Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନ୍ତର୍ଜାତୀୟ ଫୁଟବଲରୁ ସନ୍ୟାସ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ
ଆଜିର ଖବର

ଅନ୍ତର୍ଜାତୀୟ ଫୁଟବଲରୁ ସନ୍ୟାସ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

November 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cristiano Ronaldo has retired from international football.
Cristiano Ronaldo has retired from international football.

ନୂଆଦିଲ୍ଲୀ: କିମ୍ବଦନ୍ତି ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲରୁ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୨୩ ବର୍ଷ ଧରି ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ଆଞ୍ଚଳିକ ତଥା ବିଶ୍ୱ ସ୍ତରରେ ସ୍ମରଣୀୟ ଯୋଗଦାନ ଦେବା ପରେ ୪୧ ବର୍ଷୀୟ ଏହି ମହାନ ଖେଳାଳି ନିଜର ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ସେୟାର କରି ସେ ନିଜର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପର୍ତ୍ତୁଗାଲ ଫୁଟବଲର ନିଜସ୍ୱ ପରିଚୟ ପାଲଟିଥିବା ଏହି ଐତିହାସିକ ୭ ନମ୍ବର ଜର୍ସିକୁ ସେ ଦଳକୁ ଫେରାଇ ଦେଇଛନ୍ତି। ତାଙ୍କର ଏହି ନିଷ୍ପତ୍ତି ସହ ବିଶ୍ୱ ଫୁଟବଲ୍‌ରେ ଏକ ସ୍ୱର୍ଣ୍ଣିମ ଓ ବହୁଚର୍ଚ୍ଚିତ ଯୁଗର ଅନ୍ତ ଘଟିଛି।

ସନ୍ ୨୦୦୩ରେ ପର୍ତ୍ତୁଗାଲ ଜାତୀୟ ଦଳ ପାଇଁ ପଦାର୍ପଣ କରିଥିବା ରୋନାଲ୍ଡୋ ନିଜ ଦେଶ ପାଇଁ ମୋଟ ୨୩୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୪୬ଟି ଗୋଲ ସ୍କୋର କରିଛନ୍ତି। ଅନ୍ତର୍ଜାତୀୟ ଫୁଟବଲ୍ ଇତିହାସରେ ସର୍ବାଧିକ ମ୍ୟାଚ ଖେଳିବା ଏବଂ ସର୍ବାଧିକ ଗୋଲ କରିବାର ଅଦ୍ଭୁତ ବିଶ୍ୱ ରେକର୍ଡ ତାଙ୍କ ନାଁରେ ରହିଛି। ନିଜ କ୍ୟାରିୟର ମଧ୍ୟରେ ସେ ୬ଟି ବିଶ୍ୱକପ୍‌ ଏବଂ ୬ଟି ୟୁରୋପିଆନ୍‌ ଚାମ୍ପିୟନସିପ୍‌ ସମେତ ମୋଟ ୧୨ଟି ମହାସମରରେ ପ୍ରତିନିଧିତ୍ୱ କରିଛନ୍ତି। ତାଙ୍କ ନେତୃତ୍ୱରେ ପର୍ତ୍ତୁଗାଲ ୨୦୧୬ରେ ପ୍ରଥମ ଥର ପାଇଁ ଐତିହାସିକ ୟୁରୋ କପ୍‌ ବିଜୟୀ ହୋଇଥିବା ବେଳେ ୨୦୧୯ ଏବଂ ୨୦୨୫ରେ ଦୁଇଥର ୟୁଏଫଏ ନେସନ୍ସ ଲିଗ୍‌ ଟାଇଟଲ ହାସଲ କରିଥିଲା।

ରୋନାଲ୍ଡୋଙ୍କ ଏହି ଆକସ୍ମିକ ଅବସର ପଛରେ ଜାତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଜୋର୍ଜ ଜେସସ୍‌ଙ୍କ ସହ ସୃଷ୍ଟି ହୋଇଥିବା ବିବାଦକୁ ମୁଖ୍ୟ କାରଣ ଭାବେ ଗ୍ରହଣ କରାଯାଉଛି। ରୋବର୍ଟୋ ମାର୍ଟିନେଜଙ୍କ ପରେ ଜାତୀୟ ଦଳର ଦାୟିତ୍ୱ ନେଇଥିବା ଜେସସ୍‌ଙ୍କ ନିର୍ଦ୍ଦେଶକ୍ରମେ ନରୱେ ବିପକ୍ଷ ମ୍ୟାଚରେ ରୋନାଲ୍ଡୋଙ୍କୁ ସବଷ୍ଟିଚ୍ୟୁଟ୍‌ ବେଞ୍ଚରେ ବସାଯାଇଥିଲା। ଦେଇଥିବା ପ୍ରତିଶ୍ରୁତି ଅନୁସାରେ ତାଙ୍କୁ ପଡ଼ିଆକୁ ଓହ୍ଲାଯାଇ ନ ଥିବାରୁ ପ୍ରଶିକ୍ଷକଙ୍କ ଉପରେ କ୍ଷୁବ୍ଧ ହୋଇ ରୋନାଲ୍ଡୋ ତାଲିମ ଶିବିର ଛାଡ଼ି ଚାଲିଯାଇଥିଲେ। ପ୍ରଶିକ୍ଷକଙ୍କ ସହ ବିଶ୍ୱାସଭଙ୍ଗ ହୋଇଥିବା ଦର୍ଶାଇ ସେ ଆଗାମୀ ମ୍ୟାଚଗୁଡ଼ିକରେ ନ ଖେଳିବାକୁ ନିଷ୍ପତ୍ତି ନେଇ ଶେଷରେ ସଂନ୍ୟାସ ଘୋଷଣା କରିଛନ୍ତି।

