Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଆଜି ହେଉଛି ପବିତ୍ର ‘ଜୟା ଏକାଦଶୀ’, ଏହା କଣ ପାଇଁ ପାଳନ ହୁଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଧର୍ମ

ଆଜି ହେଉଛି ପବିତ୍ର ‘ଜୟା ଏକାଦଶୀ’, ଏହା କଣ ପାଇଁ ପାଳନ ହୁଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

February 23, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ହେଉଛି ପବିତ୍ର 'ଜୟା ଏକାଦଶୀ', ଏହା କଣ ପାଇଁ ପାଳନ ହୁଏ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ବର, ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୀଷ୍ମ ଏକାଦଶୀ ଭାବେ ପାଳନ କରାଯାଏ । ଏହା ଜୟା ଏକାଦଶୀ ବା ଭୈମୀ ଏକାଦଶୀ ଭାବରେ ମଧ୍ୟ ପରିଚିତ । ଭୀଷ୍ମ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ରନାମ ସ୍ତ୍ରୋତର ଜନ୍ମ ହେଇଥିବା କଥିତ ଅଛି ।ଏହି ଦିନ ଉପବାସ ରହି ଭୀଷ୍ମଙ୍କୁ ସ୍ମରଣ ଏବଂ ସାରାଦିନ ବିଷ୍ଣୁସହସ୍ର ନାମ ସ୍ତୋତ୍ର ନାମ ଗାନ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ଏହିଦିନ ବିଷ୍ଣୁଙ୍କୁ ପୂଜା ଓ ବନ୍ଦନା କରାଯାଏ। ମକର ସଂକ୍ରାନ୍ତି, ମାଘ ପୂର୍ଣ୍ଣିମା ଏବଂ ମହାଶିବରାତ୍ରୀ ପରି ମହାକୁମ୍ଭର ଅନେକ ସ୍ନାନ ଦିବସ ମଧ୍ୟରେ ଭୀଷ୍ମ ଏକାଦଶୀ ଏକ ପବିତ୍ର ଦିନ ଯେଉଁଦିନ କୁମ୍ଭସ୍ନାନ କରାଯାଏ ।

ଓଡିଶାରେ ଏହି ଏକାଦଶୀ ଦିନ ସାକ୍ଷୀଗୋପାଳର ଶ୍ରୀଗୋପାଳଜୀଉଙ୍କ ଗଜଉଦ୍ଧାରଣ ବେଶ ହୋଇଥାଏ । ଯାଜପୁରରେ ବ୍ୟାସ ସରୋବର ମେଳା ଓ କଣ୍ଟିଲୋର ନୀଳମାଧବଙ୍କ ପୀଠରେ ଭୌମୀ ଏକାଦଶୀ ଯାତ୍ରା ଆରମ୍ଭ ହୁଏ ।

କଣ ରହିଛି ଏହା ପଛରେ କିମ୍ବଦନ୍ତୀ

ହିନ୍ଦୁ ବିଶ୍ୱାସ ଅନୁଯାୟୀ ଏହି ଏକାଦଶୀର ନାମ ଜୟା ଓ ଏହି ଏକାଦଶୀ ବ୍ରତ କଲେ ପିଶାଚତ୍ୱ ନାଶହୁଏ । ଅର୍ଥାତ ଏହିଦିନ ଶୁଦ୍ଧ, ପବିତ୍ର ଭାବରେ ଉପବାସ ଓ ବିଷ୍ଣୁ ପୂଜନ କଲେ ମଣିଷ ମନରେ ଥିବା ଦୁଷ୍ଟ ପ୍ରବୃତ୍ତିର ବିଲୟ ଘଟେ । ଏହା ପିଶାଚତ୍ୱ ସମ୍ପର୍କରେ ଏକ କିମ୍ବଦନ୍ତୀ ରହିଛି:

