Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆଶ୍ଚର୍ଯ୍ୟ: ବାଲେଶ୍ବରର ରେମୁଣା ନିକଟସ୍ଥ ଦୁଇଟି ସ୍ଥାନର ମାଟିତଳୁ ମିଳିଲା ପ୍ରାଚୀନ ସଭ୍ୟତାର ଭଗ୍ନାଂଶ
ଜାତୀୟ ଖବର

ଆଶ୍ଚର୍ଯ୍ୟ: ବାଲେଶ୍ବରର ରେମୁଣା ନିକଟସ୍ଥ ଦୁଇଟି ସ୍ଥାନର ମାଟିତଳୁ ମିଳିଲା ପ୍ରାଚୀନ ସଭ୍ୟତାର ଭଗ୍ନାଂଶ

July 3, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଶ୍ଚର୍ଯ୍ୟ: ବାଲେଶ୍ବରର ରେମୁଣା ନିକଟସ୍ଥ ଦୁଇଟି ସ୍ଥାନର ମାଟିତଳୁ ମିଳିଲା ପ୍ରାଚୀନ ସଭ୍ୟତାର ଭଗ୍ନାଂଶ

ଭୁବନେଶ୍ବର, ଭୁବନେଶ୍ବରସ୍ଥିତ ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୧ରେ ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକା ଅଞ୍ଚଳରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ବାଲେଶ୍ୱର ସହର ଠାରୁ ୨୦ କି.ମି ଦୂରରେ ଅବସ୍ଥିତ ରେମୁଣା ବ୍ଲକ୍ ଅଞ୍ଚଳରେ ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିରେ ସହରୀ ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଛି । ପ୍ରତ୍ନତତ୍ତ୍ୱବିତ୍ ଡ. ସୁନୀଲ କୁମାର ପଟ୍ଟନାୟକ କହିଥିଲେ, ଦୁର୍ଗାଦେବୀର ପ୍ରତ୍ନତାତ୍ତ୍ୱିକ ଅବଶେଷର ପର‌୍ୟ୍ୟାଲୋଚନା ପରେ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତ୍‌ଖନନ ନିମନ୍ତେ ସ୍ୱୀକୃତି ପତ୍ର ମିଳିଥିଲା ।

ଉତ୍‌ଖନନ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ମଇ ୫ ଯାଏ ଚାଲିଥିଲା । ଆଜକୁ ପ୍ରାୟ ୨୫୦୦ ବର୍ଷ ତଳର ଦୁର୍ଗାଦେବୀ ପ୍ରାଚୀନ ସହର ବୁଢାବଳଙ୍ଗ ଓ ସୋଣ ନଦୀ ଅବବାହିକାର ମଧ୍ୟଭାଗରେ ପ୍ରାୟ ୫ କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ପ୍ରାଚୀର ଦ୍ୱାରା ପରିବେଷ୍ଟିତ ଥିଲା । ଉଭୟ ପାର୍ଶ୍ୱରେ ଗଙ୍ଗାହାର ଓ ପ୍ରସନ୍ନ ନାଳ ଗଡ଼ଖାଇ ଭାବରେ ଅଦ୍ୟାବଧି ରହିଛି । ଉତ୍‌ଖନନରୁ ଏହି ସମୟର ପ୍ରାଚୀନ ମାଟିପାତ୍ର, ମାଟି ନିର୍ମିତ ଅଳଙ୍କାର, ମାଳି ନିର୍ମିତ ଖେଳଣା, ଲୁହା କଣ୍ଟା ଇତ୍ୟାଦି ମିଳିଅଛି ।

ପରବର୍ତ୍ତୀ ଲୌହ ଯୁଗ ସମୟର ଲୁହାର ସ୍ମାଗ, ଭାଲାର ଅଗ୍ରଭାଗ, କଣ୍ଟା ଇତ୍ୟାଦି ମିଳିଛି । ଏଥିସହ କଳା ଓ ଲାଲ ରଙ୍ଗର ମାଟିପାତ୍ର ସହ ଚିକ୍କଣ କଳା ରଙ୍ଗ ଥିବା ମାଟିପାତ୍ର ମିଳିଅଛି । ଦୁର୍ଗାଦେବୀ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନର ପ୍ରଥମ ପର‌୍ୟ୍ୟାୟରେ ଆଜକୁ ପ୍ରାୟ ୪୦୦୦ ବର୍ଷ ପୁର୍ବ ବୋଲି ଜଣାପଡ଼ୁଛି ।

