Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ
ଜାତୀୟ ଖବର

ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ

June 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଦୂଷଣ ରୋକିବାକୁ ପୂର୍ବତଟ ରେଳପଥର ଭିନ୍ନ ପଦକ୍ଷେପ,ସବୁଜ ରେଳ ମିଶନର ରହିଛି ଲକ୍ଷ୍ୟ

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ରଦୂଷଣ ନିୟନ୍ତ୍ରଣ କରିବା ପାଇଁ ସମଗ୍ର ଭାରତୀୟ ରେଳ, ବିଶେଷ ଭାବରେ ପୂର୍ବ ତଟ ରେଳପଥ ବିଭିନ୍ନ କାର୍ଯ୍ୟକଳାପ ପ୍ରତି ଦୃଷ୍ଟିଦେଇଥିବା ବେଳେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଠାରୁ ପ୍ରାରମ୍ଭ କରି ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପ୍ରଦୂଷଣମୁକ୍ତ ପରିବେଶ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ଆସୁଅଛି ।

ଭାରତୀୟ ରେଳ ଦୁନିଆର ସବୁଠୁ ବଡ ସବୁଜ ରେଳ ହେବା ପାଇଁ ମିଶନ୍ ମୋଡରେ କାର୍ଯ୍ୟ କରୁଛି ଏବଂ ୨୦୩୦ ପୂର୍ବରୁ ଏକ “ନେଟ୍ ଜିରୋ କାର୍ବନ ନିର୍ଗମନକାରୀ” ହେବାକୁ ଯାଉଛି। ରେଳବାଇ ଏକ ପରିବେଶ ଅନୁକୂଳ, ଦକ୍ଷ, ବ୍ୟୟବହୁଳ, ସମୟାନୁବର୍ତ୍ତୀ ହେବାପାଇଁ ଏକ ସାମଗ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ଏବଂ ନୂତନ ଭାରତର ବୃଦ୍ଧିପାଉଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଉଭୟ ଯାତ୍ରୀ ଓ ପଣ୍ୟ ପରିବହନର ଚାହିଦା ପୁରାଣ କରି ଆସୁଅଛି ।

ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ତଥା ସ୍ଵଛ ପରିବେଶ ପାଇଁ ରେଳବାଇ ଉଭୟ ବୃହତ ଓ କ୍ଷୁଦ୍ର ଯୋଜନା ଗୁଡିକ ପ୍ରତି ଦୃଷ୍ଟିଦେଇ କାର୍ଯ୍ୟ ସମ୍ପାଦନ କରୁଅଛି । ଏହି କାର୍ଯ୍ୟ ଗୁଡିକ ମଧ୍ୟରୁ ବିଦ୍ୟୁତିକରଣ, ଦିନକୁ ଦିନ ଜଳ ଏବଂ କାଗଜ ସଂରକ୍ଷଣ ଠାରୁ ଆରମ୍ଭ କରି ରେଳବାଇ ଟ୍ରାକରେ ପଶୁମାନଙ୍କୁ ଆଘାତରୁ ରକ୍ଷା କରିବା ପର‌୍ୟ୍ୟନ୍ତ ପରିବେଶକୁ ସାହାଯ୍ୟ କରିବାକୁ ନିଜକୁ ପ୍ରସ୍ତୁତ କରିଅଛି । ନିମ୍ନଲିଖିତ ପଦକ୍ଷେପଗୁଡିକ ଦର୍ଶାଏ ଯେ ଭାରତୀୟ ରେଳବାଇ କିପରି ଏହାର ଦୈନନ୍ଦିନ କାର୍ଯ୍ୟରେ ପରିବେଶ ସଂରକ୍ଷଣ ଗ୍ରହଣ କରିଛି।

ଟ୍ରେନରେ ବାୟୋ-ଟଏଲେଟ୍ ଯୋଗାଇବା, ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ପ୍ଲାଷ୍ଟିକ୍ ବୋତଲ କ୍ରସିଂ ମେସିନ୍ ଯୋଗାଇବା, ଟ୍ରେନ୍ ଏବଂ ଷ୍ଟେସନ୍ ପରିସରରେ ନିୟମିତ ପରିଷ୍କାର ଅଭିଯାନ ବ୍ୟତୀତ ଆହୁରି ଅନେକ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ଗୁଡିକ ପ୍ରତି ଧ୍ୟାନ ଦେଇ ପୂର୍ବତଟ ରେଳପଥ ବର୍ତ୍ତମାନ ଇକୋସିଷ୍ଟମ ପୁନରୁଦ୍ଧାର ପାଇଁ ଏହାର କାର୍ଯ୍ୟଧାରାକୁ ଆହୁରି ଉନ୍ନତ କରିବାକୁ ପ୍ରସ୍ତୁତ ହେଉଛି।

ନେଟ୍ ଜିରୋ କାର୍ବନ ନିର୍ଗମନକାରୀ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026

୨୦୨୫-୨୬ରେ ଖଦି ଓ ଗ୍ରାମୋଦ୍ୟୋଗ କ୍ଷେତ୍ରରେ ରେକର୍ଡ ୧.୮୭ ଲକ୍ଷ କୋଟିର ବିକ୍ରୟ

May 28, 2026
Latest News

ଇସ୍ତଫା ଘୋଷଣା କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

May 28, 2026

କମିଲା ସୁନା ଓ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

May 28, 2026

କୋଲକାତାଠାରେ ଅନୁଷ୍ଠିତ ହେବ ଅନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ

May 28, 2026

ପ୍ରାଣାନ୍ତକ ଆକ୍ରମଣ : ଭୁଜାଲି ଚୋଟରେ ଛିଣ୍ଡିଲା ହାତ ପାପୁଲି ଓ ବୁଢ଼ା ଆଙ୍ଗୁଠି

May 28, 2026

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.