ଲୋକସଭା ନିର୍ବାଚନ ପାଇଁ ବିଜେପିର ୨୪ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା, ଉମାଙ୍କ ସ୍ଥାନରେ ଅନୁରାଗ ଶର୍ମାଙ୍କୁ ମିଳିଲା ଟିକେଟ

Published: Apr 6, 2019, 6:11 pm IST

ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ୨୪ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଏହି ତାଲିକାରେ ହରିୟାଣାର ଆଠଜଣ ପ୍ରାର୍ଥୀ ରହିଛନ୍ତି। ଏହି ପ୍ରାର୍ଥୀତାଲିକା ସହିତ ବିଜେପି ମୋଟ ୪୦୭ଜଣ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ହରିୟାଣାର ଅମ୍ବାଲା ଆସନରୁ ରତନ ଲାଲ୍‌ କଟାରିଆ, କୁରୁକ୍ଷେତ୍ରରୁ ନାୟବ ସିଂହ ସୌନୀ, ସିର୍‌ସାରୁ ସୁନୀତା ଦୁଗ୍‌ଗଲ, କରନାଲ୍‌ରୁ ସଂଜୟ ଭାଟିଆ, ସୋନିପତ୍‌ରୁ ରମେଶ ଚନ୍ଦ୍ର କୌଶିକ୍‌, ଭବାନୀ ମହେନ୍ଦ୍ର ଗଡରୁ ଧର୍ମବୀର ସିଂ, ଗୁର୍‌ଗାଓଁରୁ ରାଓ୍ବ ଇନ୍ଦ୍ରଜିତ୍‌ ସିଂ, ଫରିଦାବାଦରୁ କୃଷ୍ଣପାଲ ଗୁଜ୍ଜର୍‌ ଙ୍କୁ ଟିକେଟ ଦେଇଛି। ସେହିପରି ମଧ୍ୟପ୍ରଦେଶର ଛିଣ୍ଡ୍‌ଓ୍ବାଦାରୁ ନତ୍ଥନ ଶାହ, ଗ୍ବୋଲିଅରରୁ ବିଜୟ ସେବାଲ୍‌କର, ଦେବାସରୁ ମହେନ୍ଦ୍ର ସୋଲଙ୍କୀଙ୍କୁ ଟିକେଟ ମିଳିଛି। ଉତ୍ତରପ୍ରଦେଶର ଝାଁସୀରୁ ଅନୁରାଗ ଶର୍ମାଙ୍କୁ ଟିକେଟ ମିଳିଛି। ଏହି ଆସନରୁ ବିଜେପିର ଅନ୍ୟତମ ନେତ୍ରୀ ଉମା ଭାରତୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ। କିନ୍ତୁ ଚଳିତଥର ଉମା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଓ୍ବାନ୍ଦାରୁ ଆର୍‌କେ ପଟେଲ୍‌ଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ରାଜସ୍ଥାନର ରାଜସମନ୍ଦରରୁ ଦିଆ କୁମାରୀଙ୍କୁ ଟିକେଟ ମିଳିଛି। ଚଳିତଥର ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ୍‌ ୧୧ ତାରିଖରେ ଅନୁଷ୍ଠିତ ହେବ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )

Related posts