ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ ହଜାର ୭୩୩ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Jun 13, 2021, 7:16 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭ ହଜାର ୭୩୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୨୦୩, କଟକରୁ ୮୦୮, ଢେଙ୍କାନାଳରୁ ୪୯୯, ବାଲେଶ୍ବରରୁ ୩୯୩, ମୟୂରଭଞ୍ଜରୁ ୩୯୦, ଯାଜପୁରରୁ ୩୮୬, ଅନୁଗୁଳରୁ ୩୮୧, ପୁରୀରୁ ୩୫୩, ଭଦ୍ରକରୁ ୨୭୮, ସୁନ୍ଦରଗଡରୁ ୨୬୫, ବୌଦ୍ଧରୁ ୨୦୯, ରାୟଗଡାରୁ ୨୦୯, ଜଗତସିଂହପୁରରୁ ୨୦୦, ନବରଙ୍ଗପୁରରୁ ୧୯୬, କେନ୍ଦ୍ରାପଡାରୁ ୧୮୫, କୋରାପୁଟରୁ ୧୮୫, ବରଗଡରୁ ୧୮୪, କେନ୍ଦୁଝରରୁ ୧୭୨, କଳାହାଣ୍ଡିରୁ ୧୬୬, ନୟାଗଡରୁ ୧୫୧, ମାଲକାନାଗିରିରୁ ୧୨୩, ସମ୍ବଲପୁରରୁ ୧୦୭, ଗଞ୍ଜାମରୁ ୯୨, ବଲାଙ୍ଗୀରିରୁ ୮୧, ଝାରସୁଗୁଡାରୁ ୮୦, ସୋନପୁରରୁ ୬୩, ଦେବଗଡରୁ ୬୨, କନ୍ଧମାଳରୁ ୪୯, ଗଜପତିରୁ ୪୪, ନୂଆପଡାରୁ ୩୧ ଏବଂ ଷ୍ଟେଟ ପୁଲରୁ ୧୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୯୬ ହଜାର ୭୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ କୁ ବୃଦ୍ଧି ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୬୨୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି।

Related posts