Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା କରୋନା ଅପଡେଟ୍: ଆଜି ଲମ୍ଫ ଡିଆଁ ମାରିଲା ସଂକ୍ରମଣ, ଆସନ୍ତାକାଲି ଦିଆଯିବ ୭ ଶହ ଡୋଜ ଟୀକା
ଆଞ୍ଚଳିକ

ଚିଲିକା କରୋନା ଅପଡେଟ୍: ଆଜି ଲମ୍ଫ ଡିଆଁ ମାରିଲା ସଂକ୍ରମଣ, ଆସନ୍ତାକାଲି ଦିଆଯିବ ୭ ଶହ ଡୋଜ ଟୀକା

May 31, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ଲମ୍ଫ ଡିଆଁ ନେଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂକ୍ରମଣର ଦୁଇ ଗୁଣ। ଚିହ୍ନଟ ହୋଇଥିବା ୫୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୩୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୫ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୫୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୨୬ ଜଣ, ଚିଲିକା ବ୍ଲକରେ ୧୪୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୮ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

ତେବେ ଆସନ୍ତାକାଲି ଉକ୍ତ ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ଚାଲୁ ରହିବ। ବାଣପୁର ମାଇନର ସ୍କୁଲ ଏବଂ ନୀଳାଦ୍ରିପ୍ରସାଦ, ଗମ୍ଭାରୀମୁଣ୍ଡା ଓ ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଆସନ୍ତାକାଲି ୧୦୦ ଲେଖାଏଁ ମୋଟ ୪୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିଭଳି ବାଲୁଗାଁ ଉଚ୍ଚ ବିଦ୍ୟାଳୟ, ନଇରୀ ଏବଂ ଜରିପଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ୧୦୦ ଲେଖାଏଁ ମୋଟ ୩୦୦ ଟି ପ୍ରଥମ ଡୋଜ ଟୀକା ଦିଆଯିବ। ତେବେ ପ୍ରଥମ ଡୋଜ ନେବାର ୮୪ ଦିନ ବିତିଯାଇଥିବା ନାଗରିକମାନେ ଦ୍ଵିତୀୟ ଡୋଜ ଟୀକା ନେଇପାରିବେ ବୋଲି ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

କରୋନା ଅପଡେଟ୍ ଚିଲିକା
Share. Facebook Twitter LinkedIn Email WhatsApp Copy Link

Related Posts

କଣ୍ଢଲ ଆଶ୍ରମ ବିଦ୍ୟାଳୟରେ ସ୍ବତନ୍ତ୍ର ମାର୍ଗଦର୍ଶନ ଓ ପରାମର୍ଶ ଶିବିର

April 6, 2026

ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଗ୍ନି ନିରାପତ୍ତା ସଚେତନତା

April 6, 2026

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026
Latest News

ଆଜି ଏପ୍ରିଲ ୭ ତାରିଖ ଏହି ଚାରୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

April 7, 2026

ବିଜେଡିରୁ ପୁଣି ନିଲମ୍ବନ ହେଲେ ଜଣେ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ସାଂସଦ

April 6, 2026

୯ ପୋଲିସକୁ ଫାଶୀ

April 6, 2026

ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଇନ୍ଧନ ଗଚ୍ଛିତ ଅଛି: ସ୍ପଷ୍ଟ କଲେ ସରକାର

April 6, 2026

୧୪ ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ

April 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.