Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରରେ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର
ଆଜିର ଖବର

ବାଣପୁରରେ ସଡ଼କ ଦୁର୍ଘଟଣା: ଦୁଇ ଯୁବକ ଗୁରୁତର

August 5, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଦୁଇ ଜଣ ଯୁବକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।

ସୂଚନା ମୁତାବକ ଆଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ହିରିଆମ୍ବା ଗ୍ରାମର ଦୁଇ ଜଣ ଯୁବକ ବାଇକ ଯୋଗେ ଭାୟା ନୀଳାଦ୍ରିପ୍ରସାଦ ହୋଇ ବାଲୁଗାଁ ରେଳ ଷ୍ଟେସନ ଯାଉଥିଲେ। ବାଇକ ଚଲାଉଥିବା ବ୍ୟକ୍ତି ବିଷ୍ଣୁ ନାୟକ (୨୧) ବାଇକରେ ବସିଥିବା ପଦ୍ମନାଭ ନାୟକ (୨୪) ଙ୍କୁ ଚେନ୍ନାଇ ଯିବା ଉଦ୍ଦେଶ୍ୟରେ ବାଲୁଗାଁ ଷ୍ଟେସନ ଛାଡିବାକୁ ଯାଉଥିଲେ। ତେବେ ଦୁର୍ଭାଗ୍ୟବଶତଃ ସାନସିରେଇପୁର ବିଟ ହାଉସ ନିକଟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସୁଥିବା ଏକ ଡାଲା ଅଟୋ ଉଭୟଙ୍କ ବାଇକକୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଉଭୟ ରୋଡ଼ରେ ଛିଟିକି ତଳେ ପଡିଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟ ଯୁବକଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରାଯାଇଥିବାବେଳେ ଉଭୟ ଯୁବକଙ୍କ ଡାହାଣ ଗୋଡ ଭାଙ୍ଗିଯାଇଥିବାର ଡାକ୍ତର ସୂଚନା ଦେଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ବାଣପୁର ପୋଲିସ ଦୁର୍ଘଟଣା ସ୍ଥଳରେ ପହଁଚି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଥାଉକି ଆହତ ପଦ୍ମନାଭ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଜଣେ ଠିକାଦାରଙ୍କ ଯୋଗେ ଆଜି ସନ୍ଧ୍ୟା ଟ୍ରେନରେ କାମ ଆଶାରେ ଚେନ୍ନାଇ ଯାଇଥାନ୍ତେ। ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଥିବାବେଳେ ସେ ମଧ୍ୟ ବର୍ତ୍ତମାନ ଆଇସିୟୁ ରେ ଭର୍ତ୍ତି ହୋଇଛନ୍ତି। ଭାଗ୍ୟକୁ ଆଦରି ବାଣପୁର ମେଡିକାଲ ପରିସରରେ ପଦ୍ମନାଭ କାନ୍ଦୁଥୁବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ବାଣପୁର ଥାନା ମର୍ମନ୍ତୁଦ ସଡକ ଦୁର୍ଘଟଣା ସାନସିରେଇପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025

ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 16, 2025
Latest News

ବିଜେଡି ଛାଡି ବିଜେପିରେ ଯୋଗଦେଲେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ

October 16, 2025

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ସୁପାରିଶକୁ ନୀତା ଅମ୍ବାନୀଙ୍କ ସ୍ଵାଗତ

October 16, 2025

ନୂଆପଡାରେ ଗର୍ଜ୍ଜିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କଂଗ୍ରେସ ବିଜେଡିକୁ କଲେ ଟାର୍ଗେଟ

October 16, 2025

ନୂଆପଡା ଉପନିର୍ବାଚନ ବେଳେ ନବୀନ ପଟ୍ଟନାୟକଙ୍କୁ କାହିଁକି ଫୋନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

October 16, 2025

ଭାରତୀୟ ଖାଦ୍ୟ ସ୍ୱାଦିଷ୍ଟ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ: ICMR

October 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.