Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏତେ ପରିମାଣରେ ହେରୋଇନ ଗୁଜରାଟ ଦେଇ ଭାରତକୁ ପ୍ରବେଶର ଉଦ୍ଦେଶ୍ୟ କ’ଣ? ନିରଂଜନ ପଟ୍ଟନାୟକ
ଜାତୀୟ ଖବର

ଏତେ ପରିମାଣରେ ହେରୋଇନ ଗୁଜରାଟ ଦେଇ ଭାରତକୁ ପ୍ରବେଶର ଉଦ୍ଦେଶ୍ୟ କ’ଣ? ନିରଂଜନ ପଟ୍ଟନାୟକ

September 28, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଏତେ ପରିମାଣରେ ହେରୋଇନ ଗୁଜରାଟ ଦେଇ ଭାରତକୁ ପ୍ରବେଶର ଉଦ୍ଦେଶ୍ୟ କ’ଣ? ନିରଂଜନ ପଟ୍ଟନାୟକ

ଭୁବନେଶ୍ୱର: ୧ଲକ୍ଷ ୯୭ ହଜାର କୋଟିର ହେରୋଇନ ଭାରତ ଭିତରକୁ କିପରି ଆସିଲା ଏବଂ କାହା ମାଧ୍ୟମରେ ଆସିଲା, ଏବଂ କାହିଁକି କେନ୍ଦ୍ରର ମୋଦି ସରକାର ଚୁପ । ସେପ୍ଟେମ୍ବର ମାସ ୧୫ ତାରିଖ ୨୦୨୧ ତାରିଖ ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ଠାରେ ତିନି ହଜାର କିଲୋଗ୍ରାମର ହେରୋଇନ ଜବତ କରାଗଲା । ଏହାର ବଜାର ମୂଲ୍ୟ ପାଖାପାଖି ୨୧ ହଜାର କୋଟି ଟଙ୍କା ହେବ ।

ଠିକ୍ ସେହିଭଳି ଭାବରେ ଜୁନ ମାସ ୨୦୨୧ ମସିହାରେ ୨୫ ହଜାର କିଲୋଗ୍ରାମର ହେରାଇନ ଟେଲକମ ପାଉଡର ଖଣ୍ଡ (ଦେହ ମାଖା ପାଉଡର) ଆକାରରେ ଭାରତ ଭିତରକୁ ଆସିଥିବାର ସଂଦେହ କରାଯାଉଛି । ଯାହାର ବଜାର ମୂଳ୍ୟ ୧ଲକ୍ଷ ୭୫ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏ ପର୍ଯ୍ୟନ୍ତ ଏତେ ବଡ଼ ପରିମାଣରେ ହେରୋଇନ ପୃଥିବୀର କୌଣସି ବନ୍ଦରରେ କେବେହେଲେ ଜବତ କରାଯାଇ ନାହିଁ । ଏତେ ପରିମାଣରେ ହେରାଇନ କେଉଁ ଦେଶରୁ ଆସିଲା ଏବଂ ଏହାର ରପ୍ତାନୀକାରୀ କିଏ ସେ ସଂସ୍ଥାର ନାମ କଣ, ଏହା କେଉଁ ପୋଟରୁ ଭାରତ ଅଭିମୁଖେ ରପ୍ତାନୀ କରାଯାଇଥିଲା ଏବଂ ଭାରତରେ କେଉଁ ସଂସ୍ଥା ଏହାକୁ ଆମଦାନୀ କରୁଥିଲା ଏହା ଏତେ ପରିମାଣର ହେରୋଇନ ଆମଦାନୀ କରିବାର ଉଦ୍ଦେଶ୍ୟ କ’ଣ? ଏହି ସମସ୍ତ ହେରୋଇନ ଗୁଜୁରାଟର ଯେଉଁ ମୁନ୍ଦ୍ରା ପୋର୍ଟ ଦେଇ ଭାରତକୁ ପ୍ରବେଶ କରିଛି ଶିଳ୍ପପତି ଆଦାନୀ ଗ୍ରୁପ କମ୍ପାନୀ ଏହାକୁ ପରିଚାଳନା କରୁଛନ୍ତି ।

ଏତେ ପରିମାଣର ହେରୋଇନ ଭାରତ ଭିତରକୁ ପ୍ରବେଶ କରିବା ଏକ ବଡ଼ ଚିନ୍ତା ଏବଂ ଉଦ୍‌ବେଗର କାରଣ ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିବୃତିରେ କହିଛନ୍ତି । ଶ୍ରୀ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ଏହି ହେରୋଇନ ଭାରତ ବର୍ଷର ଯୁବବର୍ଗଙ୍କର ଭବିଷ୍ୟତକୁ ଅନ୍ଧାକାର ମଧ୍ୟକୁ ଠେଲି ଦେବାପାଇଁ ଅଣାଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି । କିଭଳି ଭାବରେ ବନ୍ଦରର ଥିବା କର୍ମଚାରୀ ମାନେ ଏବଂ ଇଂଟେଲିଜେନ୍ସ ବିଭାଗ ତଥା ତଦାରଖିକାରୀ ବିଭାଗ ଏ ସମସ୍ତ ଘଟଣାକୁ ଜାଣି ପାରୁ ନାହାଁନ୍ତି? ନା ଜାଣିସୁଣି ଏଭଳି ଅନୈତିକ କାର‌୍ୟ୍ୟ ମାଧ୍ୟମରେ କୋଟି କୋଟି ଟଙ୍କା ରୋଜଗାର କରିବା ଅନ୍ୟତମ ଏକ ଦିଗ କି? ଏଭଳି ସ୍ଥିତିରେ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀଙ୍କ ନିଜ ରାଜ୍ୟରେ ଏତେ ପରିମାଣରେ ହେରୋଇନ ଜବତ ହେଉଥିବା ବେଳେ ଏ ବାବଦରେ କୌଣସି ତଥ୍ୟ ନରଖିବା ଏହା ଦେଶବାସୀଙ୍କୁ ଅଧିକ ବିଷ୍ମିତ ଓ ଚିନ୍ତାଜନକ ସ୍ଥିତି ସୃଷ୍ଟିକରୁଛି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ନିରଂଜନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

June 11, 2026

ଶ୍ରୀନଗରର ଲାଲ ଚୌକରେ ପାକିସ୍ତାନ ବିରୋଧରେ ପ୍ରତିବାଦ: ପିଓକେ ପୁନଃ ଦଖଲ ପାଇଁ ଦାବି

June 11, 2026

ବର୍ଷା ବିଗାଡ଼ିଲା ଟିମ୍ ଇଣ୍ଡିଆର ଖେଳ: ୪ ରନରେ ଜିତିଲା ଆଫଗାନିସ୍ତାନ

June 11, 2026
Latest News

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026

ଦେବାଶିଷ ସାମନ୍ତରାୟ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ

June 12, 2026

ପରୀକ୍ଷା କେନ୍ଦ୍ରକୁ ଯିବା ହେବ ସହଜ, NEET ପ୍ରାର୍ଥୀଙ୍କୁ ମାଗଣା ବସ୍ ସୁବିଧା

June 11, 2026

ମୋଦୀଙ୍କ ପ୍ରଶଂସା, ମମତାଙ୍କ ପ୍ରତି ନିଷ୍ଠା: ଶତ୍ରୁଘ୍ନ ସିହ୍ନାଙ୍କ ରାଜନୈତିକ ସନ୍ଦେଶ କ’ଣ?

June 11, 2026

ଅବହେଳିତ ମୂଳ ମାଧବ ପୀଠ ପ୍ରତି ବାଚସ୍ପତିଙ୍କ ଦୃଷ୍ଟି: ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.