Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ଲାକ ଫଙ୍ଗସ ଏକ ସଂକ୍ରାମଣ ରୋଗ ନୁହେଁ, ଚିକିତ୍ସା ପାଇଁ ରହିଛି ଚ୍ୟାଲେଞ୍ଜ, ଡାକ୍ତର ରଣଦୀପ ଗୁଲେରିଆ
ଜାତୀୟ ଖବର

ବ୍ଲାକ ଫଙ୍ଗସ ଏକ ସଂକ୍ରାମଣ ରୋଗ ନୁହେଁ, ଚିକିତ୍ସା ପାଇଁ ରହିଛି ଚ୍ୟାଲେଞ୍ଜ, ଡାକ୍ତର ରଣଦୀପ ଗୁଲେରିଆ

May 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବ୍ଲାକ ଫଙ୍ଗସ ଏକ ସଂକ୍ରାମଣ ରୋଗ ନୁହେଁ, ଚିକିତ୍ସା ପାଇଁ ରହିଛି ଚ୍ୟାଲେଞ୍ଜ, ଡାକ୍ତର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ ବା ଫିମ୍ପି ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ।

ସେ କହିଛନ୍ତି ଯେ, ଏହି ରୋଗ ବିଭିନ୍ନ ପ୍ରକାରର ରହିଛି। ମାନବ ଶରୀରର କେଉଁ ଅଙ୍ଗରେ ମ୍ୟୁକୋରମାଇକୋସିସ୍ ଲକ୍ଷଣ ଦେଖାଦେଇଛି ସେହି ଅନୁସାରେ ଏହାର ପ୍ରକାର ଭେଦ ନିର୍ଣ୍ଣୟ କରାଯାଇଥାଏ । ସଂକ୍ରମଣର ଲକ୍ଷଣ ଓ ସଂକେତ ଶରୀରର ବିଭିନ୍ନ ଅଙ୍ଗ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ । ଯେପରି

ରାଇନୋ ଅର୍ବିଟାଲ ସେରିବ୍ରାଲ୍ ମ୍ୟୁକୋରମାଇକୋସିସ୍: ଏଭଳି ଧରଣର ମ୍ୟୁକୋରମାଇକୋସିସ୍ ସଂକ୍ରମଣ ସ୍ଥଳେ ନାକ, ଆଖି ଏବଂ ଆଖିଗାତ ଚତୁଃପାଶ୍ୱର୍, ପାଟିର କ୍ୟାଭିଟି, ନାକରୁ ସବୁଜ ରଙ୍ଗର ପାଣି ଗଡ଼ିବା, ନାସାରନ୍ଧ୍ରରେ ଯନ୍ତ୍ରଣା ଅନୁଭବ କରିବା, ନାକରୁ ରକ୍ତ ପଡ଼ିବା, ମୁହଁ ଫୁଲିବା, ମୁହଁର ସମ୍ବେଦନୀ ଶକ୍ତି ହ୍ରାସ ପାଇବା ଓ ଚର୍ମର ରଙ୍ଗ ଫିକା ପଡ଼ିଯିବା ଇତ୍ୟାଦି ଘଟିଥାଏ ।

ଶ୍ୱାସନଳୀ ମ୍ୟୁକୋରମାଇକୋସିସ୍: ଏଭଳି ଫଙ୍ଗାଲ ସଂକମଣ ଫୁସଫୁସକୁ ଆକ୍ରାନ୍ତ କରିଥାଏ। ଏହା ଫଳରେ ଜ୍ୱର, ଛାତିରେ ଯନ୍ତ୍ରଣା, କଫ ଓ କାଶରେ ରକ୍ତ ପଡ଼ିଥାଏ । ଏହି ଫଙ୍ଗସ୍ ମଧ୍ୟ ଉଦରନଳୀ (ପାକସ୍ଥଳୀ)କୁ ସଂକ୍ରମିତ କରିଥାଏ । ଅକ୍ସିଜେନ୍ ଥେରାପୀ ସହିତ ଏହାର କୌଣସି ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ।

“ଅନେକ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି, ଯେଉଁମାନେ ଅକ୍ସିଜେନ୍ ଥେରାପିରେ ନାହାନ୍ତି ସେମାନଙ୍କ ଠାରେ ମଧ୍ୟ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ପରିଲକ୍ଷିତ ହେଉଛି । ତେଣୁ ଅକ୍ସିଜେନ୍ ଥେରାପୀ ଏବଂ ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ହେବା ଭିତରେ କୌଣସି ନିର୍ଦ୍ଦିଷ୍ଟ ସଂପର୍କ ନାହିଁ ।”ବୋଲି ଡାକ୍ତର ଗୁଲେରିଆ କହିଛନ୍ତି ।

