Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏସୀୟ ବିକାଶ ବ୍ୟାଙ୍କ୍‌ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଯୋଗ ଦେଲେ ସୁବ୍ରତ ବାଗ୍‌ଚୀ
ଜାତୀୟ ଖବର

ଏସୀୟ ବିକାଶ ବ୍ୟାଙ୍କ୍‌ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଯୋଗ ଦେଲେ ସୁବ୍ରତ ବାଗ୍‌ଚୀ

August 25, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏଡିବି ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଯୋଗ ଦେଲେ ସୁବ୍ରତ ବାଗ୍‌ଚୀ

ଭୁବନେଶ୍ୱର, ଏସୀୟ ବିକାଶ ବ୍ୟାଙ୍କ୍‌ ଦ୍ୱାରା ଆୟୋଜିତ ନବମ ଅର୍ନ୍ତଜାତୀୟ ସ୍କିଲ୍ସ ଫୋରମରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଦକ୍ଷତା ବିକାଶ ନା ମାନବ ରୂପାନ୍ତରଣ ( ସ୍କିଲ ଡେଭଲପ୍‌ମେଣ୍ଟ ଅର୍‌ ହ୍ୟୁମାନ ଟ୍ରାନ୍ସଫରମେସନ) ବିଷୟବସ୍ତୁ ଉପରେ ଶ୍ରୀ ବାଗ୍‌ଚୀ ନିଜର ବକ୍ତବ୍ୟ ରଖିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଦ୍ଦେଶରେ କିଭଳି ଓଡିଶା ଦକ୍ଷତା ବିକାଶ କ୍ଷେତ୍ରରେ ଏକ ଅନନ୍ୟ ରାଜ୍ୟ ଭାବେ ଉଭା ହୋଇପାରିଛି ସେ ସଂପର୍କରେ ସମସ୍ତଙ୍କୁ ଶ୍ରୀ ବାଗ୍‌ଚୀ ଅବଗତ କରାଇଥିଲେ। ଶ୍ରୀ ବାଗ୍‌ଚୀ ଏହି ଅବସରରେ କହିଥିଲେ ଯେ ନେତା, ନୀତି ର୍ନିଦ୍ଧାରକ ଏବଂ ଦକ୍ଷତା ବିକାଶ ସଂସ୍ଥାନମାନଙ୍କ ନିକଟରେ ଦକ୍ଷତା କ୍ଷେତ୍ରରେ ରହିଥିବା ଅସମାନତା ଦୂର କରିବା ପାଇଁ ଉତ୍ତମ ସୁଯୋଗ ରହିଛି।

ସେମାନେ ନୀତି ର୍ନିଦ୍ଧାରଣ, ପୁଞ୍ଜିନିବେଶ ଏବଂ ଏହାକୁ କାର୍ଯ୍ୟକାରୀ କରିବା ସମୟରେ ଲିଙ୍ଗଗତ ତାରତମ୍ୟ, ସ୍ୱଳ୍ପ ବେତନ ତଥା ବେତନରେ ଭେଦଭାବ ଏବଂ ଦକ୍ଷତା ବିକାଶ ନିମନ୍ତେ ପୁଷ୍ଟିସାରଯୁକ୍ତ ଖାଦ୍ୟର ଆବଶ୍ୟକତା ଉପରେ ଧ୍ୟାନ ଦେବା ଆବଶ୍ୟକ। ବିଶେଷ କରି ଦକ୍ଷତା ବିକାଶ କ୍ଷେତ୍ରରେ ମହିଳାମାନଙ୍କର ଭାଗୀଦାରି ବଢାଇବା ସହ ସେମାନଙ୍କ ପୁଷ୍ଟିସାର ଖାଦ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦେବାକୁ ପଡିବ ବୋଲି ଶ୍ରୀ ବାଗ୍‌ଚୀ ପ୍ରକାଶ କରିଥିଲେ।