ଓଡ଼ିଶାର ପ୍ରାଚୀନ ସଂସ୍କୃତିର ବିକାଶର ପ୍ରାମାଣିକ ତଥ୍ୟ ବିଶେଷ ଭାବେ ମୃଣ୍ମୟପାତ୍ର, ଲୌହ ସାମଗ୍ରୀ ଏବଂ ତାମ୍ରଯୁଗୀୟ ଘରର ନକ୍ସା ଆଦି ଉପଲବ୍ଧ ହୋଇସାରିଅଛି । ଓଡ଼ିଶାର ପ୍ରାଗ୍‌ଐତିହାସିକ ଯୁଗ, ଯାହାକି ଏଠାରେ ତାମ୍ର-ପାଷାଣ ଯୁଗ ସମସାମୟିକ । ଖ୍ରୀଷ୍ଟ ପୂର୍ବ ୨୧୦୦ ରୁ ୧୦୦୦ ସମୟ କାଳ ମଧ୍ୟରେ ଓଡ଼ିଶା ଉନ୍ନତ କୃଷି ସଭ୍ୟତାର ବିକାଶ ଏବଂ ପରେ ପରେ ଖ୍ରୀଷ୍ଟ ପୂର୍ବ୧୫୦୦ ରୁ ୬୦୦ ବର୍ଷ ସମୟର ଲୌହ ଯୁଗର ବିକାଶ ଏବଂ ଉନ୍ନତ ଗୌର ସାମଗ୍ରୀର ବହୁଳ ବ୍ୟବହାର ଏବଂ ପରବର୍ତୀ ସମୟରେ ଖ୍ରୀଷ୍ଟ ପୂର୍ବ ୪୦୦ ଦଳକୁ ସହରୀ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀର ପ୍ରାପ୍ତ ହୋଇଅଛି ବୋଲି ଡ. ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହୋଇଥିବା ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ ଓ ସର୍ବେକ୍ଷଣରେ ବହୁ ସହର ଓ ସଭ୍ୟତାର ଅନୁସନ୍ଧାନ ମିଳିଅଛି । ସେଗୁଡିକ ମଧ୍ୟରେ ଯାଜପୁର ଜିଲ୍ଲାର ରାଧାନଗର, ଖୋର୍ଦ୍ଧା ଜିଲ୍ଲାର ଶିଶୁପାଳଗଡ଼, ଗଞ୍ଜାମ ଜିଲ୍ଲାର ଜଉଗଡ଼ ଓ ଲାଠି ଏବଂ ପଶ୍ଚିମ ଓଡ଼ିଶାର ଅଶୁରଗଡ଼, ବୁଦ୍ଧିଗଡ଼, ତାରପୁରଗଡ଼ । କିନ୍ତୁ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ପ୍ରାଗ୍‌ ଐତିହାସିକ ସଭ୍ୟତା ଠାରୁ ଆରମ୍ଭ କରି ବୌଦ୍ଧ ଜୈନ୍ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଥିଲେ ହେଁ ଅଦ୍ୟାବଧି ଉତ୍ତର ଓଡ଼ିଶାରୁ କୌଣସି ସମୃଦ୍ଧ ପ୍ରତ୍ନତାତ୍ତ୍ୱିକ ଅବଶେଷର ସନ୍ଧାନ ମିଳିନଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026
Latest News

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା: ଚାଷୀଙ୍କୁ ମିଳିବ କୃଷି ଓ ରାଜସ୍ୱ ବିଭାଗର ମିଳିତ ପ୍ୟାକେଜ୍

July 31, 2026

୮୪,୦୮୪ କୋଟିର ବ୍ୟୟ ଅଟକଳ ସହ ‘ସମୁଦ୍ର ମନ୍ଥନ’ କୁ କ୍ୟାବିନେଟ ମଞ୍ଜୁରି

July 31, 2026

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ମାମଲା: କ୍ଷମା ମାଗିଲେ ନାବାଳିକା

July 31, 2026

୨୦୨୬ରେ ଟିମ୍ ଇଣ୍ଡିଆ ଆଉ କେତେ ଟେଷ୍ଟ ଖେଳିବ?: WTC ଫାଇନାଲ୍ ପାଇଁ କେତେ ବିଜୟ ଆବଶ୍ୟକ?

July 31, 2026

ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି ମଧ୍ୟରେ କ୍ୟାବିନେଟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ 

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.