Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟାଙ୍ଗୀ: ହଟହଟା ହେଲେ ଜଳସେଚନ ବିଭାଗର ଦୁଇ ଯନ୍ତ୍ରୀ, ଉଭୟଙ୍କୁ ତିନି ଘଣ୍ଟା କାଦୁଅରେ ଚଲାଇଲେ ଗ୍ରାମବାସୀ
ଆଜିର ଖବର

ଟାଙ୍ଗୀ: ହଟହଟା ହେଲେ ଜଳସେଚନ ବିଭାଗର ଦୁଇ ଯନ୍ତ୍ରୀ, ଉଭୟଙ୍କୁ ତିନି ଘଣ୍ଟା କାଦୁଅରେ ଚଲାଇଲେ ଗ୍ରାମବାସୀ

September 14, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ସମୟ ପୂର୍ବରୁ ରାସ୍ତା କାର୍ଯ୍ୟ ଶେଷ ହୋଇନଥିବାରୁ ଗ୍ରାମବାସୀ ଉତକ୍ଷିପ୍ତ ହୋଇଛନ୍ତି। ଉତକ୍ଷିପ୍ତ ଗ୍ରାମବାସୀ ବିଭାଗୀୟ ଏସଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ କାଦୁଅ ରାସ୍ତାରେ ତିନି ଘଣ୍ଟା ଚଲାଇଥିବା ଜଣାପଡିଛି। ଖୋର୍ଦ୍ଧା ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ବ୍ଲକରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଟାଙ୍ଗୀ ବ୍ଲକ ଅନ୍ତର୍ଗତ ଲେଣ୍ଡୁ ଗ୍ରାମ ପଞ୍ଚାୟତ ମଲାଗୁଣି ନଦୀରେ ଲଗାଣ ବର୍ଷା ଯୋଗୁଁ ଫୁଲିଉଠିଛି। ଫଳରେ ଏହାର ପାଣି ଭଗବତୀପଡା ଗାଁ ରାସ୍ତାରେ ପ୍ରବାହିତ ହେଉଛି। ଗୋଳବାଇ- କଣାସ ରାସ୍ତାକୁ ସଂଯୋଗ କରୁଥିବା ଭଗବତୀପଡା ରାସ୍ତା ହେଉଛି ଏକମାତ୍ର ରାସ୍ତା, ଯେଉଁଥିରେ ହଜାର ହଜାର ଲୋକ ଯାତାୟାତ କରନ୍ତି।

ପୂର୍ବରୁ ଜଳସେଚନ ବିଭାଗ ପକ୍ଷରୁ ନାଳ ସାଇଟରେ ସିମେଣ୍ଟ କଂକ୍ରିଟ ପାଚେରୀ କାମ ହେଉଥିବା ଯୋଗୁଁ ସେହି ରାସ୍ତା ଟିକୁ ସଂପୂର୍ଣ୍ଣ କଟାଯାଇଥିଲା। କିନ୍ତୁ ଏହାର ସ୍ଥାୟୀଭାବେ ମରାମତି ନକରାଯାଇ କେବଳ ମାଟି ପକାଇ ଛାଡି ଦିଆଯାଇଥିଲା। ଫଳରେ ଲଗାଣ ବର୍ଷା ଯୋଗୁଁ ଉକ୍ତ ରାସ୍ତାଟି କାଦୁଅ ଫିଟିଯାଇଥିଲା। ଲୋକଙ୍କୁ ଚାଲିକି ଯିବା ପାଇଁ ସଂମ୍ଭବ ହୋଇପାରୁନାହିଁ। ରାସ୍ତରେ ପାଣିକାଦୁଅ ପୂର୍ଣ୍ଣ ହୋଇରହିଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ ରାସ୍ତା ମରାମତି ପାଇଁ ସ୍ଥାନୀୟ ଭଗବତୀପଡା ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ହେଲେ ବିଭାଗୀୟ ଅଧିକାରୀ ରଜ ପୂର୍ବରୁ ସାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କାମ ସଂପୂର୍ଣ୍ଣ ହୋଇପାରିନଥିଲା।

ଲଗାଣ ବର୍ଷା ଯୋଗୁଁ ମଲାଗୁଣି ନଦୀ ପାଣି ରାସ୍ତା ଉପର ଦେଇ ଯାଉଥିବାରୁ ଆଜି ଜଳସେଚନ ବିଭାଗର ରାଜୁଆ ଡିଭିଜନର ଏସଡିଓ ଓ କନିଷ୍ଠ ଯନ୍ତ୍ରୀ ଉକ୍ତ ସ୍ଥାନକୁ ପରିଦର୍ଶନ ପାଇଁ ଆସିଥିଲେ। ସେହି ସମୟରେ ଭଗବତୀପଡା ଗ୍ରାମବାସୀ ରାସ୍ତା କାମ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେମାନେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଯାହାଦ୍ୱାରା ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଭାଗୀୟ ଅଧିକାରୀଙ୍କୁ ସେହି କାଦୁଅ ପଚପଚ ରାସ୍ତାରେ ଚଲାଇଥିଲେ।

ଏଭଳି ପରିସ୍ଥିତିରେ ଗ୍ରାମବାସୀ ହଇରାଣ ହେଉଥିବାରୁ ଶୀଘ୍ର ରାସ୍ତା କାମ ସଂପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ନଚେତ ଏହି ରାସ୍ତା ପାଇଁ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଅପ୍ରୀତିକର ପରିସ୍ଥିତି ଖୋର୍ଦ୍ଧା ଜଳସେଚନ ବିଭାଗ ଟାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ

April 19, 2026

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ

April 19, 2026
Latest News

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ହ୍ରାସ ପାଇଲା ଗ୍ୟାସ ଚାହିଦ: ଜାଣନ୍ତୁ କାରଣ

April 19, 2026

ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ଏବଂ ଭାରତରେ ଉତ୍ପାଦନ…: ୧୦୦ଟି ଲଢ଼ୁଆ ବିମାନ ପାଇଁ ରୁଷର ବଡ଼ ପ୍ରସ୍ତାବ

April 19, 2026

“ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,”: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

April 19, 2026

ବିଜେପି ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ

April 19, 2026

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ : ୭ ଗିରଫ

April 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.