ଓଡିଶାରେ ମାଟ୍ରିକ ପରୀକ୍ଷା ବନ୍ଦ କରିବା ପାଇଁ ଆରମ୍ଭ ହେଲା ବିଚାର ବିମର୍ଶ

Published: Apr 15, 2021, 10:01 am IST

ଭୁବନେଶ୍ବର, ଗତକାଲି କେନ୍ଦ୍ର ସରକାର ସିବିଏସଇ ବୋର୍ଡର ଦଶମ ପରୀକ୍ଷା ବାତିଲ କରିବା ପରେ ବର୍ତ୍ତିମାନ ବିଭିନ୍ନ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଦେଶରେ ଯେପରି କରୋନା ପରିସ୍ଥିତି ସୃଷ୍ଟି ହେଲାଣି ସେଥିରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଇବାକୁ କେହି ଚାହୁଁ ନାହାଁନ୍ତି। ସେଥିପାଇଁ ବିଭିନ୍ନ ରାଜ୍ୟ ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ ପାଇଁ ବିଚାରବିମର୍ଶ ଆରମ୍ଭ କଲେଣି।

ଇତିମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ସରକାର ରାଜ୍ୟ ବୋର୍ଡ ପରୀକ୍ଷା ସ୍ଥଗିତ କରିସାରିଲେଣି। କାରଣ ସେହି ରାଜ୍ୟରେ ଯେପରି କରୋନା ସ୍ଥିତି ଭୟଙ୍କର ହୋଇପଡିଛି ତାହାକୁ ଦେଖି ସରକାର ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।

ବର୍ତ୍ତମାନ ଓଡିଶା ସେହିପରି ପରିସ୍ଥିତି ଆଡକୁ ମୁହାଁଇବାରେ ଲାଗିଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେପରି ହୁହୁ ହୋଇ ବଢିବାରେ ଲାଗିଛି, ଆଉ କେତୋଟା ଦିନ ପରେ ଓଡିଶାର ସ୍ଥିତି ମଧ୍ୟ ଭୟଙ୍କର ହୋଇପଡିବ। ସେଥିପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଣ ହେବ ଭିନ୍ନ କଥା ହେଲେ ଜୀବନ ଅନ୍ଧକାର ନ ହେଉ। ଏ ସବୁକୁ ଦୃଷ୍ଟିରେ ରଖି ଓଡିଶାରେ ମାଟ୍ରିକ ପରୀକ୍ଷାକୁ ମଧ୍ୟ ବନ୍ଦ କରିବାକୁ ବିଚାର ବିମର୍ଶ ଆରମ୍ଭ ହେଲାଣି। ଏ ନେଇ ପ୍ରଥମେ ଶିକ୍ଷକ ଏବଂ ଅଭିଭାବକଙ୍କ ମତାମତ ନିଆଯାଇ ପଦକ୍ଷେପ ଗ୍ରହଣ କରାଯିବ।

ଅନ୍ୟପକ୍ଷରେ ଟିକା କରଣ ଚାଲିଥିଲେ ମଧ୍ୟ ବର୍ତ୍ତମାନ ଯେଉଁ ବୟସ ସୀମା ରଖାଯାଇଛି ସେଥିରେ ଛାତ୍ରଛାତ୍ରୀଙ୍କ ପାଳି ପଡିବା ବହୁ ଡେରି ରହିଛି। ଏପରିକି ଏହି ଟିକା ପିଲାମାନଙ୍କୁ ଦିଆଯିବ କି ନାହିଁ ସେ ନେଇ ମଧ୍ୟ ନିଷ୍ପତି ହୋଇ ନାହିଁ। ସେଥିପାଇଁ କୋମଳମତି ଛାତ୍ରଛାତ୍ରୀଙ୍କୁ ଏହି ବିପଦରୁ ଟାଳିବାକୁ ହେଲେ ମାଟ୍ରିକ ପରୀକ୍ଷା ବାତିଲ ପାଇଁ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

Related posts