ରାଜଧାନୀରେ ଦେହଜୀବୀଙ୍କ ଉତ୍ପାତ, ପୋଲିସ ପିସିଆର ଭ୍ୟାନ ଉପରକୁ କଲେ ଆକ୍ରମଣ

Published: Feb 22, 2021, 6:17 am IST

ଭୁବନେଶ୍ବର,  ରବିବାର ରାତି ପ୍ରାୟ ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ସ୍ଥିତ “ବସ ଟର୍ମିନାଲ” ସମ୍ମୁଖରେ ଏକ ପୋଲିସ ପିସିଆର ଭ୍ୟାନ ଭଙ୍ଗାରୁଜା ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ, ରାଜମହଲ ଛକରେ କେତେକ ଦେହଜୀବୀ ନିଜନିଜ ମଧ୍ୟରେ ଗଣ୍ଡଗୋଳ କରୁଥିଲେ।

ଖବର ପାଇ ପିସିଆର ଭ୍ୟାନ ସେଠାରେ ପହଁଛି ସେମାନଙ୍କୁ ସେଠାରୁ ଘଉଡ଼ାଇ ଦେଇଥଲେ। ମାତ୍ର ସେଠାରୁ ଯାଇ ପୁଣି ମାଷ୍ଟର କ୍ୟାଣ୍ଟିଂନ “ମୋ ବସ” ଟର୍ମିନାଲ ସମ୍ମୁଖରେ ଗଣ୍ଡଗୋଳ କରୁଥିବା ସମୟରେ ପିସିଆର ଭ୍ୟାନ ପହଁଛିବାରୁ ଭ୍ୟାନ ଉପରେ ପଥରରେ ଆକ୍ରମଣ କରିଥିଲେ। ସୌଭାଗ୍ୟ ବଶତଃ ଗାଡ଼ିରେ ଥିବା ପୋଲିସ କର୍ମଚାରୀ ରକ୍ଷା ପାଇ ଯାଇଥିଲେ ମଧ୍ୟ ପିସିଆର ଭ୍ୟାନ ଦୁଇପଟ ଝରକା କାଚ ଭାଙ୍ଗି ଯାଇଥିବା ଜଣା ପଡ଼ିଛି।

Related posts