ପଦ୍ମପୁରାଣ ମତେ, ଏକଦା ସ୍ୱର୍ଗପୁରୀରେ ଇନ୍ଦ୍ରଙ୍କ ସମ୍ମୁଖରେ ଗନ୍ଧର୍ବ ଗାନ କରୁଥିଲେ ଏବଂ ଅପ୍ସରାମାନେ ନୃତ୍ୟ କରୁଥିଲେ । ଏହି ଆୟୋଜନରେ ପୁଷ୍ପବତୀ ନାମକ ଏକ ଗନ୍ଧର୍ବ କନ୍ୟା ଏବଂ ମାଲ୍ୟବାନ ନାମକ ଏକ ଯୁବକ ଥିଲେ । ସେ ଦୁହେଁ ପରସ୍ପରପ୍ରତି ମୋହମତ୍ତର ଥିଲେ। କାମ ବାଣ କାରଣରୁ ସେମାନେ ସ୍ଥାନ କାଳ ପାତ୍ର ପ୍ରତି ଅନ୍ଧ ଥିଲେ । ତାଙ୍କର ଟିକିଏ ସାଧାରଣ ବିଚାର ନଥିଲା ଯେ ସେମାନେ ଇନ୍ଦ୍ରଙ୍କ ସଭାରେ ନୃତ୍ୟ ଓ ସଂଗୀତ ପରିବେଷଣ କରୁଛନ୍ତି । ସଭାକଥା ଭୁଲି ଦୁହେଁ ଦୁହିଁଙ୍କ ପ୍ରତି ନିମନ୍ତ୍ରଣ ଦୃଷ୍ଟି ରଖୁଥିଲେ । ଏମିତିକି ମାଲ୍ୟବାନ ନିଜକୁ ଦିୱାନା ରୂପେ ସଜାଇ ଗାଉଥିବା ଗୀତକୁ ମଧ୍ୟ ଭୁଲିଯାଇଥିଲେ ଏବଂ ପୁଷ୍ପବତୀ ପ୍ରେମପାଗଳିନୀ ହେତୁ ନୃତ୍ୟର ତାଳମାନ ବି ଭୁଲି ଯାଉଥିଲେ ।

ଦେବରାଜ ଇନ୍ଦ୍ର ଭରପୁର ସଭାରେ ସେମାନଙ୍କ ଆଚରଣ ଦେଖି କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଲେ ଯେ ସେ ଦୁହେଁ ପିଶାଚ ଯୋନି ପ୍ରାପ୍ତ କରନ୍ତୁ । ଏତିକି କହି ସେ ସେମାନଙ୍କୁ ସ୍ୱର୍ଗଚ୍ୟୁତ କଲେ । ସେ ଦୁହେଁ ସ୍ୱର୍ଗାରୋହଣ ଦ୍ୱାର ଦେଇ ହିମାଳୟର ବଦ୍ରୀନାଥରେ ପହଞ୍ଚି ସେହି ହିମାଳୟ ଧାମରେ ନିବାସ କଲେ । ସେଠି ଏତେ କଷ୍ଟପାଇଲେ ଯେ ଜୀବନଟା କେମିତି ଉଦାସ ମନେହେଲା ।

ସୌଭାଗ୍ୟକୁ ଏହି ଏକାଦଶୀ ଦିନ ଦୁହେଁ ଜୀବହିଂସା କଲେ ନାହିଁ । ଖାଦ୍ୟ ଓ ଜଳ ସ୍ପର୍ଶ ବି କଲେ ନାହିଁ ଏବଂ ରାତ୍ରି ଉଜାଗର ରହିଲେ । ଫଳରେ ତାଙ୍କର ପାପ କ୍ଷୟ ହୋଇଗଲା । ସେମାନଙ୍କୁ ସୂଚାଇ ଦିଆଗଲା ଯେ ଯେଉଁଦିନଟି ସେମାନେ ଉପାସରେ ରହି ରାତ୍ରୀ ଉଜାଗର ଥିଲେ, ସେଦିନଟି ଥିଲା ଭୈମୀ ବା ଜୟା ଏକାଦଶୀ । ଏହି ଏକାଦଶୀ କାରଣରୁ ତାଙ୍କ ମୁକ୍ତିର ବାଟ ଫିଟିଗଲା । ଅଲକ୍ଷରେ ଏକାଦଶୀରେ ବ୍ରତ କରି ପୂଣ୍ୟ ଅର୍ଜନ କରିଥିଲେ ଏବଂ ପରଦିନ ନିଜ ଶରୀର ଫେରି ପାଇ ସ୍ୱର୍ଗରେ ବାସ କଲେ ।

