Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ
ଜାତୀୟ ଖବର

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଅମିତ ଶାହ
ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର ପ୍ରଚଣ୍ଡ ବିଜୟକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଖୁସି ପ୍ରକାଶ କରିଛନ୍ତି। ସେ ଆଜି ଏକ୍ସରେ ପୋଷ୍ଟ କରି ABVP କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଅମିତ ଶାହ ଲେଖିଛନ୍ତି ଯେ, “ପ୍ରଥମେ ପଞ୍ଜାବ ବିଶ୍ୱବିଦ୍ୟାଳୟ, ତା’ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଏବେ ଓଡ଼ିଶାର ୧୩ ବିଶ୍ୱବିଦ୍ୟାଳୟରେ ABVP କୁ ମିଳିଥିବା ଏହି ଚମତ୍କାର ବିଜୟ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ, ଦେଶର ଯୁବ ଶକ୍ତି ମିଥ୍ୟା, ଭ୍ରମ ଓ ଅରାଜକତା ସୃଷ୍ଟି କରୁଥିବା ଶକ୍ତି ସହ ନୁହେଁ, ବରଂ ‘ରାଷ୍ଟ୍ର ପ୍ରଥମ’ ବିଚାରଧାରା ସହ ମଜବୁତ ଭାବେ ଠିଆ ହୋଇଛି।”

ସେ ଏହି ବିଜୟକୁ ଦେଶବିରୋଧୀ ଶକ୍ତି ବିରୋଧରେ ଯୁବକମାନଙ୍କ କଡ଼ା ଜବାବ ବୋଲି କହିଛନ୍ତି।

ଫଳାଫଳ ବିବରଣୀ:

– ଓଡ଼ିଶା ଛାତ୍ର ସଂସଦ ନିର୍ବାଚନରେ ABVP ର ପ୍ରଦର୍ଶନ ବେଶ୍ ଦମଦାର ରହିଛି।
– ୧୧ ଟିରେ ସାଧାରଣ ସମ୍ପାଦକ ପଦରେ ବିଜୟ
– ୬ ଟି ବିଶ୍ୱବିଦ୍ୟାଳୟରେ କ୍ଲିନ୍ ସୁଇପ୍।

ଜିତିବା ପରେ ABVP ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଛାତ୍ରଙ୍କ ଜନାଦେଶ ସ୍ପଷ୍ଟ – ସେମାନେ ABVP ସହ ଅଛନ୍ତି। ଛାତ୍ରଛାତ୍ରୀମାନେ ଛାତ୍ର ନେତୃତ୍ୱ ଓ ସେବା ପ୍ରତି ABVP ର ପ୍ରତିବଦ୍ଧତା ଉପରେ ଭରସା ଜଣାଇଛନ୍ତି।

ନିର୍ବାଚନ ପ୍ରକ୍ରିୟା:

ଉଚ୍ଚ ଶିକ୍ଷା ବିଭାଗ ଅନୁସାରେ ଗୁରୁବାର ମୋଟ ୩୩୨ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ଭୋଟ୍ ଗ୍ରହଣ ହୋଇଥିଲା। ଏଥିରେ ପାଖାପାଖି ୩୨୦ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟ ସାମିଲ ଥିଲେ।

ମୋଟ ୬,୬୯୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ – କଲେଜରୁ ୬,୩୫୮ ଓ ବିଶ୍ୱବିଦ୍ୟାଳୟରୁ ୩୩୮ ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ। ସାମାନ୍ୟ ବିଶୃଙ୍ଖଳାକୁ ଛାଡ଼ିଦେଲେ ସାରା ରାଜ୍ୟରେ ଭୋଟ୍ ଗ୍ରହଣ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ସରିଥିଲା।

ABVP ODISHA WIN ABVPWin amit shah YouthPower
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ସିଜେପି ପ୍ରୋଟେଷ୍ଟକୁ ନେଇ ଆମେରିକାରେ ହଲଚଲ: ରୁବିଓଙ୍କୁ ଚିଠି ଲେଖିଲେ ୬ ଡେମୋକ୍ରାଟ୍ ସାଂସଦ

October 17, 2026
Latest News

ପଞ୍ଜାବ ଓପିନିୟନ ପୋଲ୍: ଆପ୍-କଂଗ୍ରେସ ମଧ୍ୟରେ କଡ଼ା ଟକ୍କର, ଜାଣନ୍ତୁ ବିଜେପି ର ସ୍ଥିତି

October 17, 2026

ଦେଶବିରୋଧୀଙ୍କୁ କଡ଼ା ଜବାବ ଦେଲେ ଯୁବ ଶକ୍ତି: ଓଡିଶା କଲେଜ ନିର୍ବାଚନ ଉପରେ ଅମିତ ଶାହଙ୍କ ବଡ଼ ବୟାନ

October 17, 2026

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଲେ ଭୁବନେଶ୍ୱର କୁମାର: ତାଙ୍କ ସ୍ଥାନ ନେଲେ ଏହି ଷ୍ଟାର ବୋଲର

October 17, 2026

ମର୍ମନ୍ତୁଦ ଦୁର୍ଘଟଣା: ୮ ମୃତ, ୧୫ରୁ ଉର୍ଦ୍ଧ୍ୱ ଗୁରୁତର

October 17, 2026

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ

October 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.