତନ, ଏଥର ସହଜ ହେବ ପରୀକ୍ଷା

ଭୁବନେଶ୍ବର, ରାଜ୍ୟ କ୍ୟାବିନେଟରେ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ନିଯୁକ୍ତି ପକ୍ରିୟାରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ଫରେଷ୍ଟ ଗାର୍ଡ ପରୀକ୍ଷା ଦେବା ପାଇଁ ପ୍ରଥମେ ଶାରୀରିକ ପରୀକ୍ଷା କରାଯାଉଥିଲା। ମାତ୍ର ଶହେ ପଦବୀ ପାଇଁ ପ୍ରାୟ ଲକ୍ଷେ ପିଲାଙ୍କର ଶାରୀରିକ ପରୀକ୍ଷା କରିବାକୁ ପଡୁଥିଲା। ଯାହା ସମୟ ସାପେକ୍ଷ ସହିତ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ବହୁଦିନ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲା। ଏହିପରି ଅସୁବିଧାକୁ ନଜରରେ ରଖି ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତ୍ତନ କରିଛନ୍ତି।

ନିଷ୍ପତି ଅନୁସାରେ ଏଣିକି ଫରେଷ୍ଟର କିମ୍ବା ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଁ ଆଉ ପ୍ରଥମେ ଶାରୀରିକ ପରୀକ୍ଷା କରାଯିବ ନାହିଁ। ପ୍ରଥମେ ଲିଖିତ ଓ ମୌଖିକ ର ପରୀକ୍ଷା କରାଯିବ। ଏହାପରେ ଶାରୀରିକ ପରୀକ୍ଷା କରାଯିବ। ଫଳରେ ଲକ୍ଷେ ହୁଅନ୍ତୁ କିମ୍ବା ଅଧିକ ଗୋଟିଏ ଦିନରେ ଲିଖିତ ପରୀକ୍ଷା କରାଯାଇପାରିବ। ସେହି ଲିଖିତ ପରୀକ୍ଷାରେ ଯେଉଁମାନେ ପାଶ କରିବେ ସେମାନଙ୍କୁ ମୌଖିକ ପରୀକ୍ଷା ପାଇଁ ଡକାଯିବ।

ଲିଖିତ ଓ ମୌଖିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଶାରୀରିକ ପରୀକ୍ଷା ଦେବା ପାଇଁ ଡକାଯିବ। ଏଥିରେ ଯେତିକି ପଦବୀ ଖାଲି ଥିବା ତାହାର ତିନିଗୁଣା ପରୀକ୍ଷାର୍ଥୀଙ୍କୁ ଚୟନ କରାଯିବ। ତେବେ ପୂର୍ବରେ ଶାରୀରିକ ପରୀକ୍ଷାରେ ଯେପରି କଡାକଡି କରାଯାଇଥିଲା, ତାହା କରାଯିବ ନାହିଁ। ପୂର୍ବେ ପରୀକ୍ଷାର୍ଥିଙ୍କୁ ସାଇକେଲିଂ, ରନିଂ ଏବଂ ଅନ୍ୟାନ୍ୟ ପରୀକ୍ଷା କରାଯାଉଥିଲା। ନୂଆ ନିଷ୍ପତି ଅନୁସାରେ ଏସବୁ ନ କରାଯାଇ କେବଳେ ଶାରୀରିକ ଭାବେ ଫିଟ୍ ଅଛି କି ନାହିଁ ତାହା ତଦାରଖ କରାଯିବ। ଏହି ନୂଆ ନିୟମ ଉଭୟ ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟରଙ୍କ ପାଇଁ ଲାଗୁ କରାଯିବ।

ଏପରି ନିୟମ ଦ୍ବାରା ପରୀକ୍ଷାର୍ଥୀଙ୍କର ସମୟ ଅପଚୟ ହେବ ନାହିଁ କିମ୍ବା ସରକାରୀ କଳର ମଧ୍ୟ ଅପବ୍ୟୟ ହେବ ନାହିଁ। ଏହି ନୂଆ ନିୟମକୁ ପରବର୍ତ୍ତି ନିଯୁକ୍ତି ବେଳକୁ ଲାଗୁ କରାଯିବ। ସେହିପରି ଫରେଷ୍ଟ ଗାର୍ଡ କ୍ୟାଡରରେ ମଧ୍ୟ ରାଜ୍ୟ ସରକାର ପରିବର୍ତ୍ତି କରିଛନ୍ତି। ନୂଆ ନିୟମ ଅନୁସାରେ ଏଣିକି ଏହି କର୍ମଚାରୀମାନଙ୍କୁ ସର୍କଲ କ୍ୟାଡର କରାଯିବ। ଫଳରେ ସେହି ସର୍କଲରେ ଥିବା କେନ୍ଦୁଲିପି, ବନ୍ୟପ୍ରାଣୀ କିମ୍ବା ଜଙ୍ଗଲ ବିଭାଗକୁ ବଦଳି କରାଯାଇ ପାରିବ। ଏହାଦ୍ବାରା ଜଣେ କର୍ମଚାରୀ ଏହି ତିନୋଟି ବିଭାଗରେ ଦକ୍ଷ ହୋଇ ପଦନ୍ନୋତି ପାଇପାରିବ। ଏହି ସଂଶୋଧନକୁ ମଧ୍ୟ କ୍ୟାବିନେଟ ମଂଜୁର କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025
Latest News

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025

ଡ୍ରଗ୍ସ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ: ୪୦ କୋଟି ମୂଲ୍ୟର ରାସାୟନିକ ପଦାର୍ଥ ଜବତ

November 15, 2025

ବାଣପୁର: ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.