Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ
ଆଜିର ଖବର

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ
ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

ବାଣପୁର: ଆଇନଜୀବୀ କଲ୍ୟାଣ ପାଣ୍ଠିରୁ ଆଇନଜୀବୀମାନଙ୍କୁ ମିଳୁଥିବା ଅବସରକାଳୀନ ସହାୟତା ରାଶିକୁ ରାଜ୍ୟ ସରକାର ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦର ଦାବିକୁ ଗ୍ରହଣ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓକିଲ ସଂଘ  ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ବାଣପୁର ଓକିଲ ସଂଘର ସଭାପତି ଜଗନ୍ନାଥ ଭୋଳଙ୍କ ନେତୃତ୍ୱରେ ଏକାଧିକ ଆଇନଜୀବୀ କୋର୍ଟ ଫାଟକ ନିକଟରେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଉକ୍ତ ନିଷ୍ପତ୍ତିରେ ଖୁସି ଜାହିର କରିବା ସହ ପରସ୍ପରକୁ ମିଠା ଖୁଆଇଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ଏହି ଅବସରରେ ଧନ୍ୟବାଦ ଜ୍ଞାପନ କରାଯାଇଛି। ଓକିଲ ସଂଘ ସଭାପତି ଶ୍ରୀ ଭୋଳ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟର ଆଇନଜୀବୀମାନଙ୍କ ଉନ୍ନତି ଦିଗରେ ଅହରହ ଚେଷ୍ଟିତ ଥିବା କହିଛନ୍ତି।

ଅନୁରୂପ ଭାବେ ଖୁବ ଶୀଘ୍ର ରାଜ୍ୟ ଆଇନଜୀବୀ ପରିଷଦର ଅନ୍ୟ ୩ ପ୍ରମୁଖ ଦାବି ଯଥା ଆଇନଜୀବୀଙ୍କ ପାଇଁ ମଧୁବାବୁ ସ୍ବାସ୍ଥ୍ୟ ବୀମା ଯୋଜନା ଲାଗୁ, ଆଡଭୋକେଟ୍ ଏକାଡେମୀ ପ୍ରତିଷ୍ଠା ଏବଂ ଆଡଭୋକେଟ୍ ପ୍ରୋଟେକ୍ସନ୍ ଆକ୍ଟ ପ୍ରଣୟନ ଦିଗରେ ମୁଖ୍ୟମନ୍ତ୍ରୀ ଏବଂ ଆଇନ ମନ୍ତ୍ରୀ ସକାରାତ୍ମକ ପଦକ୍ଷେପ ନେବେବୋଲି ବାଣପୁର ଓକିଲ ସଂଘ ଆଶାବାଦୀ ଥିବା ସଭାପତି ଶ୍ରୀ ଭୋଳ କହିଛନ୍ତି।

ତତସହିତ ଆଇନ ମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ବାଣପୁରରେ ନୂତନ ଏଡ଼ିଜେ କୋର୍ଟ ଖୋଲିବା ବିଜ୍ଞପ୍ତି ବହୁପୂର୍ବରୁ ପ୍ରକାଶ ପାଇସାରିଥିବା ବେଳେ ଚଳିତ ବର୍ଷ ଶେଷସୁଦ୍ଧା ତାହାକୁ ସ୍ଥାୟୀଭାବେ  କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରଚେଷ୍ଟା ପାଇଁ ବାଣପୁର ଓକିଲ ସଂଘ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କୁ ଅନୁରୋଧ କରିଛନ୍ତି।

ଏହି ଅବସରରେ ସଂଘ କାର୍ଯ୍ୟନିର୍ବାହୀ ସଦସ୍ୟ ସୁଦର୍ଶନ ଜାଲି, ପୂର୍ବତନ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ବରିଷ୍ଠ ଆଇନଜୀବୀ ସନ୍ଦୀପ ମହାପାତ୍ର, ସଞ୍ଜୟ ରଣସିଂହ, ଜଳନ୍ଧର ପ୍ରଦାନ, ପ୍ରଭାତ ପଟ୍ଟଯୋଶୀ, ସୁନୀଲ ମହାପାତ୍ର, ଅଜିତ ସ୍ୱାଇଁ, ସୀତାରାମ ଅଗ୍ରୱାଲ, ବୈକୁଣ୍ଠ ନାଥ ପ୍ରଧାନ, ବିବେକାନନ୍ଦ ପଣ୍ଡା, ପଦ୍ମଜା ପଟ୍ଟନାୟକ, ପ୍ରଦୋଷ କୁମାର ପ୍ରଧାନ, ସନ୍ତୋଷ ମହାପାତ୍ର, ଭାଗିରଥି ବିଶ୍ୱାଳ, ଅନିଲ ବାରିକ, ରାମଚନ୍ଦ୍ର ପଲାଇ, ଅଜିତ ବାରିକି ଏବଂ ଅନ୍ୟ ଆଇନଜୀବୀ ମାନେ ଉପସ୍ଥିତ ଥିଲେ।

ଅବସରକାଳୀନ ସହାୟତା ରାଶି ଆଇନଜୀବୀ କଲ୍ୟାଣ ପାଣ୍ଠି ବାଣପୁର ଓକିଲ ସଂଘ
Share. Facebook Twitter LinkedIn Email WhatsApp Copy Link

Related Posts

ଶୀତଦିନେ ବଢିଯାଏ ହୃଦଘାତର ବିପଦ: ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 5, 2026

ତିରୁପତି ଲଡୁ ବିବାଦ : ସ୍ଥାନାନ୍ତର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

November 5, 2026

୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ

November 5, 2026

ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ

November 5, 2026
Latest News

ଶୀତଦିନେ ବଢିଯାଏ ହୃଦଘାତର ବିପଦ: ଜାଣନ୍ତୁ ଏହି ସମୟରେ ହୃଦୟକୁ କିପରି ରଖିବେ ସୁସ୍ଥ

November 5, 2026

ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବାଣପୁର ଓକିଲ ସଂଘ

November 5, 2026

ତିରୁପତି ଲଡୁ ବିବାଦ : ସ୍ଥାନାନ୍ତର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

November 5, 2026

୭ ବିଶ୍ୱବିଦ୍ୟାଳୟକୁ NAAC ମାନ୍ୟତା ନବୀକରଣ ପାଇଁ କଡ଼ା ନିର୍ଦ୍ଦେଶ

November 5, 2026

ଓଡ଼ିଶାର କଡ଼ା ବିରୋଧ ପରେ ସୀମାନ୍ତକୁ ବୁଥ୍ ଘୁଞ୍ଚାଇଲା ଆନ୍ଧ୍ର: ଗଳାବାଟ ଦେଇ ଭୋଟ ଦେଲେ କୋଟିଆବାସୀ

November 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.