ଭଦ୍ରକ: ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ବୟାଙ୍ଗଡିହି ପଚାଂୟତର ନୂଆଗାଁରେ ଘଟିଯାଇଛି ଅଘଟଣ। ଗ୍ୟାସ୍ ରେ ରୋଷେଇ ବେଳେ କୌଣସି କାରଣରୁ ରୋଷେଇ ଘରେ ନିଆଁ ଲାଗି ଦମ୍ପତି ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ଗ୍ୟାସ୍ ରେ ରୋଷେଇ କରୁଥିବା ବେଳେ ପ୍ରଥମେ ପତ୍ନୀଙ୍କ ଦେହରେ ନିଆଁ ଲାଗିଥିଲା। ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି।