Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ
ଖେଳ

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

ନୂଆଦିଲ୍ଲୀ: ଆଗାମୀ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬ ପାଇଁ ହକି ଇଣ୍ଡିଆ ପକ୍ଷରୁ ଭାରତୀୟ ପୁରୁଷ ଟିମ୍ ଘୋଷଣା କରାଯାଇଛି। ପଞ୍ଜାବର ଜଳନ୍ଧର ଓ ମୋହାଲୀରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ୍‌ ପାଇଁ ତାରକା ଖେଳାଳି ହରମନପ୍ରୀତ୍ ସିଂହଙ୍କୁ ଟିମ୍‌ର କ୍ୟାପ୍‌ଟେନ୍ ଦାୟିତ୍ୱ ଦିଆଯାଇଛି। ଏହି ସ୍କ୍ୱାଡ୍‌ରେ ଗୋଲ୍‌କିପର୍ କୃଷ୍ଣ ପାଠକ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅଭିଜ୍ଞ ଡିଫେଣ୍ଡର୍ ସୁମିତ୍‌ଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଛି।

ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତାଇଥିବା ଟିମ୍‌ର ଖେଳାଳିଙ୍କୁ ବଜାୟ ରଖାଯାଇଛି। ଗୋଲ୍‌କିପର୍ କୃଷ୍ଣ ବାହାଦୁର ପାଠକଙ୍କର ଟିମ୍‌କୁ ପ୍ରତ୍ୟାବର୍ତ୍ତନ ଘଟିଛି। ସେ ମୋହିତ ଏଚ୍‌ଏସ୍‌ଙ୍କ ସ୍ଥାନରେ ଟିମ୍‌ରେ ସାମିଲ ହୋଇଛନ୍ତି। ଯୁବ ଡିଫେଣ୍ଡର୍ ଅମନଦୀପ୍ ଲାକ୍ରା ଓ ମିଡ୍‌ଫିଲ୍ଡର୍ ଆଦିତ୍ୟା ଅର୍ଜୁନ ଲାଲାଗେଙ୍କୁ ସିନିୟର୍ ଟିମ୍‌ରେ ନିଜ ସ୍ଥାନ ମଜଭୁତ କରିବାର ଆଉ ଏକ ସୁଯୋଗ ମିଳିଛି। ତେବେ ସିନିୟର୍ ଡିଫେଣ୍ଡର୍ ସୁମିତ ଓ ୟଶଦୀପ୍ ସିୱାଚ୍‌ଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଛି। ସେହିପରି ବିବେକ ସାଗର ପ୍ରସାଦ ଓ ରାଜ କୁମାର ପାଲ୍ ଟିମ୍‌ରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଛନ୍ତି।
୧୮ ଜଣିଆ ଖେଳାଳି ସ୍କ୍ୱାଡ୍ ବ୍ୟତୀତ ମିଡ୍‌ଫିଲ୍ଡର୍ ବିଷ୍ଣୁକାନ୍ତ ସିଂହ ଏବଂ ଫରୱାର୍ଡ ଅଙ୍ଗଦ ବୀର ସିଂହଙ୍କୁ ଦୁଇ ରିଭର୍ଜ ଖେଳାଳି ଭାବେ ଚୟନ କରାଯାଇଛି। ମୁଖ୍ୟ କୋଚ୍ କ୍ରେଗ୍ ଫୁଲ୍‌ଟନ୍ କହିଛନ୍ତି, ଏହି ଟିମ୍‌ରେ ଯୁବ ଉତ୍ସାହ ଏବଂ ଅନୁଭବର ମିଶ୍ରଣ ରହିଛି। ଆମେ ଘରୋଇ ଦର୍ଶକଙ୍କ ସମର୍ଥନର ଲାଭ ଉଠାଇବାକୁ ବ୍ୟାକୁଳ। ଟୁର୍ଣ୍ଣାମେଣ୍ଟ୍‌ରେ ଆୟୋଜକ ଭାରତ ବ୍ୟତୀତ ମାଲେସିଆ, ଜାପାନ, କୋରିଆ, ଚୀନ୍ ଏବଂ ବାଂଲାଦେଶ ଭାଗନେବେ। ଭାରତ ଅକ୍ଟୋବର ୨୭ରେ ବାଂଲାଦେଶ ବିପକ୍ଷରୁ ନିଜ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍ ଜଳନ୍ଧରରେ ଖେଳାଯିବ।
ଭାରତୀୟ ଟିମ୍‌: ଗୋଲ୍‌କିପର୍‌- ସୂରଜ କେରକେରା, କୃଷ୍ଣ ବାହାଦୁର ପାଠକ; ଡିଫେଣ୍ଡର୍‌- ସଞ୍ଜୟ, ହରମନପ୍ରୀତ୍ ସିଂହ (କ୍ୟାପ୍‌ଟେନ୍‌), ଅମିତ ରୋହିଦାସ, ଜୁଗରାଜ ସିଂହ, ଜରମନପ୍ରୀତ୍ ସିଂହ, ଅମନଦୀପ୍ ଲାକ୍ରା; ମିଡ୍‌ଫିଲ୍ଡର- ରାଜିନ୍ଦର ସିଂହ, ଆଦିତ୍ୟ ଅର୍ଜୁନ ଲାଲାଗେ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ମନପ୍ରୀତ୍ ସିଂହ; ଫରୱାର୍ଡ – ଶିଳାନନ୍ଦ ଲାକ୍ରା, ଅଭିଷେକ, ସୁଖଜିତ ସିଂହ, ମନଦୀପ୍ ସିଂହ।
ରିଜର୍ଭ/ବଦଳ ଖେଳାଳି: ବିଷ୍ଣୁକାନ୍ତ ସିଂହ, ଅଙ୍ଗଦ ବୀର ସିଂହ।

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ଭାରତୀୟ ହକି ଟିମ୍ ହକି ଇଣ୍ଡିଆ ହରମନପ୍ରୀତ୍ ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେବେ ରୋହିତ ଶର୍ମା!: ବଢିଲା ଚର୍ଚ୍ଚା

October 13, 2026

ଆଇପିଏଲ-୨୦୨୭: ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ଭାବରେ ଯୁବରାଜ ସିଂହ ନିଯୁକ୍ତ

October 13, 2026

ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚତୁର୍ଥ ଟି-୨୦: ଜାଣନ୍ତୁ ପିଚ୍ ରିପୋର୍ଟ

October 13, 2026

ସାନିଆ ମିର୍ଜାଙ୍କ ୨୨ ବର୍ଷର ରେକର୍ଡ ଭାଙ୍ଗିଲେ ମାୟା

October 13, 2026
Latest News

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026

ସପ୍ତାହରେ କିମ୍ବା ମାସରେ ଥରେ ଉପବାସ କଲେ ଶରୀରକୁ ମିଳେ ଅନେକ ଲାଭ, ଜାଣନ୍ତୁ କିପରି?

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.