Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ୬ ଲକ୍ଷ ୨୮,୯୯୩ କୋଟି ଟଙ୍କାର ପ୍ୟାକେଜ
ଜାତୀୟ ଖବର

କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ୬ ଲକ୍ଷ ୨୮,୯୯୩ କୋଟି ଟଙ୍କାର ପ୍ୟାକେଜ

June 29, 2021No Comments4 Mins Read
Share Facebook Twitter LinkedIn Email WhatsApp Copy Link
କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଘୋଷଣା କଲେ ୬ ଲକ୍ଷ ୨୮,୯୯୩ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ, କୋଭିଡ ମହାମାରୀ ବିରୋଧରେ ସଂଗ୍ରାମ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୬,୨୮,୯୯୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଆଠଟି ଅର୍ଥନୈତିକ ପ୍ୟାକେଜ୍ ମଧ୍ୟ ଅନ୍ତର୍ଭୁକ୍ତ, ସେଥିମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ନୂତନ ହୋଇଥିବାବେଳେ ଗୋଟିଏ ବିଶେଷ ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଉଦ୍ଧିଷ୍ଠ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଲିଫ୍ ପ୍ୟାକେଜ ମଧ୍ୟରେ କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଋଣ ଗ୍ୟାରେଣ୍ଟି ଯୋଜନା ରହିଛି। ଏଥିରୁ ପଚାଶ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବିନିଯୋଗ ହେବ। ସେ କହିଛନ୍ତି ଯେ ଏହି ଆର୍ଥିକ ସାହାଯ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ଆଧୁନିକୀକରଣ ପାଇଁ କାର‌୍ୟ୍ୟ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଋଣ ଗ୍ୟାରେଣ୍ଟି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପର ସମ୍ପ୍ରସାରଣ ଏବଂ ଆଠଟି ବଡ ସହର ବ୍ୟତୀତ ଅନ୍ୟ କେତେକ ସହରରେ ନୂତନ ଯୋଜନା ଆରମ୍ଭ କରିବା ପାଇଁ ନିଷ୍ପତି ନିଆଯାଇଛି।

ନିର୍ମଳା ସୀତାରମଣ ମଧ୍ୟ ଆତ୍ମନିର୍ଭର ଭାରତ ଯୋଜନା ଅନ୍ତର୍ଗତ ମେ ୨୦୨୦ ରେ ଆରମ୍ଭ ହୋଇଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହି ଯୋଜନାର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପର‌୍ୟ୍ୟାୟରେ ୧୨ ଟି ସରକାରୀ କ୍ଷେତ୍ର ଏବଂ ୨୫ ଟି ଘରୋଇ କ୍ଷେତ୍ର ବ୍ୟାଙ୍କ ଏବଂ ୩୧ ଟି ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ଏପର‌୍ୟ୍ୟନ୍ତ ୨ ଲକ୍ଷ ୩୯ ହଜାର କୋଟି ଟଙ୍କା ଋଣ ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ସୀମା ୩ ଲକ୍ଷ କୋଟିରୁ ୪.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଅନ୍ୟ ଏକ ରିଲିଫ୍ ବ୍ୟବସ୍ଥାରେ ଅର୍ଥମନ୍ତ୍ରୀ ମଧ୍ୟ ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଛନ୍ତି। ଏହା ଅଧୀନରେ କ୍ଷୁଦ୍ର ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକ ପକ୍ଷରୁ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨..୨୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଉପଲବ୍ଧ ହେବ ।

କରୋନା ଦ୍ୱାରା ପ୍ରଭାବିତ ପର‌୍ୟ୍ୟଟନ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ ପର‌୍ୟ୍ୟଟନ କ୍ଷେତ୍ର ସହ ଜଡିତ ୧୧ ହଜାର ପଞ୍ଜୀକୃତ ପର‌୍ୟ୍ୟଟକ ଗାଇଡ୍ ଏବଂ ହିତାଧିକାରୀଙ୍କ ପାଇଁ ଅର୍ଥମନ୍ତ୍ରୀ ଏକ ବଡ ରିଲିଫ୍ ପ୍ୟାକେଜ୍ ମଧ୍ୟ ଘୋଷଣା କରିଛନ୍ତି। ଏହା ଅଧୀନରେ ଟ୍ରାଭେଲ ଏବଂ ଟୁର୍ ଏଜେନ୍ସିମାନଙ୍କୁ ୧୦୦% ଗ୍ୟାରେଣ୍ଟି ସହିତ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ଦିଆଯିବ ଜ୍ଝ ରାଜ୍ୟ ତଥା ଆଞ୍ଚଳିକ ସ୍ତରର ପଞ୍ଜୀକୃତ ତଥା ଲାଇସେନ୍ସପ୍ରାପ୍ତ ପର‌୍ୟ୍ୟଟନ ଗାଇଡମାନେ ୧ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଋଣ ନେଇପାରିବେ।