ଅବସର ଘୋଷଣା କରି ରୋନାଲ୍ଡୋ କହିଛନ୍ତି ଯେ, ନିଜ ଦେଶ ପାଇଁ ସବୁକିଛି ସମର୍ପଣ କରି ଗର୍ବର ସହ ସେ ପଡ଼ିଆରୁ ବିଦାୟ ନେଉଛନ୍ତି। ଗୋଲ୍‌, ଟ୍ରୋଫି ଓ ରେକର୍ଡଗୁଡ଼ିକ ସମୟ ସହ ବଦଳିଯାଏ କିନ୍ତୁ ଲୋକଙ୍କ ହୃଦୟରେ ମିଳିଥିବା ସ୍ଥାନ ଚିରସ୍ଥାୟୀ। ନିଜକୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବେ ଗଢ଼ିତୋଳିବା ପାଇଁ ସେ କଠିନ ପରିଶ୍ରମ କରିଥିଲେ ହେଁ, ନିଜ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ବିଜୟ। ସେ ନିଜର ସହଖେଳାଳି, ପ୍ରଶିକ୍ଷକ, ସମର୍ଥକ ଏବଂ ପରିବାରବର୍ଗଙ୍କୁ ସେମାନଙ୍କ ଅବଦାନ ଓ ଭଲପାଇବା ପାଇଁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ରୋନାଲ୍ଡୋଙ୍କ ଅବସର ପରେ ପର୍ତ୍ତୁଗାଲ ଫୁଟବଲ୍‌ ଫେଡେରେସନ ପକ୍ଷରୁ ତାଙ୍କୁ ଜାତୀୟ ଦଳର ଅତୁଲନୀୟ ପ୍ରତୀକ ଓ ପ୍ରେରଣାଦାୟୀ ଅଧିନାୟକ ଭାବେ ଅଭିହିତ କରାଯାଇଛି। ତାଙ୍କର ଏହି ଐତିହାସିକ ଯୋଗଦାନ ପାଇଁ ଖୁବଶୀଘ୍ର ଏକ ବିଶେଷ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯିବ ବୋଲି ଫେଡେରେସନ ପ୍ରକାଶ କରିଛି। ଏଥିସହିତ ବ୍ରୁନୋ ଫର୍ଣ୍ଣାଣ୍ଡେଜ, ନେମାର, ପେପେଙ୍କ ଭଳି ନାମୀ ଦାମୀ ଖେଳାଳି ଏବଂ ମାଞ୍ଚେଷ୍ଟର ୟୁନାଇଟେଡ୍, ଯୁଭେଣ୍ଟସ ଭଳି ବିଶ୍ୱପ୍ରସିଦ୍ଧ କ୍ଲବଗୁଡ଼ିକ ତାଙ୍କୁ ଫୁଟବଲ୍‌ ଜଗତର କିମ୍ବଦନ୍ତୀ ଆଖ୍ୟା ଦେଇ ଶୁଭେଚ୍ଛା ଜଣାଇଛନ୍ତି।

କ୍ରିଷ୍ଟିଆନୋ ରୋନାଲ୍ଡୋ ଫୁଟବଲ ସନ୍ୟାସ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଗଞ୍ଜାମର ମନ୍ତ୍ରୀ ଓ ବିଧାୟକ

November 5, 2026

ବନ୍ୟା କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍

November 5, 2026

ଶୀତଦିନେ ବଢିଯାଏ ହୃଦଘାତର ବିପଦ: ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 5, 2026

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026
Latest News

ବନ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ଗଞ୍ଜାମର ମନ୍ତ୍ରୀ ଓ ବିଧାୟକ

November 5, 2026

ଅନ୍ତର୍ଜାତୀୟ ଫୁଟବଲରୁ ସନ୍ୟାସ ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

November 5, 2026

ବନ୍ୟା କ୍ଷୟକ୍ଷତି ଆକଳନ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରୀୟ ଟିମ୍

November 5, 2026

ଶୀତଦିନେ ବଢିଯାଏ ହୃଦଘାତର ବିପଦ: ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 5, 2026

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.