Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବେଆଇନ ଗୋରୁଚାଲାଣ: ନାଚୁଣୀରୁ ୨ ଟି ଗାଡି ଜବତ ହେବା ସହ ଉଦ୍ଧାର ହେଲେ ୧୧ ମଇଁଷି, ୩ ଗିରଫ
ଅପରାଧ

ବେଆଇନ ଗୋରୁଚାଲାଣ: ନାଚୁଣୀରୁ ୨ ଟି ଗାଡି ଜବତ ହେବା ସହ ଉଦ୍ଧାର ହେଲେ ୧୧ ମଇଁଷି, ୩ ଗିରଫ

July 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ଗୋରୁଚାଲାଣ ବଢ଼ୁଥିବାବେଳେ ପୋଲିସ ମଧ୍ୟ ବାରମ୍ବାର ଗୋମାଫିଆମାନଙ୍କ ଉପରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆଜି ନାଚୁଣୀ ଫାଣ୍ଡି ପୋଲିସ ୧୧ ଟି ମଇଁଷିକୁ ଉଦ୍ଧାର କରିବା ସହ ଦୁଇ ଗୋଟି ଭ୍ୟାନ ଜବତ କରିଛି।

ହସ୍ତଗତ ତଥ୍ୟ ମୁତାବକ ଆଜି ଅପରାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଭୂଷଣ୍ଡପୁର ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ପାଣ୍ଡିଆ ଗ୍ରାମକୁ ବେଆଇନ ମଇଁଷି ବୋଝେଇ ଗାଡ଼ି ଯାଉଥିବାର ସୂଚନା ପାଇଥିଲେ। ସଙ୍ଗେ ସଙ୍ଗେ ଏନେଇ ଏସଡ଼ିପିଓ ଖୋର୍ଦ୍ଧା ଏସପି ରାଜକିଶୋର ଦୋରାଙ୍କୁ ଜଣାଇଥିଲେ। ଏସପିଙ୍କ ନିର୍ଦ୍ଦେଶକ୍ରମେ ଟାଙ୍ଗୀ ଠାରୁ ନାଚୁଣୀ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାରେ ପୋଲିସ ନାକାବନ୍ଦୀ ଜାରି ରଖିଥିଲା।

ପରିଶେଷରେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ କଉଡ଼ିଖଣି ଛକରୁ ଦୁଇ ଗୋଟି ପିକ ଅପ ଭ୍ୟାନକୁ ଜବତ କରି ୧୧ ଗୋଟି ଜୀବନ୍ତ ମଇଁଷିକୁ ଉଦ୍ଧାର କରିଛନ୍ତି। ମଇଁଷିମାନଙ୍କ ଅବସ୍ଥା ଗମ୍ଭୀର ଥିବାରୁ ଫାଣ୍ଡି ଅଧିକାରୀ ସଙ୍ଗେସଙ୍ଗେ ପ୍ରାଣୀଚିକିତ୍ସାଧିକାରୀଙ୍କୁ ଡକାଇ ସେମାନଙ୍କ ଚିକିତ୍ସା କରାଇଥିଲେ। ପରିଶେଷରେ ମଇଁଷି ମାନଙ୍କୁ ଜଟଣୀ କୁଦିପୁର ସ୍ଥିତ ମାଧବ ଗୋଶାଳାକୁ ହସ୍ତାନ୍ତର କରିଦିଆଯାଇଅଛି।

ତେବେ ଉକ୍ତ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯିବା ସହ ବାଣପୁର ଥାନାରେ କେସ ନମ୍ବର ୨୫୨/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରିରହିଥିବାର ଏସଡ଼ିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି।

ଉମାକାନ୍ତ ସାହୁ ଖୋର୍ଦ୍ଧା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.