ଅର୍ଥମନ୍ତ୍ରୀ ବିଦେଶୀ ପର‌୍ୟ୍ୟଟକଙ୍କ ପାଇଁ ପାଞ୍ଚ ଲକ୍ଷ ଭିସା ମାଗଣାରେ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ୩୧ ମାର୍ଚ୍ଚ ୨୦୨୦ ପର‌୍ୟ୍ୟନ୍ତ କିମ୍ବା ପାଞ୍ଚ ଲକ୍ଷ ଭିସା ପ୍ରଦାନ ପର‌୍ୟ୍ୟନ୍ତ ପ୍ରଯୁଜ୍ୟ ହେବ। ଜଣେ ପର‌୍ୟ୍ୟଟକ ଏହି ଯୋଜନାର ଲାଭ କେବଳ ଥରେ ପାଇବେ। ଏହି ସମ୍ପୂର୍ଣ୍ଣ ଯୋଜନା ଅଧୀନରେ ୧୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ।

ସୀତାରାମଣ ମଧ୍ୟ ଆତ୍ମ ନିର୍ଭର ଭାରତ ରୋଜଗର ଯୋଜନାର ଅବଧି ୩୦ ଜୁନ୍ ୨୦୨୧ ରୁ ୩୧ ମାର୍ଚ୍ଚ ୨୦୨୨ ପର‌୍ୟ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ସଂଗଠନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ନିଯୁକ୍ତିଦାତାଙ୍କୁ ସାହାଯ୍ୟ କରିବା।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ମାସର ୧୮ ତାରିଖ ପର‌୍ୟ୍ୟନ୍ତ ଏହି ଯୋଜନା ଅନ୍ତର୍ଗତ ୭୯ ହଜାର ୫୭୭ ପ୍ରତିଷ୍ଠାନର ୨୧ ଲକ୍ଷ ୪୨ ହଜାର ହିତାଧିକାରୀଙ୍କୁ ୯୦୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଊଇଚ ଏବଂ ଚଘକ ପରି ସାର ପାଇଁ ୧୪,୭୭୫ କୋଟି ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ସରକାରଙ୍କ ପୂର୍ବ ନିଷ୍ପତ୍ତି ବିଷୟରେ ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ସମ୍ପ୍ରସାରଣ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି। ଏହା ଅଧୀନରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ହିତାଧିକାରୀମାନଙ୍କୁ ଏହି ବର୍ଷ ମେ ରୁ ନଭେମ୍ବର ପର‌୍ୟ୍ୟନ୍ତ ପ୍ରତ୍ୟେକ ମାସରେ ପାଞ୍ଚ କିଲୋଗ୍ରାମ ଖାଦ୍ୟ ଶସ୍ୟ ମାଗଣାରେ ଦିଆଯିବ। ଏଥିପାଇଁ ମୋଟ ୯୩ ହଜାର ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବ।

ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଦିଆଯାଇଥିବା ଘୋଷଣା ଉପରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ୨୩,୨୨୦ କୋଟି ଟଙ୍କା ଧାର‌୍ୟ୍ୟ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ଏହା କେବଳ ଶିଶୁ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାରେ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ବିଭାଗରେ ମାନବ ସମ୍ବଳକୁ ସକ୍ଷମ କରିବା ପାଇଁ ଡାକ୍ତରୀ ଛାତ୍ର ଏବଂ ନର୍ସିଂ ଛାତ୍ରମାନଙ୍କ ତାଲିମ ଉପରେ ମଧ୍ୟ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତି। ଡାକ୍ତରଖାନାଗୁଡ଼ିକରେ ଆଇସିୟୁ ଶଯ୍ୟା ଯୋଗାଣ ଏବଂ ଜିଲ୍ଲା ତଥା ଉପ-ଜିଲ୍ଲା ସ୍ତରରେ ଅମ୍ଳଜାନ ଯୋଗାଣ ଉପରେ ମଧ୍ୟ ଧ୍ୟାନ ଦିଆଯିବ।