ଚିକିତ୍ସା ପାଇଁ ଚାଲେଞ୍ଜ୍

ଆଣ୍ଟି ଫଙ୍ଗାଲ୍ ଚିକିତ୍ସା ଅନେକ ସପ୍ତାହ ଧରି ଚାଲିଥାଏ । ତେଣୁ ଏହା ହସପିଟାଲମାନଙ୍କ ସକାଶେ ଏକ ସମସ୍ୟା ଭାବେ ଦେଖାଦେଇଛି । ଯେହେତୁ କୋଭିଡ଼ ପଜିଟିଭ୍ ଏବଂ କୋଭିଡ଼ ନେଗେଟିଭ୍ ଉଭୟ ଧରଣର ରୋଗୀ ମ୍ୟୁକୋରମାଇକୋସିସ୍ରେ ସଂକ୍ରମିତ ହେଉଛନ୍ତି ସେହି ଦୃଷ୍ଟିରୁ ସେମାନଙ୍କୁ ହସପିଟାଲରେ ପୃଥକ୍ ୱାଡ଼ରେ ରଖି ଚିକିତ୍ସା କରାଯିବା ଆବଶ୍ୟକ । ସୁଚିନ୍ତିତ ଭାବେ ଆବଶ୍ୟକ ସ୍ଥଳେ ସେମାନଙ୍କ ଠାରେ ଅସ୍ତ୍ରୋପଚାର ମଧ୍ୟ କରାଯିବା ଆବଶ୍ୟକ । କାରଣ ଯେହେତୁ ମ୍ୟୁକୋରମାଇକୋସିସ୍ ସଂକ୍ରମଣ ପାଇଁ କୋଭିଡ଼ ୧୯ ସଂକ୍ରମିତ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର କରାଗଲେ ସେମାନଙ୍କ ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି ।

ମଧୁମେହ ରୋଗୀଙ୍କ ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା କାଏମ ରଖିବା ସବୁଠାରୁ ଜରୁରି କାରଣ ସେହିଭଳି ରୋଗୀଙ୍କ ଠାରେ ଅପର୍ଚୁନିଷ୍ଟିକ୍ ସଂକ୍ରମଣର ମାତ୍ରା ସର୍ବାଧିକ । ଯେଉଁମାନେ ଅକ୍ସିଜେନ୍ କନସେନଟ୍ରେଟର ବ୍ୟବହାର କରୁଛନ୍ତି ସେମାନେ ନିଜର ହ୍ୟୁମିଡିଫାୟରକୁ ନିୟମିତ ଭାବେ ସଫା କରିନେବା ଏକାନ୍ତ ଜରୁରି । ଏଥି ସହିତ ଏହି ଦୁଇଟି କଥାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

୧. ମ୍ୟୁକୋରମାଇକୋସିସ୍ ଠାରୁ ନିରାପଦରେ ରହନ୍ତୁ- କୋଭିଡ଼ ୧୯ ରୋଗୀମାନଙ୍କ ଠାରେ ଗୋଟିଏ ଫଙ୍ଗାଲ୍ ଜଟିଳତା ଚିହ୍ନଟ କରାଯାଇଛି ।

୨. ସଦାବେଳେ ନିଜର ରକ୍ତ ସର୍କରା ମାତ୍ରାକୁ ମନିଟର କରନ୍ତୁ ଓ ନିୟନ୍ତ୍ରଣରେ ରଖନ୍ତୁ: ମଧୁମେହ ରୋଗୀଙ୍କ ପାଇଁ ପରାମର୍ଶ ।

ଡାକ୍ତର ରଣଦୀପ ଗୁଲେରିଆ ମ୍ୟୁକୋରମାଇକୋସିସ୍
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ଭାରତରେ ଗ୍ରୀନ୍ ୟୁରିଆ ଉତ୍ପାଦନକୁ ବାସ୍ତବରୂପ ଦେବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ସରକାର

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Latest News

ମହିଳା T20 ବିଶ୍ୱକପ୍: କିପରି ସେମିଫାଇନାଲ୍ ରେ ପହଞ୍ଚିବ ଭାରତ, ଜାଣନ୍ତୁ ଗଣିତ

June 27, 2026

ନାଚୁଣୀରେ ଅଘଟଣ: ୩ ଥର ପଲଟି ବିଲକୁ ଖସିଲା କାର୍

June 27, 2026

ପୂର୍ବ ଭାରତର ଶିଳ୍ପାୟନକୁ ନୂଆ ଦିଗ, ମୁଖ୍ୟମନ୍ତ୍ରୀ ଘୋଷଣା କଲେ ‘GO EAST’ ପ୍ଲାଟଫର୍ମ

June 27, 2026

ମହାପ୍ରଭୁଙ୍କ ଦେବସ୍ନାନ ଲୀଳା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ନୀତିକାନ୍ତି

June 27, 2026

ମଇରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ନୂତନ ମୋବାଇଲ୍ ଏବଂ ହୋମ୍ ବ୍ରଡବ୍ୟାଣ୍ଡ ଉପଭୋକ୍ତା ଯୋଡ଼ିଲା ଜିଓ

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.