ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ସାମ୍ନାକୁ ଆସିଲା ବଡ଼ ଓପିନିୟନ ପୋଲ୍। ୧୧୭ ଆସନରେ କାହାର ହାୱା ଦେଖିବାକୁ ମିଳୁଛି, ଆସନ୍ତୁ ଦେଖିବା। ସର୍ବଶେଷ ଓପିନିୟନ ପୋଲ୍ ଅନୁସାରେ ପଞ୍ଜାବରେ ଏଥର ତ୍ରିକୋଣୀୟ ଲଢ଼େଇ ହେବାର ଆକଳନ କରାଯାଇଛି। ମାଝା, ଦୋଆବା ଓ ମାଲୱା – ତିନି ଅଞ୍ଚଳରେ ମିଳିତ ଭାବେ ଆମ୍ ଆଦମୀ ପାର୍ଟିକୁ ଅଧିକ ଆସନ ମିଳିବାର ପୂର୍ବାନୁମାନ କରାଯାଇଛି।
ସର୍ଭେ ଅନୁସାରେ ଆସନ ଆକଳନ: ମୋଟ ୧୧୭ ଆସନ
ସର୍ଭେରେ ଆପ୍ – ୪୯, କଂଗ୍ରେସ – ୩୮, ଅକାଳୀ ଦଳ – ୧୭, ବିଜେପି – ୧୧, ଅନ୍ୟ – ୨ ଆସନ ପାଇବାର ଆକଳନ କରାଯାଇଛି। ଭୋଟ୍ ହାରରେ ଆପ୍ – ୩୫%, କଂଗ୍ରେସ – ୩୨%, ଅକାଳୀ – ୧୬%, ବିଜେପି – ୧୨% ରହିଛି।
ମୁଖ୍ୟମନ୍ତ୍ରୀ ଦୌଡ଼ରେ ଭଗୱନ୍ତ ମାନ୍, ରାଜା ୱାରିଂ ଓ ସୁଖବୀର ବାଦଲଙ୍କ ମଧ୍ୟରେ ଟକ୍କର ରହିଛି। ନିଶା, ବେକାରୀ, ଚାଷୀ ଓ ଏମ୍ଏସ୍ପି ଏବଂ ଆଇନ୍ ଶୃଙ୍ଖଳା ଏଥର ବଡ଼ ପ୍ରସଙ୍ଗ ହେବ।
ପୌର ନିର୍ବାଚନରେ ଆପ୍ ବଡ଼ ବିଜୟ ପାଇଥିବାରୁ ଦଳ ଉତ୍ସାହିତ ଥିବାବେଳେ କଂଗ୍ରେସ, ଅକାଳୀ ଓ ବିଜେପି ମଧ୍ୟ ଜୋରଦାର ପ୍ରଚାରରେ ଲାଗିଛନ୍ତି।
Note: ଏଗୁଡ଼ିକ ବିଭିନ୍ନ YouTube Opinion Poll / Survey ଭିଡିଓରୁ ନିଆଯାଇଛି, ଏହା ଅଫିସିଆଲ୍ ନିର୍ବାଚନ ଫଳାଫଳ ନୁହେଁ।