ପୁଷ୍ଟିହୀନତାର ମୁକାବିଲା ତଥା କୃଷକଙ୍କ ଆୟ ବଢାଇବା ପାଇଁ ଅର୍ଥମନ୍ତ୍ରୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ତରଫରୁ ଏହିପରି କିସମର ଫସଲର ବିକାଶ ବିଷୟରେ ସୂଚନା ଦେଇଛନ୍ତି, ଯାହା ପୁଷ୍ଟିକର ପରିମାଣରେ ଭରପୂର ଏବଂ ଯେ କୌଣସି ପ୍ରକାର ଜଳବାୟୁରେ ବଞ୍ଚିପାରିବ।

ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମାର୍କେଟିଂ ନିଗମର ଆର୍ଥିକ ପୁନଃନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ୭୭୭ କୋଟି ୪୫ ଲକ୍ଷ ଟଙ୍କା ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜାତୀୟ ରପ୍ତାନି ବୀମା ଆକାଉଣ୍ଟ ପାଇଁ ଅତିରିକ୍ତ ୩୩ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ରପ୍ତାନି ବୀମା କଭରେଜକୁ ୮୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରିବାକୁ ରପ୍ତାନି କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ ଅତିରିକ୍ତ ପୁଞ୍ଜି ଲଗାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରୀ ଏବଂ ବେସରକାରୀ ଭାଗିଦାରୀ ମାଧ୍ୟମରେ ଭାରତ ନେଟ ମଡେଲ ଅନ୍ତର୍ଗତ ପ୍ରତ୍ୟେକ ଗ୍ରାମରେ ବ୍ରଡବ୍ୟାଣ୍ଡ ସୁବିଧା ଯୋଗାଇବା ପାଇଁ ୧୯,୪୧ କୋଟି ଟଙ୍କା ଅତିରିକ୍ତ ବ୍ୟବସ୍ଥା କରିଛନ୍ତି।

ସୀତାରାମଣ ସୂଚନା ଦେଇଛନ୍ତି ଯେ ଇଲେକ୍ଟ୍ରୋନିକ୍ ସାମଗ୍ରୀର ବୃହତ ଉତ୍ପାଦନକାରୀଙ୍କ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା ୨୦୨୫-୨୬ ପର‌୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୨୦-୨୧ ରେ ଏହି ଯୋଜନା ଅଧୀନରେ କରାଯାଇଥିବା ବିନିଯୋଗଗୁଡିକ ୨୦୨୫-୨୬ ପର‌୍ୟ୍ୟନ୍ତ ବୈଧ ବୋଲି ବିବେଚନା କରାଯିବ।

ବିଦ୍ୟୁତ୍ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ଆବଣ୍ଟନ କରିଛନ୍ତି। ଏହି ଟଙ୍କା ବିଦ୍ୟୁତ୍ ଲାଇନ ବଜାୟ ରଖିବା ଏବଂ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ବ୍ୟବହୃତ ହେବ । ସେ କହିଛନ୍ତି ଯେ ୨୫ କୋଟି ସ୍ମାର୍ଟ ମିଟର ଏବଂ ଦଶ ହଜାର ଫିଡର ଏବଂ ଚାରି ଲକ୍ଷ କିଲୋମିଟର ଖଞ  ଲାଇନ ସ୍ଥାପନ କରିବାର ଯୋଜନା ରହିଛି।

Nirmala Sitaraman କରୋନା ପ୍ୟାକେଜ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଭିଯାନରେ ଯୋଗଦେବାକୁ ଦେଶର ଯୁବପିଢ଼ିଙ୍କୁ ଆମନ୍ତ୍ରଣ

May 13, 2026
Latest News

ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

May 13, 2026

ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ

May 13, 2026

ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା

May 13, 2026

ଭୟଙ୍କର ସଡ଼କ ଦୁର୍ଘଟଣା: ଜଣେ ମୃତ, ଦୁଇ ଗୁରୁତର

May 13, 2026

ପ୍ରଥମ ୧୦ ଦିନରେ ଜାମ୍ମୁ-ଶ୍ରୀନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଯାତ୍ରା କଲେ ପ୍ରାୟ ୪୫,୦୦୦ ଯାତ୍ରୀ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.