ଦୁଇ ପରିବାରର ୧୦ ବଖରା ଜଳିଗଲା: ପୂର୍ବ ଶତୃତାକୁ ନେଇ ଘରେ ନିଆଁ ଲଗାଯାଇଥିବା ଅଭିଯୋଗ

Published: Mar 6, 2021, 5:31 pm IST

ଭଦ୍ରକ: ଭଦ୍ରକ ଜିଲ୍ଲା ନାୟକାଣିଡ଼ିହି ଥାନା ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ୧୦ ବଖରା ଘର ସମେତ ଘର ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବପତ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ପୂର୍ବ ଶତୃତାକୁ କେନ୍ଦ୍ର କରି କେହି ଘରେ ନିଆଁ ଲଗାଇଥିବା ନେଇ ଉଭୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।

Related posts