ପୌରାଣିକ କାହାଣୀ

କୌରବ ବଂଶର ଶ୍ରେଷ୍ଠ ତଥା ଯୋଦ୍ଧା, ଜ୍ଞାନୀ, ରାଜଧର୍ମର ଶ୍ରେଷ୍ଠ ପଣ୍ଡିତ ପିତାମହ ଭୀଷ୍ମ ପାଣ୍ଡବମାନଙ୍କୁ ଏହିଦିନ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ଶିଖେଇଥିଲେ । କୌରବଙ୍କୁ ଯୁଦ୍ଧରେ ପରାସ୍ତ କରିବା ଲାଗି କିଛି କୌଶଳ ଶିକ୍ଷା ଦେବା ସକାଶେ ପାଣ୍ଡବଙ୍କ ଜ୍ୟେଷ୍ଠଭ୍ରାତା ଯୁଧିଷ୍ଠିର ଶରଶର୍ଯ୍ୟାରେ ଥିବା ଭୀଷ୍ମଙ୍କୁ ନିବେଦନ କରିଥିଲେ । ବିଷ୍ଣୁ ସହସ୍ରନାମ ସ୍ତୋତ୍ର ଜରିଆରେ ଭୀଷ୍ମ ଭଗବାନ ଶ୍ରୀକୃଷ୍ଣଙ୍କର ମହିମା ସମ୍ପର୍କରେ ଅବଗତ କରାଇଥିଲେ । ତା ପରଠୁ ଏହି ସ୍ତୋତ୍ରଗାନ କରି ପାଣ୍ଡବମାନେ ମହାଭାରତ ଯୁଦ୍ଧରେ ବିଜୟୀ ହୋଇଥିଲେ।

ଭୈମୀ ଏକାଦଶୀ
Share. Facebook Twitter LinkedIn Email WhatsApp Copy Link

Related Posts

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026

ମହାରାଷ୍ଟ୍ର ରାଜନୀତିରେ ଆସୁଛି କି ନୂଆ ଝଡ଼? ଉଦ୍ଧବ ଠାକରେ ଡାକିଲେ ଜରୁରୀ ବୈଠକ

June 12, 2026

ଭାରତୀୟ ଜାହାଜ ଉପରେ ଆକ୍ରମଣ ପ୍ରସଙ୍ଗ: ବିବୃତ୍ତି ଜାରି କଲେ ଟ୍ରମ୍ପ

June 12, 2026

Kolkata Fire: କୋଲକାତାରେ ବଡ ଧରଣର ଅଗ୍ନିକାଣ୍ଡ, ୪,୦୦୦ ଇଭିଏମ ଜଳିପୋଡି ଛାରଖାର

June 12, 2026
Latest News

ବିସ୍ତୃତ ରାଶିଫଳ: ଜୁନ ୧୩ ତାରିଖ ଶନିବାରରେ ୭ଟି ରାଶି ଉପରେ ଶନିଦେବଙ୍କ ରହିଛି ଆଶୀର୍ବାଦ

June 13, 2026

ଇରାନ–ଆମେରିକା ଚୁକ୍ତି ନିକଟତର!: ଆରାଘଚିଙ୍କ ମନ୍ତବ୍ୟ ଓ ଆଶାର ସଙ୍କେତ

June 13, 2026

କ୍ୟାବିନେଟ ବୈଠକ : ୮ ଟି ପ୍ରସ୍ତାବ ଉପରେ ମୋହର

June 12, 2026

ମେଡିକାଲ୍ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁ ଗିରଫ

June 12, 2026

ଆଇଏନଏସ ଚିଲିକାରେ ୨୦୨୬ ସଂସ୍କରଣ ପ୍ରଥମ୍ ବ୍ୟାଚ ଅଗ୍ନିବୀର ପାସିଂ ଆଉଟ ସମାରୋହ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.