ଦକ୍ଷତା ବିକାଶ ପରେ ଯୁବଗୋଷ୍ଠୀଙ୍କୁ ଅପ୍‌-ସ୍କିଲିଂ ଏବଂ ରିସ୍କିଲିଂ କରାଇବାର ଆବଶ୍ୟକତା ରହିଛି। ଔପଚାରିକ କ୍ଷେତ୍ରରେ ସମୟ, ଶ୍ରମ ଏବଂ ଅର୍ଥ ବିନିଯୋଗ କରି ଯୁବଗୋଷ୍ଠୀଙ୍କୁ ରିସ୍କିଲିଂ ଏବଂ ଅପ୍‌- ସ୍କିଲିଂ କରାଯାଇପାରିବ ଯାହା ଅନୌପଚାରିକ କ୍ଷେତ୍ରରେ ଅସମ୍ଭବ। ଭାରତରେ ମଜୁରୀ ପ୍ରଦାନରେ ବହୁତ ତାରତମ୍ୟ ରହୁଛି। ଆମକୁ ସର୍ବନିମ୍ନ ମଜୁରୀରୁ ଉପଯୁକ୍ତ ମଜୁରୀ ବିଷୟରେ ଚିନ୍ତା କରିବାକୁ ପଡିବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ। ଏହି କାର୍ଯ୍ୟକ୍ରମ ଏସୀୟ ବିକାଶ ବ୍ୟାଙ୍କର ଏକ ଫ୍ଲାଗ୍‌ସିପ୍‌ କାର୍ଯ୍ୟକ୍ରମ ଅଟେ। ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଏହାକୁ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ୨୩ ଅଗଷ୍ଟରୁ ୨୭ ଅଗଷ୍ଟ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ କୋଭିଡ୍‌ ମହାମାରୀ ଯୋଗୁଁ ଏହାକୁ ଭର୍ଚୁଆଲି ଆୟୋଜିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାରରୁ ଅଧିକ ଅର୍ନ୍ତଜାତୀୟ ସ୍ତରର ବୁଦ୍ଧିଜୀବୀ, ନୀତି ର୍ନିଦ୍ଧାରକ, ବିଶିଷ୍ଟ ଶିକ୍ଷା ବିଶେଷଜ୍ଞ, ଶିକ୍ଷାବିତ୍‌, ବିଭିନ୍ନ ଦକ୍ଷତା ବିକାଶ ସଂସ୍ଥାର ପ୍ରତିନିଧି ଏବଂ ଏଡିବି ସହଯୋଗୀ ରାଷ୍ଟ୍ରର ସଦସ୍ୟମାନେ ସାମିଲ ହୋଇଥିଲେ।

ସୁବ୍ରତ ବାଗ୍‌ଚୀ
Share. Facebook Twitter LinkedIn Email WhatsApp Copy Link

Related Posts

ସେଚେଲ୍ସ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀଙ୍କ ମୁରାଦାବାଦୀ ପିତ୍ତଳ କଇଁଛ ଉପହାର

June 30, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026

ICC Ranking: ଟି-୨୦ ରେ ଏହି ଭାରତୀୟ ଖେଳାଳି ନମ୍ବର-୧, ଜାଣନ୍ତୁ ତାଲିକା

June 30, 2026
Latest News

ପୁରୀ ରଥଯାତ୍ରା ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର; ୨୩ OAS ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

June 30, 2026

ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟର ବଡ଼ ଝଟକା; ଜନ୍ମଗତ ନାଗରିକତା ଉପରେ ଆଦେଶ ଖାରଜ

June 30, 2026

କାଲିଠୁ କଳା ବ୍ୟାଜ ପିନ୍ଧିବେ ଏସସିବି ଡାକ୍ତର

June 30, 2026

ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କଲା ପୂର୍ବତଟ ରେଳପଥ

June 30, 2026

ଆଇଟିଇଆରରେ ୫ଦିନିଆ ମ୍ୟାଥ୍‌ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ କର୍ମଶାଳା ଉଦ୍‌ଘାଟିତ

June 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.